www.samajalive.in
Saturday, December 13, 2025
17.1 C
Bhubaneswar

କରୋନା କାଳରେ ଜଳପ୍ରଳୟ: ଗୋଦାବରୀ ଫୁଲୁଛି, ମାଲକାନଗିରି ଭାସୁଛି

ମାଲକାନଗିରି : କରୋନା ମହାମାରୀ ନେଇ ସମଗ୍ର ଜିଲାବାସୀ ଚିନ୍ତିତ ଥିବାବେଳେ କିଛିଦିନର ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ଜଳ ପ୍ରଳୟ ପରିସ୍ଥିତି ଜିଲାରେ ଆତଙ୍କ ଖେଳାଇ ଦେଇଛି । ଗୋଦାବରୀ ନଦୀ ଫୁଲୁଥିବାବେଳେ ମାଲକାନଗିରି ଭାସୁଛି । ଉକ୍ତ ନଦୀର ଫେରନ୍ତା ଜଳରେ ମାଲକାନଗିରି ଜିଲାର ଦୁଇ ନଦୀ ସିଲେରୁ ଓ ସାବେରୀ ବଢ଼ୁଥିବା ଯୋଗୁଁ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲାରେ ଗତ ଏକ ସପ୍ତାହ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ଆଜି ବର୍ଷାର ପ୍ରକୋପ ସାମାନ୍ୟ କମିଛି। ପରିସ୍ଥିତି ସ୍ୱାଭାବିକ ହୋଇଥିଲେ ସୁଦ୍ଧା ବର୍ଷା ପରେ ତଳି ଅଞ୍ଚଳର ପାଣି ମାଡି ଯାଇ ଜିଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ପୋଲାଭରମ ପ୍ରକଳ୍ପ ଯୋଗୁଁ ଗୋଦାବରୀର ବର୍ଷା ଜଳ ମଧ୍ୟରେ ଫସିଯାଇ ଏବେ ବି ବହୁ ଅଞ୍ଚଳ ଯଥା କାଲିମେଳା ବ୍ଲକର ବିନାୟକପୁର, ଆଲମା, ପେଟା, ମାଲାଭରମ୍‍, ମୋଟୁ ପ୍ରଭୃତି ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଛି। ଗୋଦାବରୀ ନଦୀ ଫୁଲିବା ଯୋଗୁଁ ମାଲକାନଗିରି ଜିଲା
ପାଇଁ ବିପଦ ବଢିବାରେ ଲାଗିଛି। ଗତ କିଛିଦିନ ହେବ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଗୋଦାବରୀ ନଦୀ ଜଳ। ଗୋଦାବରୀର ପିଛିଲା ପାଣି ବା ବ୍ୟାକ୍‍ କ୍ୱାଟର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଜିଲାର ଉଭୟ ପାର୍ଶ୍ବରେ ପ୍ରବାହିତ ସିଲେରୁ, ସାବେରୀ ନଦୀ ମୋଟୁ ମୁଗି ପଏଣ୍ଟରେ ଏକାଠି ହୋଇ ଗୋଦାବରୀରେ ମିଶିଥିବା ବେଳେ ଗୋଦାବରୀ ଜଳସ୍ତର ବୃଦ୍ଧି ଯୋଗୁଁ ସାବେରୀ ଓ ସିଲେରୁ ନଦୀର ଜଳ ନିଷ୍କାସନ ହୋଇପାରୁନାହିଁ। ଏହି ଦୁଇ ନଈକୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସାବେରୀ, ସିଲେରୁ ନଦୀରେ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଗୋଦାବରୀରେ ପ୍ରାୟ ୧୫ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସେଠାରେ ବର୍ତ୍ତମାନ ୩ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଆନ୍ଧ୍ର ତେଲେଙ୍ଗାନା ପ୍ରଭୃତି ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଅର୍ଦ୍ଧନିର୍ମିତ ପୋଲାଭରମ୍‍ ପ୍ରକଳ୍ପ ଜିଲା ପାଇଁ କାଳ ସାଜିଛି ବୋଲି ଆଲୋଚନା ହେଉଛି। ଅଦ୍ୟାବଧି ସୁଦ୍ଧା ସେଠାରେ ବନ୍ଧର ଉଚତା କମା ଯାଇ ନ ଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଜିଲାର କୋରୁକୋଣ୍ଡା ପଡିଆରେ ମଧ୍ୟ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ବେଳେ ବହୁ ସ୍ଥଳରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ପୋଲାଭରମ ପ୍ରକଳ୍ପ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ପକ୍ଷରୁ ଦୀର୍ଘ ବର୍ଷ ଧରି ବନ୍ଧର ଉଚ୍ଚତାକୁ ନେଇ ବିବାଦ ଲାଗି ରହିଛି। ଓଡ଼ିଶା ସରକାର ପ୍ରକଳ୍ପକୁ ବିରୋଧ କରି ବହୁ ସମୟରେ ଆନ୍ଦୋଳନ ହୋଇଥିବା ବେଳେ ସରକାର କେବଳ କୋର୍ଟରେ ହାତବାନ୍ଧି ବସିଛି। ଏହି ବହୁମୁଖୀ ପ୍ରକଳ୍ପ ନିର୍ମାଣ କରି ଆନ୍ଧ୍ରପ୍ରଦେଶ ଏକତରଫା କାର୍ଯ୍ୟ କରୁଥିବା ବେଳେ ବିଶେଷ କରି ଏହି ପ୍ରକଳ୍ପ ଦ୍ୱାରା ବର୍ଷା ସମୟରେ ବନ୍ୟା ଜଳ ପ୍ରବେଶ କରି ମାଲକାନଗିରି ଜିଲା ବିଶେଷ କ୍ଷତିଗ୍ରସ୍ତ ହେଉଛି। ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ଏ ନେଇ କୌଣସି ସ୍ଥାୟୀ ସମାଧାନ କରୁନାହାନ୍ତି। କାଲିମେଳା ବ୍ଲକର ମୋଟୁ ତହସିଲ ପ୍ରତିବର୍ଷ ବର୍ଷା ସମୟରେ କ୍ଷତିଗ୍ରସ୍ତ ହେଉଛି। ସୁପ୍ରିମକୋର୍ଟ ଦ୍ୱାରା ଏହି ପ୍ରକଳ୍ପ ସମ୍ବନ୍ଧରେ ପୁନଃବିଚାର କରି ଓଡ଼ିଶା ଯେପରି କ୍ଷତିଗ୍ରସ୍ତ ନ ହୁଏ, ସେଥିପାଇଁ ବିଶେଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories