www.samajalive.in
Monday, December 8, 2025
14.1 C
Bhubaneswar

ଚିନ୍ତାରେ କନ୍ଧମାଳ ଚା’ ବ୍ୟବସାୟୀ, ଦୋକାନ ଖୋଲିବାକୁ ଦାବି

ଫୁଲବାଣୀ: କରୋନା ମହାମାରୀ ଯୋଗୁଁ ପ୍ରଶାସନ ଦୀର୍ଘ ୪ ମାସରୁ ଊର୍ଦ୍ଧ୍ବ ସମୟ ଧରି କଟକଣା ଲାଗୁ କରିଥିଲା। ଫଳରେ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ତେବେ ପ୍ରଶାସନ ଲାଗୁ କରିଥିବା କଟକଣାକୁ ଗତ ୮ ତାରିଖରୁ କିଛି କୋହଳ କରାଯାଇଛି। କେବଳ ଚା’, ପାନ, ଗୁଟଖା ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇଛି। ପ୍ରଶାସନ ଏହି ନିଷ୍ପତି ଯୋଗୁଁ କନ୍ଧମାଳ ଜିଲାର ଶହ ଶହ ଚାହା ଦୋକାନି ଚିନ୍ତାରେ ପଡ଼ିଛନ୍ତି।

ଗୋଟିଏ ପଟେ କରୋନା କଟକଣା ଯୋଗୁଁ ଦୋକାନ ବଜାର ଖୋଲାଯାଉ ନଥିବା ବେଳେ ଘରେ ଅନେକଙ୍କର ଚୁଲି ଜଳିବା କଷ୍ଟ ଦାୟକ ହୋଇ ପଡିଥିବା ବେଳେ ଏବେ ପୁଣି ବନ୍ଦ ପାଇଁ କଡ଼ା ଚେତାବନି ଚିନ୍ତାରେ ପକାଇଛି ଚାହା ବ୍ୟବସାୟୀମାନଙ୍କୁ। ଦୋକାନ ନଖୋଲିଲେ ସେପଟେ ଖାଇବା ବନ୍ଦ। ଏପଟେ ଦୋକାନ ଖୋଲିଲେ ଜରିମାନା ପାଇଁ ତାଗିଦ। ତେବେ ଏହି କଡ଼ା ନିର୍ଦ୍ଦେଶନାମା ଯୋଗୁଁ ଜିଲାର ଫୁଲବାଣୀ ସମେତ ସମଗ୍ର ଜିଲାରେ ଶତାଧିକ ଚାହା ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

- Advertisement -

ଦୀର୍ଘ ୪ ମାସ କାଳ ପ୍ରଶାସନର ଲକଡାଉନ୍‍, ସଟଡାଉନ୍‍ ଓ କଂଟେନମେଂଟ ଜୋନ ଯୋଗୁଁ ସେମାନଙ୍କ ଦୋକାନ ଖୋଲି ପାରିନାହାନ୍ତି। ଫଳରେ ସେମାନଙ୍କ ରୋଜଗାର ବନ୍ଦ ହୋଇଯାଇଥିବା ସହ ପରିବାର ଲୋକେ ନାହିଁ ନଥିବା ଦୁର୍ଦଶା ଭୋଗ କରୁଛନ୍ତି। ଓଳିଏ ଖାଇଲେ ଓଳିଏ ଭୋକରେ ରହୁଛନ୍ତି। ବୃଦ୍ଧ ପିତାମାତାଙ୍କୁ ଔଷଧ ଟିକେ ଦେଇ ପାରୁନାହନ୍ତି। ତେଣୁ ଅନ୍ୟ ଦୋକାନ ଖୋଲିବା ପରି ଚାହା ଦୋକାନକୁ ମଧ୍ୟ କୋଭିଡ୍‍ ନିୟମ ପାଳନ ପୂର୍ବକ ଖୋଲିବାକୁ ଅନୁମତି ପ୍ରଦାନ କରିବାକୁ ଚା’ ଦୋକାନୀମାନେ ଦାବି କରିଛନ୍ତି। ନଚେତ୍‍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ ପାଇଁ ପରିବାର ସହିତ ଧାରଣା ଦେବେ ବୋଲି ଚେତାବନି ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories