www.samajalive.in
Thursday, December 11, 2025
26.1 C
Bhubaneswar

ଏଠାରେ ଗଛକୁ ବନ୍ଧାଯାଇଛି ରାକ୍ଷୀ ; ଜାଣନ୍ତୁ କାରଣ

ରକ୍ଷା ବନ୍ଧନ ଭାଇ ଭଉଣୀଙ୍କର ପବିତ୍ର ସମ୍ପର୍କ।  ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ଭାଇ ମଧ୍ୟ ଭଉଣୀର ରକ୍ଷା କରିଥାଏ। ମଧ୍ୟପ୍ରଦେଶର ବୈତୁଲରେ ରକ୍ଷା ବନ୍ଧନ ଦିନ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ଏଠାରେ ଗଛଙ୍କୁ ରାକ୍ଷୀ ବାନ୍ଧି , ତାଙ୍କର ରକ୍ଷା କରିବାକୁ ସଙ୍କଳ୍ପ ନିଆଯାଇଥାଏ।
ପରିବେଶକୁ ରକ୍ଷା ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଏଠାରେ ପ୍ରତ୍ୟେକ ବର୍ଷ ଗଛମାନଙ୍କୁ ରାକ୍ଷୀ ବାନ୍ଧି ତାଙ୍କ ସୁରକ୍ଷା ପାଇଁ ସଙ୍କଳ୍ପ ନିଆଯାଏ। ପ୍ରଥମ ଥର ଆଦିବାସୀ ସମ୍ପ୍ରଦାୟରେ ପିଲାମାନେ ପାଂଚ ଦିନ ମଧ୍ୟରେ ୩୦ ଫିଟ ରାକ୍ଷୀ ପ୍ରସ୍ତୁତ କରି ଗଛଙ୍କୁ ବାନ୍ଧିଛନ୍ତି। ସିମୋରୀ ଗାଁରେ ଗଛଙ୍କୁ ରାକ୍ଷୀ ବାନ୍ଧିବାର ଏହି ପରମ୍ପରା ୧୯୯୮ରୁ ଆରମ୍ଭ ହୋଇଛି ବୋଲି କୁହାଯାଏ।
ଗାଁର ପିଲାମାନଙ୍କ ଓ ଶିକ୍ଷକଙ୍କ ମତାନୁଯାୟୀ ଗଛ ପରିବେଶର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଆମକୁ ଓ ଆମ ପରିବେଶକୁ ସ୍ୱଚ୍ଛ ରଖିବାରେ ସହାୟକ ହୋଇଥାଏ। ତେଣୁ ଆମେ ଗଛକୁ ରାକ୍ଷୀ ବାନ୍ଧୁ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories