www.samajalive.in
Saturday, December 6, 2025
16.1 C
Bhubaneswar

ଅଗଷ୍ଟ ୨୧ ପର୍ଯ୍ୟନ୍ତ କଟ୍ରିଙ୍ଗିଆ ପଞ୍ଚାୟତ ସଟଡାଉନ, ପୁଣି ସାରଙ୍ଗଡ଼ ବଜାର କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା

ଫୁଲବାଣୀ:ଫୁଲବାଣୀ ସଦର ବ୍ଲକ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତକୁ ସରପଞ୍ଚ ନମିତା କହଁର ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି। ଅପରପକ୍ଷରେ ସାରଙ୍ଗଡ଼ ବଜାର ସାହିକୁ ପୁଣି ଥରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।
କଟ୍ରିଙ୍ଗିଆ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୧୦ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଗୋଷ୍ଠି ସଂକ୍ରମଣ ଆଶଙ୍କାରେ ସରକାର ତାଙ୍କୁ ଦେଇଥିବା କ୍ଷମତା ବଳରେ ଅଗଷ୍ଟ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ସମଗ୍ର ପଞ୍ଚାୟତ ଅଞ୍ଚଳକୁ ସଟଡାଉନ ଘୋଷଣା କରିଥିବା ସେ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଏହି ସମୟ ମଧ୍ୟରେ ପଞ୍ଚାୟତରେ କୌଣସି ଜନସମାଗମ ହୋଇ ପାରିବ ନାହିଁ, ଦୋକାନ ବଜାର ଖୋଲିବ ନାହିଁ , ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ। ଏହାକୁ କେହି ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଇଛନ୍ତି।
କନ୍ଧମାଳ ଜିଲାର କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ଼ରେ ଗତ ୩ ଦିନ ତଳେ କଣ୍ଟେନ୍‌ଜୋନ୍‌ ନିୟମ ଉଠାଇ ଦିଆଯାଇଥିଲା। ତେବେ ଗତକାଲି ପୁଣି ବଜାର ଅଞ୍ଚଳରେ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲା। ଏହାପରେ ସାରଙ୍ଗଡ଼ ବଜାରସାହିକୁ ପୁଣିଥରେ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଫଳରେ ଅଞ୍ଚଳବାସୀ ଚିନ୍ତାରେ ପଡ଼ିଯାଇଛନ୍ତି। ସାରଙ୍ଗଡ଼ ବଜାର ଉପରେ ୨ଟି ପଞ୍ଚାୟତବାସୀ ସଂପୂର୍ଣ୍ଣଭାବେ ନିର୍ଭରଶୀଳ ଥିବା ବେଳେ ପୁଣିଥରେ ସଟ୍ଡ଼ାଉନ୍ ଯୋଗୁଁ ବିଶେଷ କରି ମଧ୍ୟବିତ୍ତ, ଉଠା ଦୋକାନି ଓ ବଜାର ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ସାଧାରଣ ନାଗରିକ ପାଇଁ ଚିନ୍ତା ବଢିଯାଇଛି। ଯେଉଁ ଘରୁ ପଜିଟିଭ୍ ବାହାରିଛି ଉକ୍ତ ଘରକୁ ନିଷେଧାଦେଶ କରି ଅନ୍ୟ ଦୋକାନ ଖୋଲିବାକୁ ମଧ୍ୟ ବ୍ୟବସାୟୀ ଓ ଅଞ୍ଚଳବାସୀ ଅନୁୁରୋଧ କରିଛନ୍ତି।
ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତରେ ୪ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ପଞ୍ଚାୟତକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସଂପୃକ୍ତ ଅଞ୍ଚଳରେ ମଧ୍ୟ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବାଡ଼ପକାଯିବା ସହିତ ଯାତାୟତକୁ ବନ୍ଦ କରି ଦିଆଯାଇଛି। ପୁଲିସ୍ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇ ସଂପୃକ୍ତ ଅଂଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories