www.samajalive.in
Thursday, December 11, 2025
15.1 C
Bhubaneswar

କେକ୍ ଖାଇବା ସମୟରେ ନାକରୁ ବାହାରିଲା ୨ ବର୍ଷ ପୂର୍ବେ ପଶିଥିବା ଖେଳାନା ଅଂଶ ; ବାପା ମାଆ ଆଶ୍ଚର୍ଯ୍ୟ

ନ୍ୟୁଜିଲ୍ୟାଣ୍ଡ : ପିଲାମାନେ ଖେଳିବା ସମୟରେ ସାଧାରଣତଃ କିଛି ନା କିଛି ଜିନିଷ ପାଟି କିମ୍ବା ନାକ ଭିତରେ ଭର୍ତି କରି ଦେଇଥାଆନ୍ତି। ଏପରି ହିଁ ଏକ ଘଟଣା ନ୍ୟୁଜିଲ୍ୟାଣ୍ଡର। ଏଠାରେ ଗୋଟିଏ ପିଲା ଖେଳୁଥିବା ସମୟରେ ନିଜ ନାକରେ ଗୋଟିଏ ଖେଳନାର ଏକ ଛୋଟିଆ ଅଂଶ ଭର୍ତି କରି ଦେଇଥିଲା। ଯାହା ଦୀର୍ଘ ୨ ବର୍ଷ ପରେ ଏବେ ତାହା ନାକ ମଧ୍ୟରୁ ବାହାରିଛି। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ସମୟରେ ଏହି ଘଟଣା ଘଟିଥିଲା ଡ଼ାକ୍ତର ମଧ୍ୟ ନାକ ଭିତରୁ ସେହି ଖେଳନାକୁ ପାଇନଥିଲେ।
ଘଟଣାଟି ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣରେ ସ୍ଥିତ ଇୟୁନଡ଼ିନର। ସାତ ବର୍ଷର ଜଣେ ବାଳକ ନିଜ ମାଆ ବାପାଙ୍କ ସହ ରହୁଥିଲା। ୨୦୧୮ ମସିହାରେ ଯେତେବେଳେ ସେ ୫ ବର୍ଷର ହୋଇଥିଲା ସେହି ସମୟରେ ସେ ନିଜ ନାକ ଭିତରେ ଖେଳନାର ଏକ ଛୋଟିଆ ଅଂଶ ଭର୍ତି କରି ଦେଇଥିଲା।
ପିଲାଟିର ବାପା ତା’ନାକରୁ ଖେଳାନାର ଅଂଶ ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ତାହା ତାଙ୍କୁ ମିଳିନଥିଲା। ଏହାପରେ ସେ ଡ଼ାକ୍ତରଙ୍କ ପାଖକୁ ନେଇଥିଲେ। ମାତ୍ର ଡ଼ାକ୍ତର ମଧ୍ୟ ନାକ ମଧ୍ୟରୁ ଖେଳନାର ଅଂଶ ଖୋଜି ପାଇନଥିଲେ। କହିଥିଲେ ଖାଦ୍ୟ ନଳୀ ଦ୍ୱାରା ତାହା ବାହାରକୁ ପଳାଇ ଆସିବ।
ଏହାପରେ ପିଲାଟିକୁ ଏଥିପାଇଁ କୌରସି ପ୍ରକାର ସମସ୍ୟା ବିଷୟରେରେ କିଛି ଜଣାଇନଥିଲା। ନାକରେ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇନଥିଲା।
ମାତ୍ର ଅଗଷ୍ଟ ୧୬ ରାତିରେ ଖାଦ୍ୟ ଖାଇବା ସମୟରେ ହଠାତ ନାକ ଭିତରେ କଷ୍ଟ ଅନୁଭବ ହେଲା। ସେହି ସମୟରେ ତା’ମାତା ପିତାଙ୍କୁ ଅନୁଭବ ହେଲା ବୋଧ ହୁଏ ତାଙ୍କ ପୁଅ ନାକରେ କେକର କିଛି ଅଂଶ ଭର୍ତି କରି ଦେଇଛି।
ସେ ପୁଅକୁ ନାକରେ ଅଧିକ ଜୋରରେ ଚେଷ୍ଟା କରି ଛିଙ୍କିବାକୁ କହିଲେ । ପିଲାଟି ସେହି ପରି କରିବା ପରେ ତା’ ନାକ ମଧ୍ୟରୁ ଖେଳନାର ସେହି ଅଂଶ ବାହାରିଆସିଥିଲା। ୨ ବର୍ଷ ପରେ ନାକରୁ ସେହି ଖେଳନାର ଅଂଶ ଦେଖି ବାପା ମାଆ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories