www.samajalive.in
Sunday, December 14, 2025
14.1 C
Bhubaneswar

ବାଣ ଓ ବାରୂଦ ବିସ୍ଫୋରଣରେ ଥରହର କଣ୍ଟାବାଡ-ମୁକୁନ୍ଦପୁର; ୮ଟି ପରିବାରର ଭାଙ୍ଗିଲା ଘର

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ-ମୁକୁନ୍ଦପୁର ଗ୍ରାମରେ ଗତକାଲି ରାତିରେ ବାଣ ଏବଂ ବାରୂଦ ବିସ୍ଫୋରଣ ହୋଇ ସମଗ୍ର ଅଞ୍ଚଳ ଥରିଉଠିଥିବାବେଳେ ୮ଟି ପରିବାରର ଛାତ ଏବଂ ଆଜବେଷ୍ଟ ଘର ଭାଙ୍ଗି ଯାଇଛି। ସେହିପରି ଗୁହାଳଘର ଭାଙ୍ଗିଯାଇ ଗାଈ ବଳଦଙ୍କ ଉପରେ କାନ୍ଥ ମାଡିବସି ଥିବାବେଳେ କୌଣସି ଜୀବଜନ୍ତୁ ମୃତାହତ ହୋଇନଥିବାର ଜଣାପଡିଛି। ଏହି ବିସ୍ଫୋରଣ ପ୍ରଭାବରେ ବଡ଼ ବଡ଼ ଗଛ ଗଛ ମଧ୍ୟ ଉପୁଡି ପଡିଛି। ସମ୍ପୃକ୍ତ ଗ୍ରାମର କିଛି ପରିବାର ବାଣ ତିଆରିକୁ କୁଟୀରଶିଳ୍ପରେ ପରିଣତ କରିଥିବାବେଳେ ବେଗୁନିଆ ପୋଲିସ ଜାଣିପାରିଲାନି କେମିତି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।
ଶନିବାର ରାତି ୧୦.୩୦ରେ କଣ୍ଟାବାଡ-ମୁକୁନ୍ଦପୁର ଗ୍ରାମରେ ପ୍ରଚଣ୍ଡ ଶବ୍ଦ ଶୁଭିବା ସହିତ ଗ୍ରାମ ଥରହର ହୋଇଥିଲା। ଶବ୍ଦ ଶୁଣି ଗ୍ରାମର ସମସ୍ତ ଲୋକମାନେ ଘର ବାହାରକୁ ପଳାଇ ଆସିଥିଲେ। ଏପରିକି ୧୦କିମି ଦୂର ବ୍ରହ୍ମପୁରା, କେନ୍ଦୁପଲ୍ଲୀ, ମଲ୍ଲୀପଦର, ପଣ୍ଡାଳମ, ନୂଆଗାଁ ଏବଂ ପାଣିକୋରଡ଼ ଗ୍ରାମର ଲୋକମାନେ ସେହି ପ୍ରଚଣ୍ଡ ଶବ୍ଦ ଶୁଣି ରାତିରେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମର ଲୋକମାନେ ରାତି ଗୋଟାଏ ପର୍ଯ୍ୟନ୍ତ କେଉଁଠି କଣ ହେଲା ହଠାତ ଜାଣିପାରିନଥିଲେ। ତା’ପରେ ବାରୂଦ ଗନ୍ଧ ଏବଂ ଫୁଟିଥିବା ବାଣର କାଗଜ ଟୁକୁଡା ଦେଖି ଘଟଣା ସମ୍ପର୍କରେ ଜାଣିଥିଲେ। ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିପଟ ଘରେ ଥୁଆ ହୋଇଥିବା ବିଭିନ୍ନ କିସମର ବାଣ ଏବଂ ବାରୂଦ ବିସ୍ଫୋରଣ ହୋଇଏହି ଶବ୍ଦ ଶୁଭିବା ସହିତ ତାଙ୍କର ତଳ ଉପର ଦୁଇ ବଖରା ଘର ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ। ଅନନ୍ତ ମହାପାତ୍ରଙ୍କର ତିନି ବଖରା, କାଳନ୍ଦୀ ମହାପାତ୍ର, ସର୍ବେଶ୍ୱର ଦାସ, ପ୍ରଭାତ ପଣ୍ଡା, ଚିନ୍ତାମଣି ଦାସଶର୍ମା, ଭରତ ମହାପାତ୍ର, ଏବଂ ଶ୍ୟାମସୁନ୍ଦର ଦୀକ୍ଷିତଙ୍କର ପାଇଖାନା ଘର ସହିତ ଗୁହାଳ ଘର ଏବଂ ଘର ଆଜବେଷ୍ଟସ ଭାଙ୍ଗି ଉଡିଯାଇଥିବାବେଳେ ବହୁ ଗଛ ଉପୁଡିପଡିଛି। ବାଡ଼ିପଟେ ବିସ୍ଫୋରଣ ହେବା ଯୋଗୁଁ ଧନଜୀବନ କ୍ଷୟକ୍ଷତି ବିଶେଷ ହୋଇନଥିବାବେଳେ ଯଦି ଦାଣ୍ଡପଟକୁ ବିସ୍ଫୋରଣ ହୋଇଥାନ୍ତା ତାହେଲେ ଧନ ଜୀବନ ସହିତ ବହୁ କ୍ଷୟ କ୍ଷତି ହୋଇଥାନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଗ୍ରାମରେ କିଛି ପରିବାର ବେଆଇନ ବାଣ ବେପାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ଯାହା ତଦନ୍ତ ସାପେକ୍ଷ । ଘଟଣା ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ଡିଏଫ୍‌ଏସଏଲ୍‌ର କର୍ମଚାରୀ ଏବଂ ବେଗୁନିଆ ପୁଲିସ ଘଟଣାସ୍ଥଳକୁ ଯାଇ ସେଠାରେ ପଡ଼ିଥିବା କାଗଜ ଟୁକୁଡା ଏବଂ ବାରୂଦ ଆଦି ସଂଗ୍ରହ କରି ଫେରିଛନ୍ତି। ଏ ଘଟଣା ସମ୍ପର୍କରେ କେହି ଥାନାରେ ଅଭିଯୋଗ କରିନଥିବାବେଳେ ବେଗୁନିଆ ପୁଲିସ ନିଜଆଡୁ ଏକ ମାମଲା ରୁଜୁ ସାଙ୍ଗକୁ ତଦନ୍ତ ଜାରି ରଖିଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories