ରେଙ୍ଗାଲି : ଭୂଷଣ ପାୱାର ଏଣ୍ଡ୍ ଷ୍ଟିଲ୍ କମ୍ପାନୀରୁ ଆଜି ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଗ୍ରାମର ସମସ୍ତ ଗଳିକନ୍ଦି ରେ ଔଷଧ ସିଞ୍ଚନ କରାଯାଇ ବିଶୋଧନ କାର୍ଯ୍ୟ ସମ୍ପାଦନ କରାଯାଇଛି। ଠେଲକୋଲୋଇ ଗ୍ରାମ ବ୍ୟତୀତ କାରଖାନା ପରିସରରେ ମଧ୍ୟ ଔଷଧ ସିଞ୍ଚନ କରାଯାଇ ପରିବେଶକୁ ସ୍ୱଚ୍ଛ କରାଯାଇଥିବାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ଠେଲକୋଲୋଇ ଗ୍ରାମରେ ଝାରସୁଗୁଡା ବେହରାମାଲର କରୋନା ପଜିଟିଭ୍ ଲିଙ୍କ ଆସିବା ପରେ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ସଂପୃକ୍ତ ଅଞ୍ଚଳରେ ଭୟର ବତାବରଣ ସୃଷ୍ଟି ହୋଇଛି। ପ୍ରଶାନ ପକ୍ଷରୁ ଠେଲକୋଲୋଇର ପ୍ରଶାସନ ପକ୍ଷରୁ ଦୁଇଟି ପଡାକୁ ସିଲ୍ କରାଯିବା ସହିତ କଣ୍ଟନମେଣ୍ଟ୍ ଜୋନ୍ ଘୋଷାଣା କରାଯାଇଛି।



