www.samajalive.in
Sunday, December 7, 2025
16.1 C
Bhubaneswar

ସକାଳର ଏହି ଖରାପ ଅଭ୍ୟାସ ଓଜନ ବୃଦ୍ଧିର କାରଣ ହୋଇପାରେ !

ଆଜିର ସମୟରେ ଓଜନ ବୃଦ୍ଧି ସାଧାରଣ ସମସ୍ୟା ହୋଇଗଲାଣି। ଏହାର କାରଣ ହେଉଛି ପରିବର୍ତ୍ତିତ ଜୀବନଶୌଳୀ। ଲୋକମାନେ ରାତିରେ ଠିକ୍ ସମୟରେ ଶୋଉନାହାଁନ୍ତି କିମ୍ବା ସକାଳେ ଠିକ୍ ସମୟରେ ଉଠୁନାହାନ୍ତି। ଏହା ବ୍ୟତୀତ ଆଉ ଏକ ବଡ କାରଣ ହେଉଛି ଖାଦ୍ୟ। ଲୋକମାନେ ପୃଷ୍ଟିକର ଖାଦ୍ୟ ଅପେକ୍ଷା ଜଙ୍କ ଫୁଡ୍ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଯାହା ମେଦବହୁଳ ହେବାର ମୁଖ୍ୟ କାରଣ। ତଥାପି କିଛି ଲୋକ ଅଛନ୍ତି ଯେଉଁମାନେ ଓଜନ ହ୍ରାସ କରିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି। ଏଥିପାଇଁ ସେମାନେ ସ୍ବାସ୍ଥ୍ୟକର ଖାଦ୍ୟ ମଧ୍ୟ ଖାଇଥାନ୍ତି ଏବଂ ସକାଳେ ବ୍ୟାୟାମ ମଧ୍ୟ କରିଥାନ୍ତି। କିନ୍ତୁ ଭାବନ୍ତୁ ଯେ ଏସବୁ କରିବା ସତ୍ତ୍ବେ ଯଦି ଆପଣଙ୍କ ଓଜନ ହ୍ରାସ ହେଉନାହିଁ, ତେବେ ଏହାର କାରଣ କ’ଣ ହୋଇପାରେ?

ବାସ୍ତବରେ, ଏହା ପଛର କାରଣ ହୁଏତ ଆପଣଙ୍କ ସକାଳର କିଛି ଖରାପ ଅଭ୍ୟାସ ହୋଇପାରେ। ଯାହାକୁ ଲୋକମାନେ ପ୍ରାୟତଃ ଧ୍ୟାନ ଦିଅନ୍ତିନାହିଁ। ତେବେ ଆସନ୍ତୁ ଜାଣିବା ସେହି ଅଭ୍ୟାସଗୁଡ଼ିକ କ’ଣ ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ବାଧା ସୃଷ୍ଟି କରେ।

- Advertisement -

କିଛି ଲୋକଙ୍କର ଅଭ୍ୟାସ ଥାଏ ଯେ, ସେମାନେ ଶଯ୍ୟାକୁ ସଫା ନକରି ଶୋଇଥାନ୍ତି ଏବଂ ସେମାନେ ପ୍ରତିଦିନ ଏପରି କରିଥାନ୍ତି। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ନିୟମିତ ଭାବରେ ନିଜ ଶଯ୍ୟା ସଫା ନ କରି ଶୋଇଥାନ୍ତି, ସେମାନେ ଅନ୍ୟମାନଙ୍କ ଅପେକ୍ଷା ଭଲ ନିଦରେ ଶୋଇନଥାନ୍ତି। ଉତ୍ତମ ନିଦ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଉତ୍ତମ ନିଦ୍ରା ଅଭାବ ହେତୁ ମାନସିକ ସ୍ତରରେ ଚାପ ପଡିଥାଏ। ଯାହା ପରେ ଓଜନ ବୃଦ୍ଧି କାରଣ ହୋଇଥାଏ। ତେଣୁ ଶଯ୍ୟାକୁ ନିୟମିତ ସଫା କରିବା ଭଲ।

ସକାଳେ କିଛି ଜଳଖିଆ ନ କରି ଚା କିମ୍ବା କଫି ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ, କିନ୍ତୁ ଭାରତର ଅଧିକାଂଶ ଲୋକ ଏଥିରୁ ଦିନର ଆରମ୍ଭ କରଥାନ୍ତି। ଯଦି ଆପଣ ଓଜନ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଠିକ୍ ନୁହେଁ। ତେଣୁ ଏହା ଭଲ ଯେ ଆପଣ ସକାଳର ଉଷୁମ ପାଣିରୁ ଦିନର ଆରମ୍ଭ କରନ୍ତୁ। ଯଦି ଆପଣ ଚାହାଁନ୍ତି, ପାଣିରେ ଲେମ୍ବୁ ରସ ମଧ୍ୟ ମିଶାଇ ପିଇ ପାରିବେ। ଏହା ଏକ ଘରୋଇ ରେସିପି ଯାହା ଦ୍ୱାରା ସହଜରେ ଓଜନ ହ୍ରାସ ହୋଇଥାଏ । ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିଥାଏ ଏବଂ ଓଜନକୁ ନିୟନ୍ତ୍ରଣରେ ରଖେ।

କ’ଣ ଆପଣ ଜାଣନ୍ତି କି, ସକାଳର ସୂର୍ଯ୍ୟାଲୋକ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ? ହଁ, ବାସ୍ତବରେ ସକାଳର ସୂର୍ଯ୍ୟ କିରଣ ଶରୀରରେ ଭିଟାମିନ୍-ଡି ର ଅଭାବ ପୂରଣ କରେ। ଏକ ଅନୁସନ୍ଧାନରେ ଏହା ଜଣାପଡିଛି ଯେ ଯେଉଁମାନଙ୍କର ଭିଟାମିନ୍-ଡି ଅଭାବ ଥାଏ, ସେମାନେ ପେଟର ଚର୍ବି ଏବଂ ଅଣ୍ଟା ଚଉଡା ହୋଇଥାଏ। ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ଏଣ୍ଡୋକ୍ରିନୋଲୋଜି ଏବଂ ମେଟାବୋଲିଜିମ୍ରେ ମଧ୍ୟ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଯେଉଁ ମହିଳାମାନଙ୍କ ନିକଟରେ ଭିଟାମିନ୍-ଡି ର ଅଭାବ ରହିଥାଏ ସେମାନଙ୍କ ଓଜନ ବୃଦ୍ଧି ହୋଇଥାଏ। ତେଣୁ, ବିଶ୍ୱାସ କରାଯାଏ ଯେ ସକାଳର ସୂର୍ଯ୍ୟ କିରଣ ସ୍ୱାସ୍ଥ୍ୟ ପାଇଁ ସବୁ କ୍ଷେତ୍ରରେ ଲାଭଦାୟକ ଅଟେ। ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଶରୀରକୁ ସୁସ୍ଥ ରଖିବା ପାଇଁ ରାତିରେ ୭ରୁ ୮ ଘଣ୍ଟା ଶୋଇବା ଆତ୍ୟନ୍ତ ଆବଶ୍ୟକ। ଅଧିକ କିମ୍ବା କମ୍ ନିଦ୍ରା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାର ହୋଇପାରେ। ଅଧିକ କିମ୍ବା କମ୍ ନିଦ୍ରା ଓଜନ ହ୍ରାସ କରିା ପରିବର୍ତ୍ତେ ବୃଦ୍ଧି କରାଇଥାଏ। ତେଣୁ ଯଦି ଆପଣ ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆବଶ୍ୟକ ମାତ୍ରାରେ ଶୋଇବା ଉଚିତ୍।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories