www.samajalive.in
Monday, December 8, 2025
27.1 C
Bhubaneswar

ଏହି ଜୀବର ନୀଳ ରକ୍ତରେ ପ୍ରସ୍ତୁତ ହୋଇପାରେ କରୋନା ଭ୍ୟାକ୍ସିନ: ଏକ ଲିଟର ରକ୍ତର ମୂଲ୍ୟ ୧୧ଲକ୍ଷ

ଏହି ଜୀବର ରକ୍ତର ମୂଲ୍ୟ ଖୁବ ମୂଲ୍ୟବାନ। ନୀଳ ରକ୍ତ ବିଶିଷ୍ଟ ଏହି ଜୀବର ଏକ ଲିଟର ରକ୍ତର ମୂଲ୍ୟ ପ୍ରାୟ ୧୧ଲକ୍ଷ। ବୈଜ୍ଞାନିକଙ୍କ ମତାନୁଯାୟୀ, ଏହି ଜୀବର ରକ୍ତରେ କୋଭିଡ଼-୧୯ର ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇପାରିବ। ଏହା ଏପରି ଏକ ଜୀବ ଯାହାର ରକ୍ତ ପାଇଁ ଔଷଧ କମ୍ପାନୀମାନେ ଖୁବ ଖର୍ଚ୍ଚ କରିଥାଆନ୍ତି। କାରଣ ଏହାର ରକ୍ତରୁ ଔଷଧ ଓ କେତେକ ଆବଶ୍ୟକୀୟ ଭ୍ୟାକ୍ସିନ ପ୍ରସ୍ତୁତ ହୋଇଥାଏ।
ନୀଳ ରକ୍ତ ବିଶିଷ୍ଟ ଏହି ଜୀବର ନାମ ହର୍ସ ଶୁ ( ଘୋଡ଼ା ନାଲ ଭଳି ଶରୀର ଥିବା କଙ୍କଡ଼ା)। ଏହା ଏକ ଦୁର୍ଲଭ ପ୍ରଜାତିର କଙ୍କଡ଼ା। ଏହା ଦୁନିଆର ସବୁଠାରୁ ପୁରୁଣା ଜୀବମାନଙ୍କ ମଧ୍ୟରୁ ଗୋଟିଏ ଓ ପୃଥିବୀରେ ପ୍ରାୟ ୪୫ କୋଟି ବର୍ଷରୁ ରହିଛି। ଏହି ଜୀବର ଏକ ଲିଟର ନୀଳ ରକ୍ତର ମୂଲ୍ୟ ପ୍ରାୟ ୧୧ଲକ୍ଷ।
ଆଟଲାଣ୍ଟିକ , ହିନ୍ଦ ଓ ପ୍ରଶାନ୍ତ ମହାସାଗରେ ମିଳୁଥିବା ଏହି କଙ୍କଡ଼ା ବସନ୍ତ ଋତୁ ଠାରୁ ମେ-ଜୁନ ମାସ ଯାଏଁ ଦେଖାଯାଆନ୍ତି ଓ ଏମାନଙ୍କ ରକ୍ତର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧୧ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାଏ। ଏହା ଦୁନିଆର ସବୁଠାରୁ ଦାମୀ ତରଳ ପଦାର୍ଥ ବୋଲି ମଧ୍ୟ କୁହାଯାଏ।
ବିଭିନ୍ନ ଔଷଧ ପ୍ରସ୍ତୁତି ପାଇଁ ଏହି କଙ୍କଡ଼ାର ରକ୍ତକୁ ବ୍ୟବହାର କରାଯାଇଥାଏ। ପ୍ରାୟ ୧୯୭୦ ମସିହାରୁ ବୈଜ୍ଞାନିକମାନେ ଏହି କଙ୍କଡ଼ାର ରକ୍ତକୁ ବ୍ୟବହାର କରୁଛନ୍ତି ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ପ୍ରତ୍ୟେକ ବର୍ଷ ପାଞ୍ଚ କୋଟି ହର୍ସ ଶୁ କଙ୍କଡ଼ା ମେଡ଼ିକାଲ କାର୍ୟ୍ୟ ପାଇଁ ବ୍ୟବହାର କରାଯାଉଛି।
ଏହି କଙ୍କଡ଼ାର ରକ୍ତକୁ ତାଙ୍କ ହୃଦୟ ନିକଟରେ ଗର୍ତ୍ତ କରାଯାଇ କିଛି ପରିମାଣରେ ବାହାର କରାଯାଇଥାଏ। ଏହାପରେ ପୁଣି ସମୁଦ୍ରକୁ ଛାଡ଼ି ଦିଆଯାଇଥାଏ। କିଛି ପରିମାଣରେ କଙ୍କଡ଼ା ରକ୍ତ ବାହାର କରିବା ସମୟରେ ମରି ଯାଆନ୍ତି ବୋଲି ମଧ୍ୟ କୁହାଯାଏ।
ବର୍ତ୍ତମାନ ସମୟରେ ଦୁନିଆରେ ଏହି କଙ୍କଡ଼ାର ଚାରିଟି ପ୍ରଜାତି ଜୀବିତ ଅବସ୍ଥାରେ ରହିଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories