www.samajalive.in
Monday, December 8, 2025
13.1 C
Bhubaneswar

ଜଙ୍ଗଲ ପାଖ ପରିବା ଫସଲ ମୁହାଁ ହାତୀପଲ

ଗୁରୁଡିଝାଟିଆ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ଖରଖରା ଜଙ୍ଗଲକୁ ଲାଗି ରହିଥିବା ପନିପରିବା ଫସଲ ଉପରେ ହାତୀ ପକାଇଛନ୍ତି ଆଖି। ଯଦିଓ ଅଧିକ ହାତୀ ନାହାନ୍ତି ୨୧ଟି ହାତୀ ଖୁଣ୍ଟୁଣୀ ବନାଞ୍ଚଳରେ ଅଛନ୍ତି। ହେଲେ ଖରଖରା ଜଙ୍ଗଲରେ ୨ଟି ହାତୀ ରହିଛନ୍ତି। ଏହି ଦୁଇଟି ହାତୀ ଗତକାଲି ରାତିରେ ଜଙ୍ଗଲ ପାର୍ଶ୍ବବର୍ତ୍ତି ପନିପରିବା ଫସଲକୁ ଆସି ଖାଇବା ସହିତ କେତେକ କୃଷକ ଙ୍କ ପରିବା ଫସଲ ନଷ୍ଟ କରିଛନ୍ତି। ଯେହେତୁ ବର୍ତ୍ତମାନ ପରିବା ଫସଲ ଅମଳ ଅବସ୍ଥାରେ ରହିଛି। ହାତୀ ଖାଇବା ଫଳରେ କୃଷକମନରେ କଷ୍ଟ ହୋଇଛି। ଖରଖରା ଜଙ୍ଗଲରେ ହାତୀଥିବା ଜାଣି ଆଠଗଡ ବନାଞ୍ଚଳ ଅଧିକାରୀ ଆୟିଶା ଅକତାରୀ ନିଶା ଙ୍କ ନେତୃତ୍ୱରେ ଦୁଇଟିକିଆ ହାତୀକୁ ରାତି ତମାମ ଜଗିଥିଲେ। ହେଲେ ଜଙ୍ଗଲ ପାର୍ଶ୍ବବର୍ତ୍ତି ସ୍ଥାନରେ ପରିବା ଫସଲ ହୋଇଥିବାରୁ ବନକର୍ମଚାରୀଙ୍କୁ ଚକମା ଦେଖାଇ କେତେକ କୃଷକଙ୍କ କିଆରିରେ ପଶି ହାତୀ ନଷ୍ଟ କରିଛନ୍ତି। କ୍ଷତିଗ୍ରସ୍ତ କୃଷକଙ୍କ ପରିବା କ୍ଷେତକୁ ଯାଇ ବନକର୍ମଚାରୀ ଅନୁଧ୍ୟାନ କରିବା ସହିତ କ୍ଷୟକ୍ଷିତି ହୋଇଥିବା ପରିବା ଫସଲର ସହାୟତା ପାଇଁ ବନାଞ୍ଚଳ କାର୍ଯ୍ୟାଳୟରେ ଦରଖାସ୍ତ କଲେ ତୁରନ୍ତ ସହାୟତା ମିଳିବ ବୋଲି ବନକର୍ମଚାରୀ କୃଷକମାନଙ୍କୁ ପରାମର୍ଶ ଦେଇଥିଲେ। ଆଜି ମଧ୍ୟ ରାତିରେ କୃଷକଙ୍କ କ୍ଷେତକୁ ହାତୀ ଯେପରି ନଆସିବେ ସେଥିପ୍ରତି ବନକର୍ମଚାରୀମାନେ ସଜାଗ ଦୃଷ୍ଟି ଦେଇଥିଲେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories