www.samajalive.in
Thursday, December 11, 2025
15.1 C
Bhubaneswar

କୋଭିଡ୍‌ ନିୟମ ସହ ମନ୍ଦିର ଖୋଲିବା ନେଇ ଆଲୋଚନା ଚାଲିଛି: ଆଇନ ମନ୍ତ୍ରୀ

ଭୁବନେଶ୍ବର: କରୋନା କଟକଣା ଯୋଗୁ ସାରା ରାଜ୍ୟରେ ବନ୍ଦ ରହିଥିବା ମନ୍ଦିରଗୁଡ଼ିକ ଖୁବଶୀଘ୍ର ଖୋଲିବ । ଶ୍ରଦ୍ଧାଳୁମାନେ ମନ୍ଦିରକୁ ଯାଇ ଠାକୁର ଦର୍ଶନ ସାଙ୍ଗକୁ ପୂଜାର୍ଚ୍ଚନା କରିପାରିବେ। ରାଜ୍ୟରେ ମନ୍ଦିର ଖୋଲିବା ନେଇ ବିଚାର ବିମର୍ଷ ଚାଲିଛି ଏବଂ କୋଭିଡ୍ ନିୟମ ସହ ମନ୍ଦିର ଖୋଲିବା ନେଇ ଆଲୋଚନା ଜାରି ରହିଛି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ସାରା ରାଜ୍ୟରେ ମନ୍ଦିର ଖୋଲିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକାର ଅନୁସରଣ କରାଯିବ, ଯାହା ଦ୍ୱାରା ମନ୍ଦିର ଯୋଗୁଁ ସଂକ୍ରମଣ ବଢ଼ିବ ନାହିଁ । ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ ପାଇଁ ପ୍ରସ୍ତୁତ ମାର୍ଗଦର୍ଶିକା ଓ କୋଭିଡ୍‌ ନିୟମ ମାନି ଠାକୁର ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
ଅପରପକ୍ଷରେ କରୋନା ପାଇଁ ଧର୍ମାନୁଷ୍ଠାନଗୁଡିକ ବନ୍ଦ ଥିବାବେଳେ ଏସବୁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବା ପାଇଁ ହାଇକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ନଜରରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି ଓଡିଶା ହାଇକୋର୍ଟ । ଆଜି ହାଇକୋର୍ଟରେ ରାଜ୍ୟର ଧର୍ମାନୁଷ୍ଠାନ ଖୋଲିବା ନେଇ ହେଉଥିବା ଦୁଇଟି ମାମଲା ଉପରେ ହାଇକୋର୍ଟ ଶୁଣୀଣି କରିଥିଲେ । ୩୦ଜୁଲାଇରେ ଦେଓଗଡ ବୈଦ୍ୟନାଥ ମନ୍ଦିର ଖୋଲିବା ନେଇ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶନାମା ଉପରେ ରାଜ୍ୟ ସରକାର ନଜର ଦେଇ ରାଜ୍ୟରେ କିଭଳି ଧର୍ମାନୁଷ୍ଠାନ ଖୋଲାଯାଇପାରିବ ସେ ଉପରେ ନିଷ୍ପତ୍ତି ନେଇପାରିବେ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories