www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରମ ବିଭାଗର ଗୁରୁତର ତୃଟି, ସହାୟତାରୁ ବଂଚିତ ନିର୍ମାଣ ଶ୍ରମିକ

ଟିଟିଲାଗଡ଼: କରୋନା ମହାମାରି ନେଇ ଗତ ମାର୍ଚ୍ଚ ୨୪ରୁ ଦେଶରେ ସଟଡାଉନ ଲାଗୁ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେ ସମୟରେ ସଟଡାଉନ ଯୋଗୁଁ କର୍ମ ନିଯୁକ୍ତି ହରାଇଥିବା ଶ୍ରମିକଙ୍କୁ ସହାୟତା ଘୋଷଣା କରାଯାଇଥିଲା। ଯେଉଁ ଶ୍ରମିକ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ ଯୋଜନାରେ ନିଜ ନାମ ପଂଜିକରଣ କରିଛନ୍ତି ସେମାନଙ୍କୁ କେବଲ ସହାୟତା ପ୍ରଦାନ ପାଇଁ ସର୍ତ ରହିଥିଲା। ଏନେଇ ଟିଟିଲାଗଡ ବ୍ଲକରେ ମନରେଗା ଯୋଜନାରେ ଜବକାର୍ଡ ଧାରି ୨୩ ହଜାର ୫୬୩ ଶ୍ରମିକଙ୍କ ମଧ୍ୟରୁ କେବଳ ୩୩୦୦ ଶ୍ରମିକ ସହାୟତା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଅନ୍ୟ ନିର୍ମାଣ ସମ୍ପର୍କିୟ କାର୍ଯ୍ୟରେ ନିୟୋଜିତ ଅନେକ ଶ୍ରମିକ ଏହି ଯୋଜନାରେ ପଂଜିକୃତ ହୋଇଥିବା ବେଳେ ସରକାରି ସହାୟତାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି।

ଯୋଜନାରେ ପଂଜିକୃତ ଗୋଟିଏ ପଂଚାୟତର ଶ୍ରମିକଙ୍କ ସହାୟତା ରାଶି ଅନ୍ୟ ପଂଚାୟତକୁ ଚାଲିଯାଇଥିବା ଅଭିଯୋଗ ହୋଇଛି। ଏପରିକି ବଲାଙ୍ଗିର ଜିଲାର ବିଭିନ୍ନ ବ୍ଲକର ଶ୍ରମିକଙ୍କ ସହାୟତା ରାଶି ଟିଟିଲାଗଡ ବ୍ଲକକୁ ଆସିଥିବା ବେଳେ ଏ ଅଂଚଳର ଶ୍ରମିକଙ୍କ ସହାୟତା ରାଶି ଅନ୍ୟ ବ୍ଲକକୁ ଚାଲିଯାଇଛି। ଏ ପରିପ୍ରେକ୍ଷୀରେ ଗତ ଏପ୍ରିଲ ୧୧ରେ ତାଙ୍କ ପଂଚାୟତର ଶ୍ରମିକଙ୍କୁ ସରକାରି ସହାୟତା ନେଇ ୧୫୦୦ ଟଙ୍କା ଲେଖାଏଁ ନଗଦ ରାଶି ବଣ୍ଟନ କରାଯାଇଥିବା ବେଳେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ପଂଜିକୃତ ଶ୍ରମିକଙ୍କ ନାମ ନଥିବା ନେଇ ସହାୟତା ବଣ୍ଟନ କରାଯାଇନଥିବା ସିହିନି ସରପଂଚ ତଥା ବ୍ଲକ ସରପଂଚ ସଂଘ ସଭାପତି ବିରବର ସାହୁ ଅଭିଯୋଗ କରିଛନ୍ତି। ତାଙ୍କ ପଂଚାୟତର ଶ୍ରମିକଙ୍କ ନାମ ଅନ୍ୟ ପଂଚାୟତର ଶ୍ରମିକ ତାଲିକାରେ ରହିଥିବା ବେଳେ ତାଙ୍କ ପାଖକୁ ଆସିଥିବା ଅନ୍ୟ ପଂଚାୟତର ଶ୍ରମିକଙ୍କ ସହାୟତା ରାଶି ପ୍ରାୟ ୫୪ ହଜାର ଟଙ୍କା ବିଡିଓଙ୍କୁ ଫେରସ୍ତ ଦେଇଥିଲେ। ଏନେଇ ସହାୟତାରୁ ବଂଚିତ ଶ୍ରମିକ ବାରମ୍ବାର ପଂଚାୟତ ତଥା ବ୍ଲକ କାର୍ଯ୍ୟାଳୟକୁ ଧାଇଁ ନିରାଶ ହୋଇଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।

- Advertisement -

ସେହିପରି ବ୍ଲକ ଅନ୍ତର୍ଗତ ଶଗଡଘାଟ ଗ୍ରାମପଂଚାୟତକୁ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତ ତଥା ଅନ୍ୟ ବ୍ଲକର ଶ୍ରମିକଙ୍କ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏନେଇ ୧ ଲକ୍ଷ ୪୨ ହଜାର ଟଙ୍କା ସେ ଫେରାଇଥିବା ଶଗଡଘାଟ ପଂଚାୟତ ନିର୍ବାହି ଅଧିକାରୀ ସୁରେଶ ମିଶ୍ର କହିଛନ୍ତି। ମନିଗାଁ ପଂଚାୟତର ଅନେକ ଶ୍ରମିକ ବହୁ ବର୍ଷ ହେଲା ନିର୍ମାଣ ଶ୍ରମିକ ଯୋଜନାରେ ପଂଜିକୃତ ହୋଇଛନ୍ତି। ହେଲେ ତାଙ୍କୁ ସହାୟତା ମିଳିନାହିଁ ବୋଲି ସରପଂଚ ମୁନିରାମ ଖର୍ସେଲ ଅଭିଯୋଗ କରିଛନ୍ତି। ଲୁଥୁରବନ୍ଧ ପଂଚାୟତକୁ ଅନ୍ୟ ଅଂଚଳର ଶ୍ରମିକଙ୍କ ଯାହା ଟଙ୍କା ଆସିଲା ଫେରାଇଦେଇଛୁ ହେଲେ ଆମ ପଂଚାୟତର ହଜାର ହଜାର ଶ୍ରମିକଙ୍କ ଟଙ୍କା କୁଆଡେ ଗଲା ବୋଲି ସରପଂଚ ଗୌରି ହିଆଲ କହିଛନ୍ତି। ମୁରିବାହାଲ ବ୍ଲକ ଅଂଚଳର ଶ୍ରମିକଙ୍କ ସହାୟତା ଆମ ପାଖକୁ ଆସିଥିଲା ଫେରାଇଦେଲୁ ବୋଲି ନାରେନ ସରପଂଚ ଦୟାରାମ ଅଗ୍ରୱାଲ କହିଛନ୍ତି।

କରୋନା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବେରୋଜଗାର ଶ୍ରମିକଙ୍କୁ ସହାୟତା ନେଇ ଜିଲା ଶ୍ରମ ବିଭାଗର ବେପରବାୟ ନୀତି ନେଇ ସହାୟତା ରାଶି ମିଳିପାରିନାହିଁ। ଯିଏ ଦଲାଲ ଧରିଲା ସେ ହିଁ ସହାୟତା ପାଇଛି ବୋଲି ବ୍ଲକ ସରପଂଚ ସଂଘ ଉପଦେଷ୍ଟା ଦୟାରାମ ଅଗ୍ରୱାଲ କହିଛନ୍ତି। ଏନେଇ ଜିଲା ଶ୍ରମ ନୀରିକ୍ଷକ ପ୍ରଶାନ୍ତ ସୁନାଙ୍କୁ ଯୋଗାଯୋଗ କରିବାରୁ ଡାଟା ଏନ୍ଟ୍ରି ଅପରେଟରଙ୍କ ତୃଟି ଯୋଗୁଁ ଜିଲାର ହଜାର ହଜାର ଶ୍ରମିକଙ୍କ ସହାୟତା ଏପଟସେପଟ ହୋଇଥିବା ସ୍ୱିକାର କରିଛନ୍ତି। ତେବେ ଶ୍ରମିକଙ୍କୁ କେବେ ସହାୟତା ପ୍ରଦାନ କରାଯିବ ସେ ନେଇ ରାଜ୍ୟ ଶ୍ରମ ବିଭାଗ ଉଚ୍ଚ ଅଧିକାରୀ ହିଁ କହିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏନେଇ ରାଜ୍ୟ ସରକାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଶ୍ରମିକଙ୍କୁ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories