www.samajalive.in
Wednesday, December 10, 2025
18.1 C
Bhubaneswar

କୁଶଖଳିଆରୁ ଅପହୃତ ନାବାଳିକା ବୁଢାପାଳରୁ ଉଦ୍ଧାର

ଦେବଗଡ : ଗତ ୧୧ ତାରିଖରେ କୁଣ୍ଡେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ କୁଶଖଳିଆ ଗ୍ରାମରୁ ଅପହୃତ ହୋଇଥିବା ଜଣେ ୧୪ ବର୍ଷର ନାବାଳିକା ଗୁରୁବାର କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ବୁଢାପାଳ ଗ୍ରାମରୁ ଉଦ୍ଧାର ହୋଇଛି। ତେବେ ଅପହରଣକାରୀ ଯୁବକ ଫେରାର ଥିବାରୁ ତାକୁ ପୁଲିସ ଗିରଫ କରିପାରିନାହିଁ।

ମିଳିଥିବା ସୂଚନା ଅନୁଯାୟୀ ଗତ ୧୧ ତାରିଖ ଦିନ କୁଶଖଳିଆ ଗ୍ରାମର ଜଣେ ୧୪ ବର୍ଷୀୟା ନାବାଳିକାକୁ ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କମ୍ପସଲା ଗ୍ରାମର କାହ୍ନା ନାଏକ ନାମକ ଜଣେ ଯୁବକ ଅପହରଣ କରି କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ବୁଢାପାଳ ଗ୍ରାମରେ ରହୁଥିବା ତାର ଭିଣୋଇ ପ୍ରଦୀପ ନାଏକଙ୍କ ଘରେ ରଖିଥିଲା। ନାବାଳିକା ଜଣକ ହଠାତ ନିଖୋଜ ହୋଇଯିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରୁଥିବା କଥା ଜାଣିବାକୁ ପାଇଥିଲେ। ଅପହୃତା ନାବାଳିକାଙ୍କ ପିତା ଗତକାଲି ସଂଧ୍ୟାରେ ପ୍ରଦୀପଙ୍କ ଘରକୁ ଆସି ଏ ସମ୍ପର୍କରେ ପଚାରିବାରୁ ଅପହର୍ତ୍ତା କାହ୍ନା,ତାର ଭିଣୋଇ ପ୍ରଦୀପ ଓ ଅଇଁଠୁ ନାଏକ ନାମକ ପ୍ରଦୀପଙ୍କ ଜଣେ ସମ୍ପର୍କୀୟ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଫଳରେ ସେ (ନାବାଳିକାଙ୍କ ପିତା) ପ୍ରାଣ ବିକଳରେ ନିଜ ଘରକୁ ଫେରିଯାଇଥିଲେ।

- Advertisement -

ଗୁରୁବାର ସକାଳେ ନାବାଳିକାଙ୍କ ମାଆ ୧୦୯୮ ଚାଇଲ୍ଡଲାଇନକୁ ଫୋନ କରିଥିଲେ। ଅନ୍ୟପକ୍ଷରେ ଏ ସମ୍ପର୍କରେ ସୂଚନା ପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚାଇଲ୍ଡଲାଇନକୁ ନିର୍ଦ୍ଦେଶ ଦେଇଥିଲେ। ରିଆମାଳ ଚାଇଲ୍ଡଲାଇନର କର୍ମୀ ସନ୍ତୋଷ ମୁଦୁଲି ଓ ତପନ କୁମାର ନାୟକ ନାମକ ଜଣେ ଭଦ୍ରବ୍ୟକ୍ତି ନାବାଳିକାଙ୍କ ଘରକୁ ଯାଇ ସବିଶେଷ ସୂଚନା ହାସଲ କରିବା ସହ ଏନେଇ କୁଣ୍ଢେଇଗୋଳା ଥାନା ପୁଲିସର ସହାୟତା ନେବାକୁ ନାବାଳିକାଙ୍କ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ନାବାଳିକାଙ୍କ ପିତା ସନ୍ତୋଷ ଓ ତପନଙ୍କ ସହ କୁଣ୍ଢେଇଗୋଳା ଥାନାକୁ ଆସି ଏସମ୍ପର୍କରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ଋଜୁ କରିଥିଲା। ସେହିପରି କୁଣ୍ଢେଇଗୋଳା ଥାନା ଇନ୍ସପେକ୍ଟର ନିରୁପମା ଜେନା ପୁଲିସ କର୍ମଚାରୀ ଓ ଚାଇଲ୍ଡଲାଇନର କର୍ମକର୍ତ୍ତାଙ୍କ ସହ ପ୍ରଦୀପଙ୍କ ଘରକୁ ଯାଇ ଅପହୃତା ନାବାଳିକଙ୍କୁ ଉଦ୍ଧାର କରିଥିଲେ। ତେବେ ଅପହର୍ତ୍ତା କାହ୍ନା ଓ ଅନ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ। ଆଜି ସେହି ନାବାଳିକାଙ୍କର ଡାକ୍ତରୀ ମାଇନା କରାଯାଇଥିବାବେଳେ ଆସନ୍ତା କାଲି ତାଙ୍କୁ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories