www.samajalive.in
Tuesday, December 9, 2025
16.1 C
Bhubaneswar

ମଥୁରା ଓ ବୃନ୍ଦାବନରେ ଜନ୍ମାଷ୍ଟମୀ; କୃଷ୍ଣମୟ ହୋଇଉଠେ ସାରା ପରିବେଶ

ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପଡ଼ିଥାଏ ପ୍ରଭୁ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ପର୍ବ। ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖରେ ପାଳନ ହେବ ଜନ୍ମାଷ୍ଟମୀ। କୃଷ୍ଣ ଜନ୍ମଭୂମି ସମେତ ପୂରା ଦେଶରେ ଏହି ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ। କୃଷ୍ଣ ଜନ୍ମସ୍ଥାନ ସମତେ ଦ୍ୱାରିକାଧିଶ, ବିହାରିଜୀ ଏବଂ ଅନ୍ୟ ସମସ୍ତ ମନ୍ଦିରରେ ଭବ୍ୟ ଆୟୋଜନ ହୋଇଥାଏ।

ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ମଧ୍ୟରାତ୍ରୀରେ ଅତ୍ୟାଚାରୀ କଂସର ବିନାଶ କରିବା ପାଇଁ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀକୃଷ୍ଣ। ଏହି ଦିନକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

- Advertisement -

ବୃନ୍ଦାବନର ପ୍ରସିଦ୍ଧ ଠାକୁର ବାଙ୍କେ ବିହାରୀ ମନ୍ଦିରରେ ଜନ୍ମାଷ୍ଟମୀ ଦିନ ମଧ୍ୟ ରାତ୍ରୀରେ କୃଷ୍ଣଙ୍କ ଜନ୍ମ ହେବାର ୫୫ ମିନିଟ୍‌ ପରେ ମଙ୍ଗଳ ଆରତୀ ହୋଇଥାଏ। ବର୍ଷକରେ ଥରେ ଜନ୍ମାଷ୍ଟମୀ ଦିନ ହିଁ ମଙ୍ଗଳ ଆରତୀ ହୋଇଥାଏ।

ନନ୍ଦୋତ୍ସବ ଦିନ ବାଙ୍କେ ବିହାରୀ ମନ୍ଦିରରେ ପହଡ଼ ଖୋଲିବା ପରେ କୃଷ୍ଣଙ୍କ ଜନ୍ମ ହେବା ଖୁସୀରେ ଖେଳନା, ବାସନ, ଟଙ୍କା, ମିଠା, ଫଳ, ପେଡ଼ା ଭୋଗ ଦିଆଯାଏ। ଏହାସହ ତୁଳସୀ ମାଳ ଲାଗି କରାଯାଏ। ବାଙ୍କେ ବିହାରୀ ମନ୍ଦିରରେ କେବଳ ବାଙ୍କେ ବିହାରୀ ଲାଲ୍‌ କି ଜୟ ଧ୍ଵନିରେ ମନ୍ଦର ପରିସର ପ୍ରକମ୍ପିତ ହୁଏ।

ବୃନ୍ଦାବନରେ ମନ୍ଦିରମାନଙ୍କରେ କୃଷ୍ଣ ଭଗବାନଙ୍କ ମୂର୍ତ୍ତିକୁ କ୍ଷୀର, ଦହି, ଘିଅ ଓ ମହୁରେ ଅଭିଷେକ କରାଯାଏ। ପାଖାପାଖି ୩ ଘଣ୍ଟାର ଅଭିଷେକ କରାଯାଏ।

ଶ୍ରୀକୃଷ୍ଣ ଜନ୍ମୋତ୍ସବ ଦିନ ମଥୁରା କୃଷ୍ଣମୟ ହୋଇଯାଏ। ମଥୁରାରେ ଯେଉଁଭଳି ଭାବେ ଜନ୍ମାଷ୍ଟମୀ ପାଳନ କରାଯାଏ, ତାହା ଅତ୍ୟନ୍ତ ଦୁର୍ଲଭ। ମଥୁରାର ଅଧିକାଂଶ ମନ୍ଦିରରେ ଜନ୍ମାଷ୍ଟମୀ ରାତି ୧୨ଟାରୁ ଆରମ୍ଭ ହୁଏ। କିନ୍ତୁ ବୃନ୍ଦାବନର ୮ ହଜାର କୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ଦିନରେ ପାଳନ କରାଯାଏ।

ବୃନ୍ଦାବନର ରାଧା ଦାମୋଦର ମନ୍ଦିରରେ ଜନ୍ମାଷ୍ଟମୀ କୃଷ୍ଣ ମହୋତ୍ସବ ଦିନରେ ପାଳନ କରାଯାଏ। ମନ୍ଦିର ସିଂହାସନ ଉପରେ ବିରାଜିତ ରାଧା ଦାମୋଦର ମହାରାଜା, ଠାକୁର ବୃନ୍ଦାବନ କୃଷ୍ଣ ଚନ୍ଦ୍ର, ଠାକୁର ରାଧାମାଧବଙ୍କ ସମେତ ଭଗବାନ ଶ୍ରୀକୃଷ୍ଣଙ୍କର ପଞ୍ଚାମୃତ, ମହାଭିଷେକ କରାଯାଏ। ମନ୍ଦିରରେ ଗୁଞ୍ଜି ଉଠେ ‘ମେରେ ଦାମୋଦର ନେ ଜନ୍ମ ଲିଏ’ ଧ୍ୱନି। ଏହି ସମୟରେ ମନ୍ଦିରର ବ୍ରାହ୍ମଣ ଭକ୍ତମାନଙ୍କୁ ଦହି ପାଣିର ଘୋଳ ପକାନ୍ତି।

ଉଭୟ ମଥୁରା ଓ ବୃନ୍ଦାବନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବହୁ ଆଡ଼ମ୍ବରେ ପାଳନ ହୋଇଥାଏ। ବୃନ୍ଦାବନରେ ଦହିହାଣ୍ଡି ପରମ୍ପରା ମଧ୍ୟ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories