www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରଥମ ଓଡିଆ ୧୬ ବର୍ଷର ବାଳକ ଅମ୍ଲାନ ଅକ୍ଷୟାଂଶୁଙ୍କ ଇଂରାଜୀ ପୁସ୍ତକ ଆମେରିକାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଦ୍ୱାରା ‘ଦ ଟାଇନି ଆଷ୍ଟ୍ରୋନଟ୍‍’ ପ୍ରକାଶିତ

ଭବାନୀପାଟଣା:  କିଶୋର କବି ଅମ୍ଲାନ ଅକ୍ଷୟାଂଶ ସାହୁଙ୍କର ପ୍ରଥମ ଇଂରାଜୀ କବିତା ସଂକଳନ ‘ଦ ଟାଇନିି ଆଷ୍ଟ୍ରୋନଟ / କ୍ଷୁଦ୍ର ମହାକାଶଚାରୀ’ ଯୁକ୍ତରାଷ୍ଟ୍ର ଆମେରିକାର ଡବଲିନ ସ୍ଥିତ ବ୍ଲାକ୍‍ ଇଗଲ ବୁକ୍ସ ନାମକ ଏକ ଆନ୍ତର୍ଜାତିକ ପ୍ରକାଶନ ସଂସ୍ଥା ଦ୍ୱାରା ଅଗଷ୍ଟ ୪ ତାରିଖ ଦିନ ପ୍ରକାଶିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ତଥା ବିଶିଷ୍ଠ ଚିତ୍ରଶିଳ୍ପି ଓ ଲେଖକ ଡା. ଦୀନବନ୍ଧୁ ସାହୁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟରତ ଚକ୍ଷୁ ବିଶେଷଜ୍ଞ ଡା. ନିବେଦିତା ସାହୁଙ୍କ ଏକମାତ୍ର ପୁତ୍ର ଅମ୍ଲାନ ଆକ୍ଷୟାଂଶୁ ସାହୁ ୨୨.୪.୨୦୦୪ ରେ ଜନ୍ମିତ। ସେ ଭବାନୀପାଟଣା ବିମଳାକନଭେଣ୍ଟ ସ୍କୁଲରେ ଆଇସିଏସ୍‍ଇ-୨୦୧୯-୨୦ ପରୀକ୍ଷାରେ ୯୮.୨ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିଲେ। ବର୍ତ୍ତମାନ ସେ ମଦର୍ସ ପବ୍ଲିକ ସ୍କୁଲରେ ଷ୍ଟାଣ୍ଡାର୍ଡ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ।

- Advertisement -

ଅନଲାଇନ ଆମାଜନ୍‍ ଦ୍ୱାରା ପୃଥିବୀରଯେ କୌଣସି ସ୍ଥାନରୁ ଇଂରାଜୀ କବିତାରେ ରୁବି ରଖୁଥିବା ପାଠକ ପାଠିକାମାନଙ୍କ ପାଇଁ ଉପଲବ୍ଧ ଏହି କବିତା ପୁସ୍ତକଟିରେ ଅମ୍ଲାନଙ୍କ ୫୧ ଟି କବିତା ସଂକଳିତ ହୋଇଛି। ଶବ୍ଦ, ଭାବ ଓ ଗାମ୍ଭୀର୍ଯ୍ୟର ପରିପାଟିରେ ସମୃଦ୍ଧ ପ୍ରତ୍ୟେକଟି କବିତା ଆମେ ଜିଉଁଥିବା ଜୀବନ ପ୍ରତି ଏକ କୈଶୋର ଦୃଷ୍ଟିଭଙ୍ଗୀର କାବ୍ୟିକ ପରିପ୍ରକାଶ। ଜୀବନ ଦର୍ଶନର ବିଭିନ୍ନ ଦିଗକୁ ଉନ୍ମୋଚିତ କରୁଥିବା ଏହି ଇଂରାଜୀ କବିତାଗୁଡିକ ଉଭୟ ବାସ୍ତବ ଓ କଳ୍ପନାର ତାରକସି ମିଶ୍ରଣ। ପୁସ୍ତକରେ ସନ୍ନିହିତ ୫୧ ଟି କବିତା ମଧ୍ୟରୁ ପ୍ରତ୍ୟେକ କବିତା ଜୀବନ ମଧ୍ୟରୁ ପ୍ରତ୍ୟେକ କବିତା ଜୀବନ ସହିତ ଜଡିତ ବିଭିନ୍ନ ଘଟଣା ପ୍ରବାହର ଜୀବନ୍ତ କାବ୍ୟିକ ଅନୁଶୀଳନ। ସଂକଳନସ୍ଥ ‘କ୍ରିଜ୍‍ଡ୍‍’ କବିତାରେ ବାସ୍ତବ ଜୀବନରେ ଅପୂର୍ଣ୍ଣତାର ସୌନ୍ଦର୍ଯ୍ୟ ‘ହିଅର ଲାଏଜ୍‍ ଏ ହ୍ୟୁମ୍ୟାନ୍‍’ କବିତାରେ ଅବଶ୍ୟମ୍ଭାବୀ ମୃତ୍ୟୁର ଚିରନ୍ତନ ସତ୍ୟତା, “ଏମ୍ପଟି ଷ୍ଟାରସ୍‍” କବିତାରେ ଭୂଣହତ୍ୟା ସଂପର୍କିତ ବର୍ଣ୍ଣନା, ‘ଉଇଣ୍ଡୋ’ କବିତାରେ ଝରକାର ରୂପକଳ୍ପ ମାଧ୍ୟମରେ ଜୀବନବୋଧର ସୂକ୍ଷ୍ମ ବିଶ୍ଲେଷଣ ଅମ୍ଲାନ ଆକ୍ଷାଶୁଂର କବିସୁଲଭ ଦୃଷ୍ଟି ଭଙ୍ଗୀ ଓ ସୃଜନଶିଳତାର ଭାବସ୍ନାତ ପ୍ରମାଣ। ଜୀବନର ଶବ୍ଦଛବି କବିତା ପୁସ୍ତକ ‘ଦ ଟାଇନି ଆଷ୍ଟ୍ରୋନଟ’ ବିଶ୍ୱବ୍ୟାପୀ ଇଂରାଜୀ କବିତାପ୍ରେମୀ ପାଠକଙ୍କ ନିକଟରେ ବେସ୍‍ ଆଦୃତ ହେବା ସହ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିବ ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ ଅମ୍ଲାନଙ୍କ ସହିତ ସାକ୍ଷାତକାରରେ ସେ ପ୍ରକାଶ କରିଥିଲେ ଯେ, ସେ ଇଂରାଜୀରେ କବିତା ଲେଖା ଷ୍ଟାଣ୍ଡାଡ୍‍ ୩ ରୁ ଆରମ୍ଭ କରିଥିଲେ। ପୂର୍ବରୁ ତାଙ୍କର ଇଂରାଜୀ କବିତା ‘ରକ୍‍ ପେବ୍ଲ ସ୍‍’, ଦି ରେନ୍‍ ବୋ-ୱାଲ୍‍ ମାଗାଜିନ୍‍, ଦି ନ୍ୟୁ ହୋପ୍‍-ସ୍କୁଲ ମାଗାଜିନ୍‍ ପରି ଆନ୍ତର୍ଜାତିୟ ପତ୍ର ପତ୍ରିକାରୀ ପ୍ରକାଶିତ ହୋଇଛି। ତାଙ୍କର ଏହି କବିତା ସଂକଳନ ‘ଦ ଟାଇନିି ଆଷ୍ଟ୍ରୋନଟ / କ୍ଷୁଦ୍ର ମହାକାଶଚାରୀ’ ଯୁକ୍ତରାଷ୍ଟ୍ର ଆମେରିକାର ଡବଲିନ ସ୍ଥିତ ବ୍ଲାକ୍‍ ଇଗଲ ବୁକ୍ସ ନାମକ ଏକ ଆନ୍ତର୍ଜାତିକ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହେବା ଏବଂ ଏତେ କମ୍‍ ବୟସରେ ଆନ୍ତର୍ଜାତିକ ସ୍ଥରରେ କବିତା ଗୁଡିକ ଆଦୃତ ହେବାକୁ ନେଇ କିପରି ଅନୁଭବ କରିଛନ୍ତି ବୋଲି ପଚାରିବାରୁ ସେ ପ୍ରକାଶ କରିଥିଲେ କବିତାର ସର୍ଜନା ଏକ ଅନନ୍ୟ ଐଶ୍ୱରିୟ ଅନୁଭବ ଏବଂ କବିତାର ଅନ୍ତର୍ନିହିତ ବାର୍ତ୍ତା ଓ ଆନନ୍ଦର ମିଳିତ ଉପଭୋଗ ସବୁ କବିଙ୍କର କାମ୍ୟ। ବ୍ଲାକ ଇଗଲ୍‍ ବୁକ୍ସ ପରି ଏକ ଆନ୍ତର୍ଜାତିୟ ପ୍ରକାଶନ ସଂସ୍ଥା ମୋତେ ଏ ଯେଉଁପରି ଭାବେ ସୁଯୋଗ ଆଣିଦେଇଥିବାରୁ ମୁଁ ତାଙ୍କ ନିକଟରେ ଗଭିର ଉପକୃତ ଓ କୃତଜ୍ଞ। ଆଗାମୀ ଦିନରେ ବିଦ୍ୟାର୍ଜନ ସାଙ୍ଗକୁ ନୂତନ ସାହିତ୍ୟ ପୁସ୍ତକ ଅଧ୍ୟୟନ ଭବିଷ୍ୟତରେ ନିଷ୍ଠାପର ଭାବେ ସାହିତ୍ୟ ସାଧନା ସହ ସାଧୁତା ଓ ସତ୍ୟତା ର ସହିତ ଅନ୍ତରତମ ଆତ୍ମିକ ଅନୁଭବର ପରିପ୍ରକାଶ କରିପାରିବି। ଶ୍ରୀ ସାହୁ ଜଣେ ଉଚ୍ଚ କୋଟିର ପ୍ରବନ୍ଧ ଲେଖକ। ଅମ୍ଲାନ “ସମାଜ” ପକ୍ଷରୁ ବିଭିନ୍ନ ସମୟରେ ପ୍ରବନ୍ଧ ପ୍ରତିଯୋଗିତାରେ ଜିଲ୍ଲାସ୍ତରୀୟରେ ପ୍ରଥମ ଓ ରାଜ୍ୟସ୍ତରୀୟରେ ମଧ୍ୟ ତୃତୀୟସ୍ଥାନ ଅଧିକାର କରିବା ସହିତ ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଆସିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories