www.samajalive.in
Monday, December 8, 2025
13.1 C
Bhubaneswar

ପଶ୍ଚିମବଙ୍ଗରେ ଲକ୍ ଡାଉନ, ପ୍ରଭାବିତ ହେବ ଟ୍ରେନ ଚଳାଚଳ

ଭୁବନେଶ୍ୱର: ପଶ୍ଚିମବଙ୍ଗ ରାଜ୍ୟରେ ଚଳିତ ମାସର ୫, ୮, ୧୬, ୧୭, ୨୩, ୨୪ ଓ ୩୧ରେ ସମ୍ପୂର୍ଣ୍ଣ ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବିଶେଷ ଭାବେ ପ୍ରଭାବିତ ହେବାକୁ ଥିବା ଜଣାଯାଇଛି। ଏଥିପାଇଁ ହାଓଡ଼ାରୁ ଛାଡୁଥିବା ୦୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୂରୋନ୍ତ ସ୍ପେସିଆଲକୁ ୫, ୮, ୧୬ ଓ ୨୩ରେ ବାତିଲ କରାଯିବ। ସେହିଭଳି ଯଶୋବନ୍ତପୁରରୁ ଛାଡୁଥିବା ୦୨୨୪୬ ଯଶୋବନ୍ତପୁର-ହାଓଡ଼ା ଦୁରୋନ୍ତ ସ୍ପେସିଆଲକୁ ୭, ୧୦, ୧୬, ୨୮, ୨୩,୨୫ ଓ ୩୦ରେ ବାତିଲ କରାଯିବ। ସିଆଲଦାରୁ ଛାଡୁଥିବା ୦୨୨୦୧ ସିଆଲଦା -ଭୁବନେଶ୍ୱର-ଦୁରୋନ୍ତ ସ୍ପେସିଆଲକୁ ଅଗଷ୍ଟ ୩ ଦିନ ବାତିଲ କରାଯିବ। ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର -ସିଆଲଦା ଦୁରୋନ୍ତ ସ୍ପେସିଆଲକୁ ୪ ଅଗଷ୍ଟରେ ବାତିଲ କରାଯିବ। ୦୨୦୭୪/୦୨୦୭୩ ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ ୫, ୮, ୧୬, ୧୭, ୨୩, ୨୪ ଓ ୩୧ରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବl

ଏହାଛଡା ଏହି ପରିସ୍ଥିତିରେ କେତେକ ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି। ସିକନ୍ଦରାବାଦରୁ ଛାଡୁଥିବା ୦୨୭୦୪ ସିକନ୍ଦରାବାଦ-ହାଓଡ଼ା ଫଲକନାମା ସ୍ପେସିଆଲ ଏକ୍ସପ୍ରେସ ୪, ୭, ୧୫, ୧୬, ୨୨, ୨୩ ଓ ୩୦ରେ ଏହାର ଯାତ୍ରା ଭୁବନେଶ୍ୱରଠାରେ ସମାପ୍ତ କରି ଆଉ ହାଓଡ଼ା ପର୍ଯ୍ୟନ୍ତ ଯିବନାହି। ୦୨୭୦୩ ହାଓଡ଼ା -ସିକନ୍ଦରାବାଦ ଫଳକନାମା ସ୍ପେସିଆଲ ଏକ୍ସପ୍ରେସ ୫, ୮, ୧୬, ୧୭, ୨୩, ୨୪ ଓ ୩୧ରେ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ସେହି ଦିନଗୁଡିକରେ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ। ଏସବୁ ବ୍ୟତୀତ କେତେକ ଟ୍ରେନର ରହଣିକୁ ବାତିଲ କରାଯାଇଛି। ଭୁବନେଶ୍ୱରରୁ ଛାଡୁଥିବା ୦୨୮୦୧ ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା ୦୨୮୦୨ ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ୪, ୭, ୧୫, ୧୬, ୨୨, ୨୩ ଓ ୩୦ ଅଗଷ୍ଟରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀଠାରେ ରହଣି କରିବ ନାହିଁ l

- Advertisement -

ଭୁବନେଶ୍ୱରରୁ ଛାଡୁଥିବା ୦୨୮୨୩0 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ୫, ୮, ୧୬, ୧୭, ୨୩, ୨୪ ଓ ୩୧ ଅଗଷ୍ଟରେ ଏବଂ ନୂଆଦିଲ୍ଲୀରୁ ଆସୁଥିବା ୦୨୮୨୪ ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ
୪, ୭, ୧୫, ୧୬, ୨୨, ୨୩ ଓ ୩୦ ଅଗଷ୍ଟରେ ଉଭୟ ଦିଗରୁ ହିଜଲୀଠାରେ ରହଣି କରିବ ନାହିଁ। ସିଆଲଦାରୁ ଆସୁଥିବା ୦୨୨୦୧ ସିଆଲଦା (କୋଲକାତା)- ଭୁବନେଶ୍ୱର ଦୂରନ୍ତ ସ୍ପେସିଆଲ ଏକ୍ସପ୍ରେସ୍ ୧୭, ୨୪ ଓ ୩୧ ଅଗଷ୍ଟରେ ଏବଂ ଭୁବନେଶ୍ୱର ଛାଡୁଥିବା ୦୨୨୦୨ ଭୁବନେଶ୍ୱର-ସିଆଲଦା ଦୁରନ୍ତ ସ୍ପେସିଆଲ ଏକ୍ସପ୍ରେସ ୧୫ ଓ ୨୨ ଅଗଷ୍ଟରେ ଉଭୟ ଦିଗରୁ ଖଡ଼ଗପୁରଠାରେ ରହଣି କରିବ ନାହିଁ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories