www.samajalive.in
Monday, December 8, 2025
24.1 C
Bhubaneswar

ପୁଣି ଦୁଇ ମହିଳା କରୋନା ସଂକ୍ରମିତ : ଦୁଲକିବନ୍ଧ ଗ୍ରାମ ୭୨ ଘଣ୍ଟା ସଟଡାଉନ

କଲମପୁର: କାୟା ବିସ୍ତାର କରୁଛି ମହାମାରୀ କରୋନା। ଦିନକୁ ଦିନ କଲମପୁର ଅଂଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଗତ କାଲି ଜଣେ ଯୁବକ କରୋନା ଆକ୍ରାନ୍ତ ହେଇଥିବା ଚିହ୍ନଟ ହେବା ପରେ ଶୁକ୍ରବାର ୫୮ ଜଣଙ୍କ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେେଗେଟିଭ ଆସିଥିବା ବେଳେ କଲମପୁର ବ୍ଲକ ଅଧିନସ୍ଥ ଦୁଲକିବନ୍ଧ ଗ୍ରାମର ଦୁଇ ଜଣ ମହିଳାଙ୍କ ମଧ୍ୟରୁ ଜଣକଙ୍କ ବୟସ ପ୍ରାୟ ୫୫ ହେଇଥିବା ବେଳେ ଅନ୍ୟଜଣକ ୩୨ ବର୍ଷିୟ ବୋଲି ସୁଚନା ମିଳିଛି। ଜଣେ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ ଗୁରୁବାର ଫେରିଥିଲେ। ଶୁକ୍ରବାର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉଭୟଙ୍କ ର‍୍ୟାପିଡ ଆଣ୍ଟିଜେନ କିଟ ମାଧ୍ୟମରେ ପରୀକ୍ଷା କରାଯିବା ପରେ ଉଭୟ ମହିଳା କରୋନା ସଂକ୍ରମିତ ବୋଲି ଜଣା ପଡିଥିଲା। ଏନେଇ ବ୍ଲକ ପ୍ରଶାସନ ନିକଟରେ ସୁଚନା ମିଳିବା ପରେ ବି.ଡି.ଓ ହେମସାଗର ଭୋଇ ଓ ତହସିଲଦାର କରିସ୍ମା ବେଶ୍ରା ଦୁଲକିବନ୍ଧ ଯାଇ ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତି ପାଇଁ ପ୍ରୟାସ ଜାରି ରଖି ରଖିଛନ୍ତି। ଉଭୟଙ୍କୁ ତାଙ୍କ ଘରେ ସଙ୍ଗରୋଧ ଭାବେ ରଖାଯାଇ ଚିକିତ୍ସା କରାଯାଉଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୁଚନା ମିଳିଥିବା ବେଳେ ଆଗାମୀ ୭୨ ଘଣ୍ଟା ପାଇଁ ଦୁଲକିବନ୍ଧ ଗ୍ରାମକୁ ବ୍ଲକ ପ୍ରଶାସନର ପରାମର୍ଶ କ୍ରମେ ବିଜମରା ପଂଚାୟତ ତରଫରୁ ସଟଡାଉନ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ଏହି ଗ୍ରାମ ସହିତ ଅନ୍ୟ ଗ୍ରାମର କେହି ଯୋଗାଯୋଗ ନକରିବାକୁ ଓ ଗ୍ରମବାସୀଙ୍କୁ ମଧ୍ୟ ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories