www.samajalive.in
Wednesday, December 10, 2025
26.1 C
Bhubaneswar

ସୁବର୍ଣ୍ଣପୁର-ଜାତମୁଣ୍ଡିଆ ପୋଲରୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ଥାନୀୟ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ସେତୁ ଉପରୁ ମହାନଦୀକୁ ଡେଇଁ ବିଭିନ୍ନ ସମୟରେ ଯୁବତୀ ମାନେ ଆତ୍ମହତ୍ୟା କରୁଥିବାର ନଜର ରହିଛି। ଏଥିପାଇଁ ଅଞ୍ଚଳବାସୀ ଯୁବକ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରବଣ ଅଞ୍ଚଳ ବୋଲି ଏହି ପୋଲକୁ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନ ସମୟରେ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ସେତୁ ଉପରୁ ଜଣେ ୬୦ବର୍ଷର ବୃଦ୍ଧ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ବୃଦ୍ଧ ଜଣକ ନଦୀକୁ ଡେଇଁ ପାଣିରେ ଡହଳ ବିକଳ ହେଉଥିଲା ବେଳେ ସ୍ଥାନୀୟ ମତ୍ସ୍ୟଜିବୀ ନିତ୍ୟାନନ୍ଦ ଦଳେଇ ଓ ରମେଶ ଦାସ ଡଙ୍ଗାରେ ଯାଇ ବୃଦ୍ଧଙ୍କୁ ଉଦ୍ଧାର କରି ସ୍ଥାନୀୟ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇଁ ଡମପଡା ଦମକଳ ବାହିନୀ ପହଞ୍ଚି ବୃଦ୍ଧଙ୍କୁ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରିଛନ୍ତି। ବୃଦ୍ଧ ଜଣକ ପହଁରା ଜାଣିଥିବାରୁ ଅଳ୍ପକେ ବର୍ତ୍ତିଥିବା କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥ ଭଲ ଥିବା ମେଡିକାଲ ସୂତ୍ରରୁ ଜଣାଡିଛି। ବୃଦ୍ଧଙ୍କ ନାମ ଦେବରାଜ ନାୟକ,ଗ୍ରାମ ମାଳବିହାରପୁର ବୋଲି ଜଣାପଡ଼ିଛି। ପରିବାର ଲୋକ ମେଡିକାଲରେ ପହଞ୍ଚି ପାରିବାରିକ ବିଶୃଙ୍ଖଳା ନେଇ ମାନସିକ ଭାରସାମ୍ୟ ହରାଇ ସେ ଏଭଳି କରିଥିବା କହିଛନ୍ତି ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories