www.samajalive.in
Wednesday, December 10, 2025
18.1 C
Bhubaneswar

ଶ୍ରଦ୍ଧାଳୁଙ୍କ ସହ କମୁଛି ଦାନଦକ୍ଷିଣା, ପୂଜାରୀ ପ୍ରଭାବିତ

ସାରନଗରୀ : ମହାମାରୀ କରୋନାର ବିଭୀଷିକା ବଢିବାରେ ଲାଗିଛି । ରାଉରକେଲାର ବିଭିନ୍ନ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସେହିପରି ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ତଥା ନିକଟବର୍ତି ଅଂଚଳ ବାଲିଯୋଡ଼ି, ନବକୃଷ୍ଣନଗର, ଉତ୍କଳନଗର,ଟାଙ୍ଗରପାଲୀ, ଜଲଦା ସମେତ ଫର୍ଟିଲାଇଜର ଟାଉନସିପ ଓ ଆଖପାଖ କିଛି କଲୋନୀରେ କରୋନା ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କରୋନା ଯୋଗୁ ପ୍ରାୟ ସମସ୍ତ ବ୍ୟବସ୍ଥାର ସ୍ଥିତି ଟଳମଳ ହୋଇ ଯାଇଛି । ସମସ୍ତଙ୍କୁ କନ୍ଦାଉଛି ଏହି କାଳରୂପୀ ମହାମାରୀ ଦକ୍ଷିଣ ରାଉରକେଲାରେ ଥିବା ଦେବାଳୟ ଗୁଡ଼ିକ କରୋନା ଯୋଗୁ ପରୋକ୍ଷ ଭାବରେ ପ୍ରଭାବିତ ହୋଇଛି ।

ଅଂଚଳରେ ଥିବା ଦେବାଦେବୀଙ୍କ ମନ୍ଦିରରେ ଭକ୍ତଙ୍କ ଆଗମନ ସଂଖ୍ୟା କମୁଥିବାରୁ ମନ୍ଦିରରେ ଦାତାଙ୍କ ଦାନ ପରିମାଣ କମୁଛି, ଯ।।ହାର ପ୍ରଭାବ ସିଦାସଳଖ ପୂଜାରୀଙ୍କ ଉପରେ ପଡୁଛି । ଦେଓଗାଁସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର, ସାରନଗରୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର, ମା’ ତାରିଣୀ ମନ୍ଦିର, ମା’ ମଙ୍ଗଳା ମନ୍ଦିର, ସାଇବାବା ମନ୍ଦିର,ବାଲିଯୋଡ଼ି ସ୍ୱପ୍ନେଶ୍ୱର ମନ୍ଦିର, ସୁପର ମାର୍କେଟ ସ୍ଥିତ ହନୁମାନ ମନ୍ଦିର, ପୂର୍ଣ୍ଣାନନ୍ଦ ମାର୍କେଟର ଶନି ମନ୍ଦିର, ନବକୃଷ୍ଣନଗରର ମା’ ମଙ୍ଗଳା ମନ୍ଦିର ଓ ବିଭିନ୍ନ କଲୋନୀ ନିକଟରେ ଥିବା ଦେବାଳୟ ହୋଇ ପଡ଼ିଛି ଭକ୍ତ ଶୂନ୍ୟ ।

- Advertisement -

କରୋନା ମହାମାରୀୁ ଦୃଷ୍ଟିରେ ରଖି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଉପରେ ଗତ ୪ ମାସ ପୂର୍ବରୁ କୋଭିଡ଼ କଟକଣା ସରକାରଙ୍କ ପକ୍ଷରୁ ଲଗାଯାଇଛି । ମାତ୍ର କିଛି ନିର୍ଦ୍ଦିଷ୍ଟ ବାର, ତିଥିରେ ଶ୍ରଦ୍ଧାଳୁ ମାନେ ମୁହଁରେ ମାସ୍କ ପରିଧାନ ସହ ସାମାଜିକ ଦୂରତାରେ ପୂଜାର୍ଚ୍ଚନା କରିବା ଦେଖାଯାଉଛି, ମାତ୍ର ପୂର୍ବଭଳି ମନ୍ଦିରରେ କୌଣସି ପର୍ବପର୍ବାଣୀରେ ଶ୍ରଦ୍ଧାଳୁଙ୍କ ଗହଳି ଏତେଟା ଜମୁନାହିଁ ବୋଲି ସାରନଗରୀ ମା’ ତାରିଣୀ ମନ୍ଦିରର ପୂଜକ ହେମନ୍ତ ନନ୍ଦ ପ୍ରକାଶ କରିଛନ୍ତି । ଭକ୍ତ ନଆସିବା ଯୋଗୁ ମନ୍ଦିରର ଦକ୍ଷିଣା ଥାଳି ମଧ୍ୟ ସମୟ ସମୟରେ ଖାଲି ପଡି ରହୁଛି । ସକାଳ ସମୟରେ କିଛି ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିର ବାହାରେ ମୁଣ୍ଡିଆ ମାରି ତରବରିଆ ଭାବେ ଚାଲି ଯାଉଛନ୍ତି! ସଂଧ୍ୟା ସମୟରେ ସମସ୍ତ ମନ୍ଦିରରେ ନିତୀ ସମ୍ପାଦନ କରାଯାଉଛି,ହେଲେ ଶ୍ରଦ୍ଧାଳୁଙ୍କ ଦେଖାଦର୍ଶନ ମିଳୁନି । ପ୍ରକାଶ ଥାଉକି, ଅଂଚଳରେ ଥିବା ମନ୍ଦିର ଗୁଡ଼ିକରେ ପୂଜାରୀ ମାନେ ନିତୀ ସମ୍ପାଦନ କରି ଦାତାଙ୍କ ପକ୍ଷରୁ ଯାହା ଦାନ ଦକ୍ଷିଣା ମିଳେ, ସେଥିରେ ସେମାନେ ପରିବାର ପ୍ରତିପୋଷଣ କରିଥାନ୍ତି, ଅପରପକ୍ଷରେ ଦାତାଙ୍କ ଘରେ ମେଳା, ହୋମପାଠ କରି ପୂଜାରୀ ମାନେ ଆୟ କରିଥାନ୍ତି । ବିଭାଘର, ବ୍ରତଘର ଆଦିରୁ ପୂଜାରୀ ମାନଙ୍କୁ କିଚିଂତ ଅର୍ଥ ମିଳିଥାଏ ବୋଲି ମା’ ମଙ୍ଗଳା ମନ୍ଦିରର ପୂଜାରୀ ହରିହର ପାଢୀ ମତ ରଖିଛନ୍ତି । ମାତ୍ର ଗତ ମାର୍ଚ୍ଚମାସରୁ କରୋନାକୁ ଦୃଷ୍ଟିରେ ରଖି ଦେବାଳୟ ଗୁଡ଼ିକ ଉପରେ କୋଭିଡ଼ କଟକଣାର ଅଙ୍କୁଶ ଲାଗିବା ଯୋଗୁ ଉଭୟ ଦାତା ଓ ପୂଜକ ଏକ ପ୍ରକାର ଦୋଦଲ୍ୟମାନ ପରିସ୍ଥିତିରେ ଗତି କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories