www.samajalive.in
Monday, December 8, 2025
13.1 C
Bhubaneswar

ପୋତି ହୋଇଛି ଡ୍ରେନ, ଲୋକଙ୍କ ଘରେ ଆଣ୍ଠୁଏ ପାଣି

ବଲାଙ୍ଗିର : ବଲାଙ୍ଗିର ସହରର ପ୍ରତାପ ସାଗର ପଡା। କିଛି ଦିନ ପୂର୍ବରୁ ଏଠାରେ ସରକାରୀ ଜମି ଜବର ଦଖଲ ଉଚ୍ଛେଦ ଚାଲିଥିଲା। ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଘର, ଦୋକାନ ଆଦି ଭଙ୍ଗା ଯାଇଥିଲା। ପୌରପାଳିକା ପକ୍ଷରୁ କୁହାଯାଇଥିଲା ଏହା ଉଚ୍ଛେଦ ପରେ ଅନେକ କିଛି ସମସ୍ୟାର ସମାଧାନ ହେବ। ସ୍ଥାନୀୟ ଲୋକେ ତଥା ସହରବାସୀ ଉପକୃତ ହେବେ। ହେଲେ ବାବୁମାନେ ଯେଉଁ ଆଶ୍ୱାସନା ଦେଇ ବଡ ବଡ ଭାଷଣ ବାଜି କରୁଥିଲେ ବର୍ତ୍ତମାନ ତାହା ଓଲଟା ପ୍ରମାଣିତ ହୋଇଛି। ଜବରଦଖଲ ଉଚ୍ଛେଦ ପରେ ନିଜେ ଭୁଲିଗଲେ ବିଭାଗୀୟ ବାବୁମାନେ। ବର୍ତ୍ତମାନ ବର୍ଷା ଦିନ ହୋଇଥିବା ବେଳେ ଡ୍ରେନଜ ସମସ୍ୟା ଉପୁଜୁଛି। ଜବରଦଖଲ ଉଚ୍ଛେଦ ପରେ ଯାହା କିଛି ମାଟି ରହିଯାଇଥିଲା ତାକୁ ଏହି ସ୍ଥାନରୁ ଅନ୍ୟତ୍ର ଉଠେଇ ନେବା କଥା। କିନ୍ତୁ ଆଜି ଯାଏଁ ଡ୍ରେନ ଭିତରେ ପଡି ଥିବାରୁ ତାହା ପୋତି ହୋଇଯାଇଛି। ଯାହା ଫଳରେ ଲୋକଙ୍କ ଘରୁ ଯେଉଁ ପାଣି ଡ୍ରେନେଜ ହେବା କଥା ଅଧିକାଂଶ ଲୋକଙ୍କ ଘରେ ସେହି ସମସ୍ୟା ଉପୁୁଜିଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି। ଗତ ଦୁଇ ଦିନ ଭିତରେ ଯେଉଁ ଅସରାଏ ବର୍ଷା ହୋଇଛି ଲୋକଙ୍କ ଘରେ ପାଣି ଜମି ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିଲା। ଯାହା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗୁରୁତର ଅଭିଯୋଗ ଆଣିଛନ୍ତି। ଯଦି ଏହା ଯଥାଶୀଘ୍ର ସଫା କରାନଯାଏ ତାହା ହେଲେ ଲୋକେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଥାଉକି ଆସନ୍ତା ୪ ତାରିଖରୁ ଲଘୁଚାପ ହେବାକୁ ଥିବା ବେଳେ ପ୍ରବଳ ବର୍ଷା ହେବା ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେଣୁ ଯଥା ସମ୍ଭବ ପ୍ରଶାସନ ଏଠାରୁ ମାଠି ଉଠେଇବା ପାଇଁ ଦାବବି ହୋଇଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories