www.samajalive.in
Saturday, December 6, 2025
26.1 C
Bhubaneswar

ପୁଣି ​ରେକର୍ଡ : ୨ୟ ଦିନ ପାଇଁ ୮ ଲକ୍ଷରୁ ଅଧିକ କୋଭିଡ୍‍-୧୯ ନମୁନା ପରୀକ୍ଷା

ନୂଆଦିଲ୍ଲୀ :   ଶୁକ୍ରବାର ଦ୍ୱିତୀୟ ଦିନ ପାଇଁ ଦେଶରେ କ୍ରମାଗତ ଭାବେ ରେକର୍ଡ଼ ସଂଖ୍ୟକ ୮ ଲକ୍ଷରୁ ଊର୍ଦ୍ଧ୍ବ କୋଭିଡ୍‍-୧୯ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ସଂଖ୍ୟକ ସର୍ବାଧିକ ୮ଲକ୍ଷ ୪୮ ହଜାର ୭୨୮ଟି ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷା, ଅନୁସନ୍ଧାନ ଓ ଚିକିତ୍ସା ରଣନୀତିକୁ କଡ଼ାକଡ଼ି ଭାବେ ଅନୁସରଣ କରାଯିବା ଫଳରେ ଦେଶରେ ଦୈନିକ ୧୦ ଲକ୍ଷ ନମୁନା ପରୀକ୍ଷା କରାଯାଇପାରୁଛି ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର ସରକାର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ସହଯୋଗରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବାରୁ ଦୈନିକ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଜୁଲାଇର ପ୍ରଥମ ସପ୍ତାହରେ ନମୁନା ପରୀକ୍ଷା ସଂଖ୍ୟା ହାରାହାରି ୨ ଲକ୍ଷ ୩୦ ହଜାର ଥିବାବେଳେ ଚଳିତ ସପ୍ତାହରେ ଏହି ପରୀକ୍ଷା ହାର ସାତ ଲକ୍ଷରେ ପହଞ୍ଚିପାରିଛି। ଦେଶରେ ଏପର୍ୟ୍ୟନ୍ତ ମୋଟ୍‍ ୨ କୋଟି ୭୬ ଲକ୍ଷ ୯୪ ହଜାର ୪୧୬ ନମୁନା ପରୀକ୍ଷା କରାଯାଇଛି। ଦେଶରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୨୦ ହଜାର ଲୋକଙ୍କର ପରୀକ୍ଷା କରାଯାଇପାରିଛି।
ସରକାର କହିଛନ୍ତି, ଦେଶରେ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇଥିବାରୁ ଏପରି ପରୀକ୍ଷା କରାଯିବା ସମ୍ଭବ ହୋଇପାରିଛି। ଚଳିତ ବର୍ଷ ଜାନୁୟାରୀରେ ଗୋଟିଏ ପରୀକ୍ଷାଗାର ଥିବାବେଳେ ଏବେ ଦେଶରେ ପରୀକ୍ଷାଗାର ସଂଖ୍ୟା ୧ ହଜାର ୪୫୧ରେ ପହଞ୍ଚିଛି। ସେଥିମଧ୍ୟରୁ ୯୫୮ଟି ସରକାରୀ ପରୀକ୍ଷାଗାର ଏବଂ ୪୯୩ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories