www.samajalive.in
Monday, December 8, 2025
24.1 C
Bhubaneswar

ଜନ୍ମମାଟିରେ ପ୍ରକୃତି କବିଙ୍କ ୧୫୯ତମ ଜନ୍ମବାର୍ଷିକୀ

ବରପାଲି : ବରପାଲି ଅଚଂଳର ବିଭିନ୍ନ ସ୍ଥାନରେ ପ୍ରକୃତି କବି ଓ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୫୯ତମ ଜୟନ୍ତୀ ନିରାଡ଼ମ୍ବର ଓ କୋଭିଡ଼ ନିତି ନିୟମ ମଧ୍ୟରେ ପାଳିତ ହୋଇଯାଇଛି। ସୋମବାର ପୁର୍ବାହ୍ନ ସମୟରେ ସ୍ଥାନୀୟ ପ୍ରଶାସନ କର୍ତ୍ତୁପକ୍ଷଙ୍କ ସହ ବିଭିନ୍ନ ବେସରକାରୀ ପ୍ରତିଷ୍ଠାନ ସଦସ୍ୟମାନଙ୍କ ସମେତ ସାହିତ୍ୟକ, କବି ଗାଳ୍ପିକ, ବଦାନ୍ୟ ବ୍ୟକ୍ତିବିଶେଷ ସ୍ମୃତି ସଦନ ସହ ବସଷ୍ଟାଣ୍ଡ ସ୍ଥିତ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ଏବଂ ସ୍ମୃତିପିଠରେ ପହଞ୍ଚି ସେମାନେ ଭକ୍ତିପୂତ ନିବେଦନ ଜଣାଇଥିଲେ। ପ୍ରଶାସନ ପକ୍ଷରୁ ତହସିଲଦାର ଅକ୍ଷୟ ବାଗଙ୍କ ସମେତ ବିଡ଼ିଓ ତିବିକ୍ରମ କୁମୁଡ଼ା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ମେହେର ପ୍ରମୁଖଙ୍କ ସହ ସହକର୍ମୀମାନେ ବସଷ୍ଟାଣ୍ଡ ସ୍ଥିତ ପ୍ରତିମୃର୍ତ୍ତି ଓ କବିଙ୍କ ଜନ୍ମପୀଠରେ ଅର୍ଘ୍ୟ ପ୍ରଦାନ ସହ ମାଲ୍ୟାର୍ପଣ କରିଥିଲେ। ସେହିପରି ଗଙ୍ଗାଧର ମେହେର କ୍ଲବ କର୍ମକର୍ତ୍ତା ଓ ସଦସ୍ୟ ମାନେ ସ୍ମତିଭବନ ସହ ପ୍ରତିମୃର୍ତ୍ତିରେ ଦ୍ୱିପ ପ୍ରଜ୍ୱଳନ ସହ ମାଲ୍ୟାର୍ପଣ କଲା ପରେ କବିଙ୍କ ବାସଭବନରେ ଭକ୍ତିପୁତ ପୂଜାର୍ଚ୍ଚନା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଚଂଳର ବହୁ ଭିନ୍ନଭିନ୍ନ ସଂଘ ଓ ଅନୁଷ୍ଠାନ ପକ୍ଷରୁ ନିରାଡ଼ମ୍ବର ସହକାରେ ପୂଜାର୍ଚ୍ଚନା ଓ ପୁଷ୍ପମାଳ ଅର୍ପଣ ବିଧିରେ ଜୟନ୍ତୀ ଉତ୍ସବ ପାଳିତ ହୋଇଥିବା ଜଣାପଡ଼ିଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories