www.samajalive.in
Monday, December 8, 2025
13.1 C
Bhubaneswar

ପ୍ରଶାସନିକ ଅବହେଳା ଯୋଗୁଁ ଦୁନିଆ ଦେଖିବାରୁ ବଂଚିତ ଶିଶୁ ଦେବବ୍ରତ

ବେଗୁନିଆ: ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ସତ, ମାତ୍ର କିଛି ପ୍ରଶାସନିକ ଅଧିକାରୀ ସେହି ଯୋଜନା ସବୁ ପ୍ରଣୟନ କ୍ଷେତ୍ରରେ କିପରି ଅନ୍ତରାୟ ସୃଷ୍ଟି କରି ଜନସାଧାରଣରେ ସରକାରଙ୍କର ଭାବମୂର୍ତ୍ତି କ୍ଷୁର୍ଣ କରିଥାନ୍ତି ତାର ଏକ ନିଚ୍ଛକ ପ୍ରମାଣ ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ଗ୍ରାମରେ। ସମ୍ପୃକ୍ତ ଗ୍ରାମର ବ୍ରାହ୍ମଣ ସାହିରେ ବାସ କରନ୍ତି ଦିନ ମଜୁରିଆ ରଘୁନାଥ ବେହେରା। ତାଙ୍କର ୩ ବର୍ଷର ପୁଅ ଦେବବ୍ରତ। ଜନ୍ମରୁ ଦୃଷ୍ଟିଶକ୍ତି ନାହିଁ। ଦୁନିଆ ଦେଖିବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛିl ଚିକିତ୍ସା ପାଇଁ ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ରଘୁନାଥ ତାଙ୍କର ସମସ୍ତ ସମ୍ବଳ ଲଗାଇ ଦେଇଥିଲେ ହେଁ ଆହୁରି ଅଧିକ ଟଙ୍କା ଦରକାର ପଡୁଛି।

ପୁଅର ଚକ୍ଷୁ ଅପରେସନ ପାଇଁ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଗୁହାରି କରିଥିଲେ ହେଁ କେହି କର୍ଣପାତ କରୁନାହାନ୍ତି। ଫଳରେ ରଘୁନାଥ ଏବେ ସମସ୍ତଙ୍କ ଉପରୁ ଆଶା ଭରସା ତୁଟାଇ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ସରକାର ଯୋଗାଇ ଦେଉଥିବା ସହାୟତା କଣ ପ୍ରକୃତରେ ଲୋକମାନେ ପାଇପାରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ତାଙ୍କର ଏକମାତ୍ର ପୁତ୍ରର ଦୁର୍ଦଶା ସମ୍ପର୍କରେ ଗତ ୧୭.୧୧.୧୯ରିଖ ସମାଜରେ ଏକ ଖବର ପ୍ରକାଶ ପାଇଥିଲା। ଖବରକୁ ଭିତିକରି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବେଗୁନିଆ ତହସିଲଦାର ବାଘମାରି ଆର.ଆଇଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ କହିଥିଲେ।

- Advertisement -

ଆର.ଆଇ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ତହସିଲଦାର ଆର ଆଇଙ୍କ ରିପୋର୍ଟକୁ ଭିତିକରି ରଘୁନାଥ ଜଣେ ଗରିବ ଏବଂ ଦିନ ମଜୁରିଆ ହୋଇଥିବାବେଳେ ତାଙ୍କର ବାର୍ଷିକ ଆୟ ୨୫ ହଜାର ଟଙ୍କାରୁ କମ ଥିବା ଓ ତାଙ୍କ ପୁଅର ଆଖି ଅପରେସନ ଏବଂ ଲେନ୍ସ ଲଗାଇବା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଆବଶ୍ୟକ ବୋଲି ତାଙ୍କ ରିପୋର୍ଟରେ ଉଲ୍ଲେଖ କରି ଜିଲ୍ଲପାଳଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ଇତିମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ତଥ୍ୟ ନ ମିଳିବାରୁ ରଘୁନାଥ ୧୨.୫.୨୦ରେ ଜିଲ୍ଲାପାଳଙ୍କୁ ତହସିଲଦାରଙ୍କ ରିପୋର୍ଟ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ସୂଚନା ଅଧିକାର ନିୟମ ଅନୁସାରେ ତଥ୍ୟ ମାଗିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନର ସହାୟତା ବଦଳରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସନ୍ଧ୍ୟାରାଣୀ ଗୁରୁ ଏବଂ ଖୋର୍ଦ୍ଧା ଜିଲ୍ଲା ସିଡ଼ିଏମଓ ବିଶ୍ୱରଂଜନ ପତି ମିଥ୍ୟା ତଥ୍ୟ ପ୍ରଦାନ କରିଥିବାର ରଘୁନାଥ ଅଭିଯୋଗ କରିଛନ୍ତି।

ସଂନ୍ଧ୍ୟାରାଣୀ ଦେଇଥିବା ରିପୋର୍ଟରେ ଲେଖିଛନ୍ତି ଯେ ତହସିଲଦାରଙ୍କ ରିପୋର୍ଟ ଗ୍ରହଣ କରିବା ପରେ ସେ ପୁନଶ୍ଚ ତହସିଲଦାରଙ୍କୁ ପତ୍ର ସଂଖ୍ୟା ୨୦୦୮୦, ତା ୧୯.୧୧.୨୦ରେ ତଥ୍ୟଭିତ୍ତିକ ରିପୋର୍ଟ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କର କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଏବେ ଅଗଷ୍ଟ ମାସ ଚାଲିଥିବାବେଳେ ନଭେମ୍ବର ମାସରେ ସେ ଚିଠି କଲେ କେମିତି? ତେଣୁ ଏହା ଅଧିକାରୀମାନଙ୍କର ଖାମଖିଆଲି କାର୍ଯ୍ୟ ବୋଲି ପ୍ରମାଣିତ ହେଉନାହିଁ କି? ସବୁଆଡୁ ନିରାଶ ହେବାପରେ ରଘୁନାଥ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ସେ ସି ଡ଼ି ଏମ ଓ ଖୋର୍ଦ୍ଧା, ଡ଼ିଷ୍ଟ୍ରିକ୍ଟ ସୋସିଆଲ ଅଫିସର ଖୋର୍ଦ୍ଧା, ଏବଂ ଡ଼ିଷ୍ଟ୍ରିକ୍ଟ ଚାଇଲଡ ପ୍ରୋଟେକ୍ସନ ଅଫିସର ଖୋର୍ଦ୍ଧାଙ୍କୁ ପକ୍ଷଭୁକ୍ତ କରି ୩/୨୦ନମ୍ବର କେଶ ରୁଜୁ କରି ତାଙ୍କର ଚିଠି ନମ୍ବର ୧୦୪/ଓଏସସିପିସିଆର /୦୩/୨୦,ତା ୭.୧.୨୦ରେ ଚିଠି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେବା ସହ ଉପପତ୍ର ୧୦୫ରେ ଜିଲ୍ଲାପାଳ ଖୋର୍ଦ୍ଧାଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚିଠି କରିଥିଲେ। କିନ୍ତୁ ଡ଼ି ସି ପି ଓ ରଘୁନାଥଙ୍କ ଘରକୁ ୨୪.୧.୨୦ ତାରିଖରେ ଯାଇ ଘଟଣାର ତଦନ୍ତ କରି ଆର୍ଥିକ ସମସ୍ୟା ଯୋଗୁଁ ସେ ଚିକିତ୍ସା କରିବା ପାଇଁ ସକ୍ଷମ ନୁହନ୍ତି ଆରବିଏସକେ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଶିଶୁର ଆଖି ଅପରେସନ କରାଯାଉ।

ଦୁଇବର୍ଷ ହେଲା ସେ ଶିଶୁର ଅକ୍ଷମତା ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଦିଆଯାଉନାହିଁ କାହିଁକି? ତେଣୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଡ଼ିଏସଓଙ୍କୁ ଅକ୍ଷମତା ପ୍ରମାଣପତ୍ର ପ୍ରଦାନ କରିବା ସହିତ ଆରବିଏସକେ ଯୋଜନାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଡ଼ିଏମଓ ଙ୍କୁ ମଧ୍ୟ ଚିଠି କରିଛନ୍ତି। ଡ଼ିଏସ ଓ, ଶିଶୁ ସୁରକ୍ଷା ଆୟୋଗଙ୍କ କେଶ ନମ୍ବର ୩/୨୦ ଏବଂ ଚିଠି ନମ୍ବର ୧୦୪ର ନିର୍ଦେଶ ଅନୁଯାଇ ବେଗୁନିଆ ବିଡ଼ିଓ, ସିଡ଼ିଏମଓ (ଖୋର୍ଦ୍ଧା ), ଜିଲ୍ଲାପାଳ (ଖୋର୍ଦ୍ଧା) ଏବଂ ଓ ଏସସିପିସି ଆରଙ୍କୁ ଚିଠି କରି ଚୁପ ଚାପ ବସିପଡିଛନ୍ତି l ସିଡ଼ିଏମଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କର ଚିଠି ନମ୍ବର ୬୫୦୪, ତା ୧୮/୬/୨୦ରେ ସିଡ଼ିପିଓଙ୍କୁ ବିଭ୍ରାନ୍ତିମୂଳକ ତଥ୍ୟ ଦେଇଛନ୍ତି। ସବୁଆଡୁ ଆଶା ତୁଟିଯିବା ପରେ ଏବେ ରଘୁନାଥ ଭଗବାନଙ୍କ ଉପରେ ଭରସା କରି ପୁଅର ଭାଗ୍ୟକୁ ନେଇ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସରକାର ପ୍ରଣୟନ କରୁଥିବା ଯୋଜନା ସବୁ କାହାପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories