www.samajalive.in
Sunday, December 7, 2025
26.1 C
Bhubaneswar

ପ୍ଲାଜମା ଦାନ କରିଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର:କୋଭିଡ-୧୯ ରୁ ସୁସ୍ଥ ହୋଇ ସ୍ବେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିଥିବା କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଣେ ଯୁବକଙ୍କୁ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ବର୍ଦ୍ଧିତ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ପୁରୀ ଜିଲ୍ଲାରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସ୍ଥାନୀୟ ବିଧାୟକଙ୍କ ସହଯୋଗରେ ପ୍ଲାଜମା ଦାନ ଓ ଏହାର ମହତ ଉଦେଶ୍ୟ ସମ୍ପର୍କରେ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କାକଟପୁର ନିର୍ବାଚନ ମଣ୍ଡଳୀରୁ ଚାରି ଜଣ ଯୁବକ ପ୍ଲାଜମା ଦାନ ପାଇଁ ନିଜର ଇଛା ପ୍ରକାଶ କରିଥିଲେ। ଆଜି ସକାଳେ ଏହି ଚାରିଜଣ ନିଜର ପ୍ଲାଜମା ଦାନ ଲାଗି ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲରେ ପହଞ୍ଚିଥିଲେ। ସେଥିମଧ୍ୟରୁ ପ୍ଲାଜମା ଦାନ ଲାଗି ଜଣେ ଯୁବକ ଯୋଗ୍ୟ ବିବେଚିତ ହୋଇ ନିଜର ପ୍ଲାଜମା ଦାନ କରିଥିଲେ। ଏହାପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଯୁବକଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଏହି ଉଦ୍ୟମ ଆଗାମୀ ଦିନରେ ଅନ୍ୟମାନଙ୍କୁ ପ୍ଲାଜାମା ଦାନ ପାଇଁ ଅନୁପ୍ରେରିତ କରିବ ଏବଂ ଅନେକ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ ବୋଲି କହିଥିଲେ। କୋଭିଡ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଏହି ପ୍ରୟାସରେ ନିଜକୁ ସାମିଲ କରିପାରିଥିବାରୁ ଯୁବକ ଜଣକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରୀ ଶ୍ରୀ ପୂଜାରୀ ଓ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଜଣାଇଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories