www.samajalive.in
Monday, December 8, 2025
13.1 C
Bhubaneswar

କେବଳ ଗରିବ ନୁହନ୍ତି; ଏଣିକି ମଧ୍ୟବିତ୍ତ ମଧ୍ୟ ପାଇବେ ‘ଆୟୁଷ୍ମାନ ଭାରତ’ ସ୍ବାସ୍ଥ୍ୟ ଯୋଜନା ସୁବିଧା

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ଗରିବଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସୁବିଧା ମିଳୁଛି । ମାତ୍ର ଏହି ଯୋଜନା ଏବେ କେବଳ ଗରିବଙ୍କ ମଧ୍ୟରେ ସୀମିତ ରହିବ ନାହିଁ । ଏହାର ଫାଇଦା ଗରିବୀ ରେଖା ଉପରେ ଥିବା ନିମ୍ନ ମଧ୍ୟବିତ୍ତ ପରିବାର ମଧ୍ୟ ପାଇବେ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ୧୦.୭୪ କୋଟି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସସେଲ୍ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । ନେସନାଲ ହେଲଥ ଅଥରିଟି (ଏନଏଚଏ) ଏହି ଯୋଜନାରେ ଆଉ କିଛି ବର୍ଗର ଲୋକଙ୍କୁ ସାମିଲ କରିଛନ୍ତି । ଏମାନଙ୍କୁ କୁହାଯାଉଛି ‘ବଞ୍ଚିତ ମଧ୍ୟବିତ୍ତ’ ଅର୍ଥାତ୍ ‘the missing middle’। ଯେଉଁ ଲୋକଙ୍କ ନିକଟରେ ଏହି ଯୋଜନା ପହଞ୍ଚି ପାରିନାହିଁ, ସେମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ । ଆୟୁଷ୍ମାନ ଭାରତ ଯୋଜନାରେ ନିମ୍ନ ମଧ୍ୟବିତ୍ତ ଓ ଅନିୟମିତ କ୍ଷେତ୍ରରେ କାମ କରୁଥିବା ଲୋକ, ସ୍ବରୋଜଗାରୀ, ବୃତ୍ତିଦାରୀ ବା ଛୋଟ କମ୍ପାନୀରେ କାମ କରୁଥିବା ଲୋକ ଫାଇଦା ପାଇବେ ।

- Advertisement -

ସବୁ ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନରେ ସାମିଲ

ଏହାବ୍ୟତୀତ ନେସନାଲ ହେଲଥ ଅଥରିଟି (ଏନଏଚଏ) ବୋର୍ଡ଼ କର୍ମଚାରୀଙ୍କ ନିମନ୍ତେ କେନ୍ଦ୍ର ସରକାରଙ୍କ ବର୍ତମାନର ସ୍ବାସ୍ଥ୍ୟ ଯୋଜନା କୁହାଯାଉଥିବା ଆୟୁଷ୍ମାନ ଭାରତ-ପିଏମଜେଏୱାଇରେ ବିଲୟକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ଏଥିରେ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିୟମିତ ଓ ଠିକା କର୍ମଚାରୀ ମଧ୍ୟ ସାମିଳ । ଏଥିରେ ନିର୍ମାଣ ଶ୍ରମିକ, ସଫାଇ କର୍ମଚାରୀ, ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତି, ସଶସ୍ତ୍ର ପୁଲିସରେ କାର୍ଯ୍ୟ କରୁଥିବା ଜବାନ ବି ସାମିଲ ହେବେ ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories