www.samajalive.in
Thursday, December 11, 2025
23.1 C
Bhubaneswar

ଅଗଷ୍ଟ ୩୧ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର, ରବିବାର କନ୍ଧମାଳ ସଟ୍‍ଡାଉନ୍‍

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଅଗଷ୍ଟ ୧୫ ତାରିଖ ଦିନ ୧୧ଟା ପର ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟକ ଶନିବାର ଓ ରବିବାର ଜିଲାକୁ ସଟଡାଉନ୍‍ ଘୋଷଣା କରାଯାଇଛି। ଆଜି ସଂନ୍ଧ୍ୟାରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ସଟଡାଉନ୍‍ ସମୟରେ ଡାକ୍ତରଖାନା, ପାଥୋଲଜି, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଗ୍ୟାସ ବିତରଣ, ଶିଳ୍ପ ସଂସ୍ଥା, ଦୁର ସଂଚାର, ବିଦ୍ୟୁତ୍‍ ଯୋଗାଣ, ଜଳ ଯୋଗାଣ, ପରିମଳ ଓ ସ୍ୱେରଜ, ଏଟିଏମ ସେବା ଆଦି ଜରୁରୀକାଳୀନ ବିଭାଗ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର, କାର୍ଯ୍ୟାଳୟ, ଅନୁଷ୍ଠାନ ବନ୍ଦ ରହିବ। ଏଥି ସହ ଉପରୋକ୍ତ ସେବା ସହ ସମ୍ପୃକ୍ତ କର୍ମଚାରୀ, ପୁଲିସ୍‍ କର୍ମଚାରୀ, ଅଗ୍ନୀଶମ କର୍ମଚାରୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଚିହ୍ନିତ ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତିତ ଅନ୍ୟ କେହି ଘର ବାହାରକୁ ବାହାରି ପାରିବେ ନାହିଁ। ରାଜପଥ ଗମନାଗମନ ଓ ପରିବହନ ଯାନ ଛଡା ଅନ୍ୟ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ। ପ୍ରଶାସନର ଅନୁମତି ନେଇ ଅନ୍ତିମ ସଂସ୍କାର କାର୍ଯ୍ୟ ହୋଇ ପାରିବ। ସକାଳ ୫ଟାରୁ ୮ଟା ମଧ୍ୟରେ ସମ୍ବାଦପତ୍ର ବିତରଣ ହୋଇ ପାରିବ। ଅଗଷ୍ଟ ୧୫ ତାରିଖରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ପତାକା ଉତ୍ତଳନ ବେଳେ ମାତ୍ର ୧୦ ଜଣରୁ ଅଧିକ ଏକତ୍ରିତ ହୋଇ ପାରିବେ ନାହିଁ। କୌଣସି ବ୍ୟକ୍ତି ବିଶେଷ ବା ସଂସ୍ଥା ପ୍ରସାସନ ଏହି ନିୟମକୁ ଉଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories