www.samajalive.in
Monday, December 8, 2025
14.1 C
Bhubaneswar

ଖୁଣ୍ଟୁଣୀ କଣ୍ଟେନମେଣ୍ଟ ଜୋନ ୭ ତାରିଖ ପର୍ୟ୍ୟନ୍ତ ବଳବତ୍ତର

ଗୁରୁଡିଝାଟିଆ:ଖୁଣ୍ଟୁଣୀ ଆଠଗଡ ନିର୍ବାଚନ ମଣ୍ଡଳୀରେ କରୋନାର ଗଡ ଭାବେ ଉଭା ହୋଇଛି। ଉପଖଣ୍ଡ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ବାରମ୍ବାର ସଟଡାଉନ ଘୋଷଣା ପରେ ମଧ୍ୟ ସଂକ୍ରମଣ କମିବାର ନା ଧରୁନାହିଁ। ତେଣୁ ଆଠଗଡ ଉପଖଣ୍ଡ ପ୍ରଶାସନ ବାଧ୍ୟ ହୋଇ ଖୁଣ୍ଟୁଣୀକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛି। ଆଜି ଠାରୁ ୭ ତାରିଖ ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ। ଏହି ସମୟ ଅବଧି ଭିତରେ କଣ୍ଟେନମେଣ୍ଟ ଜୋନ ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ ଏବଂ କଣ୍ଟେନମେଣ୍ଟ ଜୋନ ଭିତରୁ କେହି ବାହାରକୁ ଆସିପାରିବେ ନାହିଁ। ଯଦି ଜନସାଧାରଣଙ୍କ ଅତ୍ୟାବଶ୍ୟକ ସାମଗ୍ରୀ କିମ୍ବା ଔଷଧପତ୍ର ଆବଶ୍ୟକ ପଡେ ତାହାଲେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଯୋଗାଇ ଦିଆଯିବ। କଣ୍ଟେନମେଣ୍ଟ ଜୋନର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଖୁଣ୍ଟୁଣୀ ପୋଲିସ ଆଜିଠାରୁ କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି। ଖୁଣ୍ଟୁଣୀ ର ବିଭିନ୍ନ ସାହି ରେ ବ୍ୟାରିକେଟ କରାଯାଇଛି। ଏହିସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଠଗଡ ତହସିଲଦାର ତପନକୁମାର ଖୁଣ୍ଟିଆ ମାଜିଷ୍ଟ୍ରେଟ ଭାବରେ କାର୍ୟ୍ୟକୁ ତଦାରଖ କରୁଥିବା ବେଳେ ବ୍ଲକ ପ୍ରଶାସନ ମଧ୍ୟ ଏଠାରେ ଉପସ୍ଥିତ ରହି ଗ୍‍ୁରୁତ୍ୱପୂର୍ଣ୍ଣଭୂମିକା ନିଭାଉ ଥିବାର ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିି କହିଛନ୍ତି। ଏହି ସମୟ ଭିତରେ କଂଟ୍ରାକ୍ଟ ଟ୍ରେସିଂ କରାଯାଇ ସ୍ୱାବ ସଂଗ୍ରହ କରାଯିବ। ଏହାଦ୍ୱାରା କରୋନା ଶୃଙ୍ଖଳ ଭାଙ୍ଗିବାର ସମ୍ଭାବନା ରହିଛି। ପ୍ରକାଶଯୋଗ୍ୟ ସପ୍ତାହକ ଭିତରେ ଖୁଣ୍ଟୁଣୀରେ ପ୍ରାୟ ୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହାକି ଜିଲ୍ଲା ପ୍ରଶାସନ ପାଇଁ ଏକ ଆହ୍ୱାନ ଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories