www.samajalive.in
Monday, December 8, 2025
14.1 C
Bhubaneswar

ଶ୍ରୀକ୍ଷେତ୍ରରେ ଚାଲିଛି ସୌନ୍ଦର୍ଯ୍ୟକରଣ: ପ୍ରାଚୀରରେ ‘ପୁରୀ-ହାୱାଡା ଏକ୍ସପ୍ରେସ୍‍ ଟ୍ରେନ୍‍’

ଭୁବନେଶ୍ୱର: ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ପୁରୀ ସହରରୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ର ପୁରୀ ସହରର ବିଭିନ୍ନ ସ୍ଥାନରେ ପାରମ୍ପରିକ ଐତିହ୍ୟ ସାଙ୍ଗକୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା, ଝୁଲଣଯାତ୍ରା, ଚନ୍ଦନଯାତ୍ରା, ସାହିଯାଜ ଓ ବିଭିନ୍ନ ପର୍ବପର୍ବାଣୀ ଚିତ୍ର ଅଙ୍କନ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି ପୁରୀ-ହାୱାଡା ଜଗନ୍ନାଥ ଏକ୍ସପ୍ରେସ୍‍ ଟ୍ରେନ୍‍ରୁ। ଭିଆଇପି ରୋଡ୍‍ସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମୁଖ କାନ୍ଥରେ ୫ଜଣ ଚିତ୍ରଶିଳ୍ପ ପୁରୀ-ହାୱଡ଼ା ଜଗନ୍ନାଥ ଏକ୍ସପ୍ରେସ୍‍ ଚିତ୍ର ଅଙ୍କନ କରିଛନ୍ତି। ରାସ୍ତାକଡ଼ରେ ସତେଯେମିତି ପୁରୀ-ହାୱାଡା ଏକ୍ସପ୍ରେସ୍‍ ରେଳଗାଡ଼ି ଠିଆ ହୋଇଥିବା ଭ୍ରମ ସୃଷ୍ଟି କରୁଛି। ଏଠାରେ ପୁରୀ-ହାୱାର୍ଡ ଏକ୍ସପ୍ରେସ୍‍ର ଅବିକଳ ଚିତ୍ର ଅଙ୍କନ କରାଯାଇଛି। ଏହି ଟ୍ରେନ୍‍ର ସମ୍ପୂର୍ଣ୍ଣ ବଗି ଓ ଇଞ୍ଜିନ୍‍ ଆଦି ଅତି ନିଖୁଣ ଭାବେ ଯୁବ ଚିତ୍ରଶିଳ୍ପୀମାନେ ଅଙ୍କନ କରିଛନ୍ତି। ଶ୍ରୀକ୍ଷେତ୍ରରେ ଯୁବ ଚିତ୍ରଶିଳ୍ପୀଙ୍କ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ନେଇ ସାଧାରଣରେ ବେଶ୍‍ ପ୍ରଶଂସା କରାଯାଇଛି।
ଶ୍ରୀକ୍ଷେତ୍ର ପୁରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ତାଲିମପ୍ରାପ୍ତ ଯୁବ ଚିତ୍ରଶିଳ୍ପୀ ନିୟୋଜିତ ହୋଇଛନ୍ତି। ସେମାନଙ୍କ ଦ୍ୱାରା ପୁରୀ ସହରର ବିଭିନ୍ନ ରାସ୍ତାକଡ଼ ପ୍ରାଚୀରଗୁଡ଼ିକରେ ଆକର୍ଷଣୀୟ ଚିତ୍ର ଅଙ୍କନ କରାଯାଉଛି। ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟକୁ ରାସ୍ତାପାଶ୍ୱର୍ ସରକାରୀ କାନ୍ଥଗୁଡ଼ିକରେ ଚିତ୍ର ଅଙ୍କନ ଦାୟିତ୍ୱ ଦିଆଯାଇଛି। ପୁରୀ ସହରର ପ୍ରାଚୀରଗୁଡ଼ିକରେ ପାରମ୍ପରିକ ଐତିହ୍ୟ ସମେତ ରଥଯାତ୍ରା, ଝୁଲଣ ଯାତ୍ରା, ଚନ୍ଦନଯାତ୍ରା, ସାହିଯାତ ଓ ପର୍ବପର୍ବାଣୀ ସହ ସମ୍ପୃକ୍ତ ଚିତ୍ର ଅଙ୍କନ କରାଯିବ ବୋଲି ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ଯୁବ ଚିତ୍ରଶିଳ୍ପୀମାନେ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories