www.samajalive.in
Monday, December 8, 2025
13.1 C
Bhubaneswar

ପୁର୍ବ ଶତୃତାକୁ ନେଇ ଯୁବକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର

ଟିଟିଲାଗଡ଼ : ଟିଟିଲାଗଡ ଥାନା ଅନ୍ତର୍ଗତ ଗୁର୍ଜିଭଟା ଗ୍ରାମରେ ଏକ ସଂଘବଦ୍ଧ ଆକ୍ରମଣ ଘଟଣାରେ ଜନୈକ ଯୁବକ ଗୁରୁତର ହୋଇପଡିଛନ୍ତି। ତାଙ୍କୁ ବିଶାଖାପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପରିବାର ଲୋକେ ଏନେଇ ଟିଟିଲାଗଡ ଥାନାର ଦ୍ୱାରସ୍ଥ ହୋଇଥିଲେ ହେଁ ଦୋଷୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି। ଗତ ୩ ତାରିଖ ସନ୍ଧ୍ୟାରେ ଗୁର୍ଜିଭଟା ଗ୍ରାମର ୫ ଜଣ ବ୍ୟକ୍ତି ଗ୍ରାମର ଗୁରେ ଭୋଇଙ୍କ ପୁତ୍ର ମୀନକେତନ ଭୋଇ (୨୬)ଙ୍କ ଉପରେ ଠେଙ୍ଗା ସାହାଯ୍ୟରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣରେ ମୀନକେତନ ଗୁରୁତର ହୋଇପଡିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି। ଏନେଇ ତାଙ୍କୁ ପ୍ରଥମେ ଟିଟିଲାଗଡ ଏବଂ ସେଠାରୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେଠାରେ ଡାକ୍ତର କଟକ ଡାକ୍ତରଖାନାକୁ ରେଫର କରିଥିଲେ। ପରିବାରବର୍ଗ ଗୁରୁବାର ତାଙ୍କୁ ବିଶାଖାପାଟଣା ନେଇ ଯାଉଥିବା ଜଣାଯାଇଛି। ଏନେଇ ପରିବାର ଲୋକେ ପୁଲିସର ଦ୍ୱାରସ୍ଥ ହୋଇଥିବା ବେଳେ କେବଲ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଥିବା ଅଭିଯୋଗ ହୋଇଛି। ପୁଲିସ ପରିବାର ଲୋକଙ୍କୁ ଏଫଆଇଆର କପି ମଧ୍ୟ ଦେଇନଥିବା ଅଭିଯୋଗ ହୋଇଛି। ଦୋଷୀ ଆକ୍ରମଣକାରୀଙ୍କ ବିରୁଦ୍ଧରେ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ନ୍ୟାୟ ପ୍ରଦାନ କରିବାକୁ ପରିବାରବର୍ଗଙ୍କ ପକ୍ଷରୁ ଦାବି ହୋଇଛି।

 

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories