www.samajalive.in
Monday, December 8, 2025
13.1 C
Bhubaneswar

ବୁର୍ଲା ମେଡ଼ିକାଲ ଫାଣ୍ଡି ଅଧିକାରୀ କରୋନା ସଂକ୍ରମିତ: ଫାଣ୍ଡି ସିଲ, ୧୦ରୁ ଊର୍ଦ୍ଧ୍ବ କର୍ମଚାରୀ କ୍ୱାରେଣ୍ଟାଇନରେ

ବୁର୍ଲା: ବୁର୍ଲା ଭିମସାର ପରିସରରେ ରହିଥିବା ମେଡ଼ିକାଲ ଫାଣ୍ଡି ଅଧିକାରୀ କରୋନା ସଂକ୍ରମିତ ବାହାରିବା ପରେ ଫାଣ୍ଡିକୁ ସିଲ କରିଦିଆ ଯାଇଛି। ତେବେ ଭିମସାରର ପରିସର ମଧ୍ୟରେ ରହିଥିବା ଫାଣ୍ଡିରେ ରହିଥିବା ପ୍ରାୟ ୧୦ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନକୁ ପ୍ରେରିତ କରାଯାଇଥିବା ବୁର୍ଲା ଥାନାଧିକାରୀ ବିଭୁତି ଭୁଷଣ ଭୋଈଙ୍କ ତରଫରୁ ସୂଚନା ହସ୍ତଗତ ହୋଇଛି।

ସୂଚନା ଥାଉକି, ବୁର୍ଲା ମେଡ଼ିକାଲ ଫାଣ୍ଡିର ପୁର୍ବତନ ଅଧିକାରୀ ବିବାଦିୟ ଘଟଣାରେ ତାଙ୍କୁ ଏଠାରୁ ବଦଳି କରାଯିବା ପରେ ବୁର୍ଲା ଜ୍ୟୋତିବିହାର ଫାଣ୍ଡି ଦାୟିତ୍ୱରେ ରହିଥିବା ଏସଆଇଙ୍କୁ ମେଡ଼ିକାଲ ଫାଣ୍ଡିରେ ଗତ କିଛିଦିନ ତଳେ ଅବସ୍ଥାପିତ କରାଯାଇଥିଲା। ତେବେ ମେଡ଼ିକାଲ ଫାଣ୍ଡି ଅଧିକାରୀ ଉକ୍ତ ଏସଆଇ ଜଣକର କରୋନା ଲକ୍ଷଣ ଦେଖାଯିବା ପରେ ବୁର୍ଲା ଭିମସାରର କୋଭିଡ଼ ପରୀକ୍ଷଣ କେନ୍ଦ୍ରରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ଏସଆଇ ଜଣକ କରୋନା ସଂକ୍ରମିତ ହୋଇଥିବା ପୁଷ୍ଟି ହୋଇଛି। ଏହାପରେ ମେଡ଼ିକାଲ ଫାଣ୍ଡିରେ କାର୍ୟ୍ୟରତ ଅନ୍ୟାନ୍ୟ କିର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣର ଏକ ଭୟ ସୃଷ୍ଟି ହୋଇଥିଲାଳ। ଏହା ସହିତ ପ୍ରଥମେ ମେଡ଼ିକାଲ ଫାଣ୍ଡିକୁ ସିଲ କରାଯିବା ପରେ ସେଠାରେ କାର୍ୟ୍ୟରତ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖିଦିଆ ଯାଇଥିବା ବୁର୍ଲା ଥାନାଧିକାରୀ ଶ୍ରୀ ଭୋଈ ସୁଚନା ଦେଇଛନ୍ତି। ଏହା ସହିତ ମେଡ଼ିକାଲ ଫାଣ୍ଡିକୁ ସାନିଟାଇଜ ମଧ୍ୟ କରିଦିଆ ଯାଇଥିବା ସୁଚନା ମିଳିଛି। ସେପଟେ ବୁର୍ଲା ମେଡ଼ିକାଲ ଫାଣ୍ଡି ତରଫରୁ ବୁର୍ଲା ଭିମସାରରେ ବିଭିନ୍ନ ଅପରାଧିକ କାର୍ୟ୍ୟକଳାପକୁ ନେଇ ରିପୋର୍ଟ କରାଯିବା ଏବଂ କୌଣସି ଅପ୍ରାକୃତିକ ମୃତ୍ୟୁ ଯେପରି ବିଷପାନ, ଆତ୍ମହତ୍ୟା, ହତ୍ୟା, ଦୁର୍ଘଟଣା ଜନିତ ତଥା ଅନ୍ୟାନ୍ୟ ଜନିତ ଘଟଣା ମାନଙ୍କର ଶବ ମାନଙ୍କର ପଞ୍ଚନାମା କରାଯାଇ ଭିମସାରର ଶବ ବ୍ୟବଚ୍ଛେଦ ଗୃହରେ ଶବ ବ୍ୟବଚ୍ଛେଦ କରାଯିବା ପାଇଁ ବ୍ୟବସ୍ତା ତ୍ୱରାନ୍ନିତ କରାଯାଇ ଥାଏ। ସେପଟେ ଏହି ଫାଣ୍ଡି ଅଧିକାରୀଙ୍କ ସଂସ୍ପର୍ଶରେ ଅନ୍ୟାନ୍ୟ କେଉଁ କେଉଁ ପୁଲିସ କର୍ମଚାରୀ, ଅଧିକାରୀ ଏବଂ ମେଡ଼ିକାଲ କର୍ମଚାରୀ, ଡ଼ାକ୍ତର ବା ଅଧିକାରୀ ଆସିଛନ୍ତି ତାହା କଣ୍ଟାକ୍ଟ ଟ୍ରେସିଙ୍ଗ କରାଯିବା ପରେ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories