www.samajalive.in
Saturday, December 6, 2025
26.1 C
Bhubaneswar

ଆଥେଲେଟିକ ଆସୋସିଏସନ ପକ୍ଷରୁ ବୃକ୍ଷରୋପଣ

ବରପାଲି: ବରପାଲି ବ୍ଲକ ଅଇଁଠାପାଲି ଆଥେଲେଟିକ ଆସୋସିଏସନ ପକ୍ଷରୁ ଗାଁ ଖେଳ ପଡ଼ିଆ ପରିସରରେ ଚାରାରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ପୁର୍ବାହ୍ନରେ ମୂଖ୍ୟଅତିଥି ଭାବରେ ପାଣିମୋରା ସେଣ୍ଟ୍ରାଲ ବ୍ୟାଙ୍କ ପରିଚାଳକ ସୁଶାନ୍ତ ବେହେରା କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଶାନ୍ତ ବେହେରା ସ୍ୱାଗତ ଜଣାଇବା ସହିତ ଉପସ୍ଥିତ ଆସୋସିଏସନ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ମାନିତ ଅତିଥି ଭାବରେ,ବିଶ୍ୱାନାଥ ପଧାନ, ଅମର ବେହେରା,ଚିଣ୍ଟୁ ବେହେରା,ଲଖ୍ୱଣ ପଧାନ,ଫଗନୁ ପଧାନ,ଶମିର ପଧାନ,କେତନ ବରିହା ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନେ ଚାରା ରୋପଣ ସହ ବୃକ୍ଷର ଲାଳନ ପାଳନ ସମ୍ପର୍କରେ ଆମ ମାନଙ୍କୁ ପ୍ରଥମେ ସଚେତନ ହେବାକୁ ପଡ଼ିବ ଏବଂ ବ୍ୟକ୍ତିଗତ ଭାବରେ ସମସ୍ତଙ୍କର ଏକକ ଚିନ୍ତାଧାରା ରହିବା କଥା ଓ ବର୍ତ୍ତମାନ ପରିବେଶର ମଳିନତା ଓ ବିଭିନ୍ନ ରୋଗ ବୈରାଗ୍ୟର ମୂଖ୍ୟକାରଣ ହେଉଛି ବୃକ୍ଷର ବିନାଶ ରୂପି ମଣିଷକୃତ କାର୍ୟ୍ୟକଳାପ। ପ୍ରତିଟି ବୃକ୍ଷକୁ ସୁରକ୍ଷା ଯୋଗାଇବା ସହିତ ଆମ ମାନଙ୍କର ପ୍ରଧାନ କର୍ତ୍ତବ୍ୟ ରହିବା କଥା ବୋଲି ମତବ୍ୟକ୍ତ କରିଥିଲେ। ପରେ ଖେଳ ପଡ଼ିଆ ଚାରିକଡ଼ ସହ ରାସ୍ତାର ଦୁଇପାର୍ଶ୍ବରେ ବୃକ୍ଷ ଓ ଚାରା ମାନ ରୋପଣ କରାଯାଇଥିଲା। ପରେ ମିଳିତ ଭାବରେ ଏକ ସମୁହ ଏକ ସଙ୍କଳ୍ପ ପାଠ ଯରିଆରେ ବୃକ୍ଷ ମାନଙ୍କ ଲାଲନପାଳନ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories