www.samajalive.in
Monday, December 8, 2025
13.1 C
Bhubaneswar

ଶବର ସାଥୀଙ୍କୁ ମିଳିଲାନି କାନ୍ଧ, ଟ୍ରଲିରେ ବୁହାହେଲା ଶବ

ଗୁଣୁପୁର: ଯିଏ ଥିଲେ ଦିନେ ଶବର ସାଥୀ, ତାଙ୍କରି ମୃତ୍ୟୁ ପରେ ତାଙ୍କର ଶବକୁ ସ୍ମଶାନ ଯାଏଁ ନେବାକୁ ମିଳିଲାନି ଚାରିକାନ୍ଧ। ଶେଷରେ ଟ୍ରଲିରେ ବୁହାହେଲା ଶବ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ଗୁଡାରି ବାରତମ ସାହିରେ। ଏହି ସାହିର ବି.କାରୁବୁ ନାମକ ଜଣେ ୬୪ ବର୍ଷୀୟ ବୃଦ୍ଧଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜି ମୃତ୍ୟୁ ବରଣ କରିଥିବା ଜଣାପଡିଥିଲା। ହେଲେ ବର୍ତ୍ତମାନ କରନା ମହାମାରୀ ପରିସ୍ଥିତିରେ କରନା ଜନିତ ମୃତ୍ୟୁ ସନ୍ଦେହ କରି ଆତ୍ମୀୟ ବନ୍ଧୁ ବାନ୍ଧବ କି ସାହି ପଡିଶା କିଏ ବି ତାଙ୍କ ଶବ ନିକଟକୁ ଯାଇ ନ ଥିଲେ ଏବଂ କାନ୍ଧ ଦେବାକୁ ଅରାଜି ହୋଇଥିଲେ। କେବଳ ଦୁଆର ମୁହଁରେ ଠିଆହୋଇ ଦେଖେଣାହାରି ସାଜିଥିଲେ। ପରେ ଗ୍ରାମର ୩ଜଣ ଯୁବକ ରଞ୍ଜନ କୁମାର ରଥ, ରଘୁନନ୍ଦନ ସାହୁ ଓ ଚିନାରୀ ନଗରାଜୁ ଏକ ଟ୍ରଲିରେ ଶବକୁ ନେଇ ସ୍ମଶାନରେ ଦାହ କରିଥିଲେ।

ସୂଚନା ଅନୁଯାୟୀ, ମୃତ କାରୁବୁ ଏକାକୀ କୁମୁଟି ସମ୍ପ୍ରଦାୟର ୪୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଶବକୁ ନିଜେ କାନ୍ଧ ଦେଇ ସ୍ମଶାନକୁ ନେଇଥିବା ବେଳେ, ତାଙ୍କୁ ଚାରିକାନ୍ଧ ନ ମିଳିବା ଦୁର୍ଭାଗ୍ୟଜନକ ଘଟଣା । ଯାହାକି ସଭ୍ୟ ସମାଜର ମାନବିକତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି । ଏଭଳି ସ୍ଥିତିରେ ସରକାରଙ୍କ ମଧ୍ୟ ଗୁରୁ ଦାୟିତ୍ବ ରହିଛି। ଅଯଥାରେ ଲୋକଙ୍କୁ ଭୟଭୀତ ନ କରି ସୁଗମ ବାତାବରଣ ସୃଷ୍ଟି କରିବା ଆବଶ୍ୟକତା ରହିଛି। ବର୍ତ୍ତମାନ ଏହି ତିନି ଯୁବକଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories