ପ୍ରଧାନ ବିଚାରପତି ହିଁ ସର୍ବେସର୍ବା: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କେଉଁ ବିଚାରପତି କେଉଁ ମାମଲାର ଶୁଣାଣି କରିବେ ତାହା କେବଳ ପ୍ରଧାନ ବିଚାରପତି ହିଁ ନିର୍ଣ୍ଣୟ କରିପାରିବେ। ବିଚାରପତିଙ୍କୁ ଦାୟିତ୍ୱ ବାଣ୍ଟିବାର ସର୍ବୋଚ୍ଚ ଅଧିକାର(ମାଷ୍ଟର ଅଫ୍‍ ରୋଷ୍ଟର) ଏକ କମିଟିକୁ ଦେବା ପାଇଁ ଆଗତ ମାମଲାର ଶୁଣାଣି ଅବସରର ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।
ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏ କେ ସିକ୍ରି ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ପ୍ରଶାସନିକ କାର୍ଯ୍ୟ ପରିଚାଳନାରେ ପ୍ରଧାନ ବିଚାରପତି ହିଁ କ୍ଷମତାପ୍ରାପ୍ତ। ମାଷ୍ଟର ଅଫ୍‍ ରୋଷ୍ଟର ପ୍ରଶାସନିକ ପରିଚାଳନା ଅଧୀନରେ ଆସୁଥିବାରୁ ପ୍ରଧାନ ବିଚାରପତିଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ଓ ସର୍ବମାନ୍ୟ। ଗତ ବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଓ ଗତ ଏପ୍ରିଲ୍‍ ମାସରେ ତିନିଜଣିଆ ଖଣ୍ଡପୀଠ ମାଷ୍ଟର ଅଫ୍‍ ରୋଷ୍ଟର ମାମଲାରେ ସମାନ ରାୟ ଦେଇଥିଲେ। ଏହି ପ୍ରସଙ୍ଗକୁ ନେଇ ଗତ ଜାନୁଆରୀ ୧୨ ତାରିଖରେ ସୁପ୍ରିମକୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ଜେ ଚେଲେମେଶ୍ୱର, ରଞ୍ଜନ ଗୋଗୋଇ, ମଦନ ବି ଲୋକୁର, କୁରିଆନ୍‍ ଜୋସେଫ୍‍ ଗଣମାଧ୍ୟମ ସାମ୍ନାରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।

kalyan agarbati
Leave A Reply