www.samajalive.in
Monday, December 8, 2025
13.1 C
Bhubaneswar

ସ୍ବାଭାବିକ ହେଉ ସାରଙ୍ଗଡ ବଜାର, ସରପଞ୍ଚଙ୍କ ନିକଟରେ ଦାବି ରଖିଲା ବଣିକ ସଂଘ

ଫୁଲବାଣୀ/କ.ନୂଆଗାଁ:କନ୍ଧମାଲ ଜିଲ୍ଲା କ.ନୁଆଗାଁ ବ୍ଲକର ସାରଙ୍ଗଡ ପଞ୍ଚାୟତର ବଜାର ଓ ସାଧାରଣ ଜୀବନ ଯାତ୍ରାକୁ ସ୍ୱଭାବିକ କରିବା ନିମନ୍ତେ ସରପଂଚକୁ ଦେଲେ ଦାବୀପତ୍ର। ସାରଙ୍ଗଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ପ୍ରଶାସନ ତରଫରୁ କିଛି ଅଞ୍ଚଳକୁ ଦୀର୍ଘ ୨୮ ଦିନ ଧରି କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଥିଲା। ଫଳରେ ସାରଙ୍ଗଡ ବଜାର ଅଞ୍ଚଳର ଛୋଟମୋଟ ବ୍ୟବସାୟୀ ମାନେ ବେଶ ପ୍ରଭାବିତ ହୋଇଥିଲେ। ୨୮ ଦିନ କଣ୍ଟେନ୍‌ମେଣ୍ଟ ରହିବା ପରେ ଗତ ଗୁରୁବାର ଓ ଶୁକ୍ରବାର ଦୁଇଦିନ ସାରଙ୍ଗଡ ବଜାର ଖୋଲିଥିଲା। ଯାହାଫଳରେ ଏହି ଅଞ୍ଚଳର ଜନସାଧାରଣଙ୍କ ଜୀବନଯାତ୍ରା ସ୍ୱଭାବିକ ହୋଇଥିଲା। କିନ୍ତୁ ପୁଣି ସାରଙ୍ଗଡ ବଜାରରେ କରୋନା ପଜିଟିଭ ବାହାରିବା ପରେ ଜିଲ୍ଲା ପ୍ରସାସନ ତରଫରୁ ସାରଙ୍ଗଡର ବଜାରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଏହି ଘୋଷଣା କରିବା ପରେ ସାରଙ୍ଗଡ ବଣିକ ସଂଘର ସଭାପତି କେଶବ ସାହୁଙ୍କ ନେତୃତ୍ୱରେ କରୋନା ନିୟମାବଳିକୁ ମାନି ବଣିକ ସଂଘ ଏକତ୍ରିତ ହୋଇ ସ୍ଥାନୀୟ ସରପଞ୍ଚ ଅହଲ୍ୟା ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯେ୍ାଗ ପତ୍ରରେ ଉଲ୍ଲେଖ ଅଛି ଯେ ସାରଙ୍ଗଡ ବଜାର ଦୀର୍ଘ ୨୮ଦିନ ବନ୍ଦ ପରେ ଗତ ଗୁରୁବାର ଦିନ କଣ୍ଟେନମେଣ୍ଟ ଜୋନକୁ କୋହଳ କରିଥିବା ବେଳେ ସାରା ଜିଲ୍ଲା ଶନିବାର ଓ ରବିବାର ସଟଡାଉନ ପାଇଁ ଘୋଷଣା କରାଯାଇଛି। କିନ୍ତୁ ପୁଣି ସାରଙ୍ଗଡରୁ କରୋନା ପଜିଟିଭ ବାହାରିବା ପରେ ସାରଙ୍ଗଡର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ଘୋଷଣା କରିଛନ୍ତି। ଏହି ପରିପେଖିରେ ଯେଉଁ ଅଞ୍ଚଳରୁ କରୋନା ପଜିଟିଭ ବାହାରିଛି ସେହି ପାଖାପାଖି ଅଞ୍ଚଳକୁ କଟକଣା ଲାଗୁ କରାଯାଉ ଓ ଅନ୍ୟ ସମସ୍ତ ଅଞ୍ଚଳକୁ ସ୍ୱଭାଭିକ କରାଯାଉ ବୋଲି ଅନୁରୋଧ କରାଯାଇଛି।
ସରପଞ୍ଚଙ୍କୁ ବଣିକ ସଂଘର ସଭାପତି କେଶବ ସାହୁ , ସଂପାଦକ ଅଭିମନ୍ୟୁ ସାହୁ , ଉପସଭାପତି ରୋହିତ ମୁଖୀ , କୋଷାଧ୍ୟକ୍ଷ ଟୁନା ପଣ୍ଡା , ପୁରୁସ୍ତମ ସାହୁ , ଚନ୍ଦ୍ର ଗୌଡ଼ ଓ ଜଗନ୍ନାଥ ପାଢୀ ଓ ଡ଼ୁଗୁ ପାଢୀ ଓ ଅନ୍ୟମାନେ ସାକ୍ଷାତ କରିଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories