www.samajalive.in
Wednesday, December 10, 2025
16.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ହିତକାରକ ଏହି ମିଠା

ମିଠା ଜାତୀୟ ଖାଦ୍ୟ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ଏପରି ଖୁବ କମ ଲୋକ ଅଛନ୍ତି, ଯେଉଁମାନଙ୍କୁ ମିଠା ପସନ୍ଦ ନୁହେଁ। ବିଭିନ୍ନ ସମୟରେ ଯେପରି କି ଖରା, ବର୍ଷା, ଶୀତ ଆଦିରେ ଆମକୁ ଭିନ୍ନ ଭିନ୍ନ ପ୍ରକାର ମିଠା ଜାତୀୟ ଖାଦ୍ୟଦ୍ରବ୍ୟ ଖାଇବାକୁ ଭଲ ଲାଗି ଥାଏ। ଏପରି କିଛି ମିଠା ଖାଦ୍ୟଦ୍ରବ୍ୟ ଓ ତା’ର ପ୍ରସ୍ତୁତି ବିଷୟରେ ଜାଣନ୍ତୁ, ଯାହା କେବଳ ପାଟିକୁ ସୁଆଦିଆ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ସାଧାରଣତଃ ଫଳରେ ପ୍ରସ୍ତୁତ ହୋଇଥିବା ମିଠାଦ୍ରବ୍ୟ ଖାଇବା ଉଚିତ। ଜାଣନ୍ତୁ ଏହା ବିଷୟରେ…….
ଫଳ ଆଇସକ୍ରିମ –
୧କପ ଦହିରେ ଅଳ୍ପ ଚିନି ଓ ବିଭିନ୍ନ ପ୍ରକାରର ଫଳକୁ କାଟି ମିଶାନ୍ତୁ। ଏଥିରେ କ୍ରିମ, ଚକୋଲେଟ ସିରପ ପକାନ୍ତୁ। ଏବେ ଏହାକୁ କିଛି ସମୟ ଫ୍ରିଜରେ ରଖନ୍ତୁ। ଫ୍ରିଜରୁ କାଢି କିଛି ସମୟ ପରେ ଖାଆନ୍ତୁ। ବିଭିନ୍ନ ପ୍ରକାରର ଫଳ ଏବଂ ଦହି ହେତୁ ଏହା ଶରୀରକୁ ଉପଯୁକ୍ତ ଭିଟାମିନ ପ୍ରଦାନ କରିବା ସହ ପେଟକୁ ଥଣ୍ଡା ରଖେ, ଏସିଡ଼ିଟି ବଦହଜମି ଭଳି ସମସ୍ୟାରୁ ମୁକ୍ତି ମିଳେ।
ସେଓ ଓ କିସମିସରେ ପ୍ରସ୍ତୁତ ମିଠା ଖାଦ୍ୟଦ୍ରବ୍ୟ –
ପ୍ରଥମେ ଏକ ସେଓର ଚୋପା ଛଡ଼ାଇ ଏହାକୁ ସେଓ କଟରରେ କାଟି ଦିଅନ୍ତୁ ଓ ଏହା ମଝିରେ କିସମିସ ଭରି ଦିଅନ୍ତୁ। ଏହା ଉପରେ ଅଳ୍ପ ଗୁଜୁରାତି ଗୁଣ୍ଡ, ଦହି ପକାଇ ଏହାକୁ କିଛି ସମୟ ମାଇକ୍ରୋଭେନରେ ରଖି ଦିଅନ୍ତୁ। କିଛି ସମୟ ପରେ କାଢି ଏହି ସ୍ୱାଦିଷ୍ଟ ମିଠାଦ୍ରବ୍ୟକୁ ଖାଆନ୍ତୁ।

ଅଖରୋଟ ଓ ଖଜୁରୀରେ ପ୍ରସ୍ତୁତ ମିଠା ଖାଦ୍ୟଦ୍ରବ୍ୟ –
୮ଟି ଅଖରୋଟର ଭିତର ଅଂଶ, ମଞ୍ଜି ବିନା ୪ଟି ଖଜୁରୀ ଓ ୧ କପ ଦହି , ୧ ଚାମଚ ମହୁ ଏହି ୪ଟି ଦ୍ରବ୍ୟକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ କିଛି ସମୟ ଫ୍ରିଜରେ ରଖି ଦିଅନ୍ତୁ। କିଛି ସମୟ ରଖିବା ପରେ ଏହାକୁ ଖାଆନ୍ତୁ। ଦ୍ୱିପହର ଖାଦ୍ୟ ଖାଇବା ପରେ ଆପଣ ଏହାକୁ ଖାଇ ପାରିବେ। ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ।
କମଳାରେ ପ୍ରସ୍ତୁତ ମିଠା ଖାଦ୍ୟଦ୍ରବ୍ୟ –
ପ୍ରଥମେ କମଳାକୁ ପେଷି ଏହାର ଜୁସ ପ୍ରସ୍ତୁତ କରନ୍ତୁ। ଏବେ ଏଥିରେ କଦଳୀକୁ ଛୋଟ ଛୋଟ ଖଣ୍ଡ କରି କାଟି ଏହି କମଳା ଜୁସରେ ପକାନ୍ତୁ। ଏହା ଉପରେ ଅଳ୍ପ ନଡ଼ିଆ କୋରା, ଅଳ୍ପ ବାଦାମ ଓ ସାମାନ୍ୟ ଚିନି ପକାଇ ଏହାକୁ ପିଅନ୍ତୁ। ଏହା ପେଟକୁ ଥଣ୍ଡା ରଖିବା ସହ ପେଟ ଜନିତ ବହୁ ସମସ୍ୟାକୁ ଦୂର କରିଥାଏ।
ଗାଜରରେ ପ୍ରସ୍ତୁତ ମିଠାଖାଦ୍ୟଦ୍ରବ୍ୟ –
ପ୍ରଥମେ ଗାଜରକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ କଟା ହୋଇଥିବା ଗାଜର ଖଣ୍ଡରେ ମହୁ ମିଶାନ୍ତୁ। ମହୁ ମିଶାଇବା ପରେ ନଡ଼ିଆ କୋରା ଏଥିରେ ପକାଇ ଏହି ସ୍ୱାଦିଷ୍ଟ ମିଠା ଖାଦ୍ୟଦ୍ରବ୍ୟକୁ ଖାଆନ୍ତୁ। ଏହା ଦାନ୍ତ ପାଇଁ ଖୁବ ଉପକାରୀ ଓ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories