www.samajalive.in
Monday, December 8, 2025
13.1 C
Bhubaneswar

ଗିରଙ୍ଗରେ ବିଭତ୍ସ କାଣ୍ଡ : ୭ଜଣଙ୍କୁ ତାଲାପକାଇ ଅଗ୍ନିକାଣ୍ଡ, ୧ମୃତ ୭ଗୁରୁତର

ମାର୍ଶାଘାଇ: ମାର୍ଶାଘାଇ ବ୍ଲକ ଗିରଙ୍ଗ ଗ୍ରମାରରେ ପୂର୍ବ ଶତୃତାରୁ ବିଭତ୍ସ କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପୂର୍ବ ଶତୃତାରୁ ଯୋଜନାବଦ୍ଧ ଭାବେ ଗୁରୁବାର ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟରେ କୋଠା ଘରର ଉଭୟପାଶ୍ୱରୁ ତାଲାପକାଇ ଯୋଜନା ପେଟ୍ରୋଲ ଢାଳି ଓ ରୋଷେଇଘରୁ ଗ୍ୟାସ ଟାଙ୍କି ବାରେଣ୍ଡାକୁ ଆଣି ପାଇକାଟି ଅଗ୍ନିକାଣ୍ଡ ଘଟାଯାଇଥିବାନେଇ ଅଭିଯୋଗ ହେଉଛି। ଏହିଅଗ୍ନିକାଣ୍ଡଘଟରାରେ ଗୁରତର ଭାବେ ଆହାତ ଟୁକୁନାଙ୍କ ପତ୍ନୀ ଗୀତାଞ୍ଜଳି ବାରକି(୫୫)ଙ୍କ କଟକ ବଡ଼ମେଡ଼ିକାଲରେ ଚିକିତ୍ସାôଦନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡରେ ଗୁରୁତର ଆହାତ ଟୁକୁନା ବାରିକ(୬୦) ବଡ଼ପୁଅ ସତ୍ୟବ୍ରତବାରିକ(୨୯) ବଡ଼ବୋହୁ ଶୁଭଶ୍ମିତା ବାରିକ(୨୭) ସତ୍ୟବ୍ରତର ଏକମାତ୍ର ପୁଅ ୧୨ଦିନର ଶିଶୁପୁତ୍ର , ଶିବବ୍ରତ ବାରିକ(୨୬), ଉଷାରାଣୀ ବାରିକ(୨୫) ୧ବର୍ଷର ଶିଶୁ ଦିବ୍ୟାଶୁଂବାରକିଙ୍କୁ ଗୁରୁତଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭତ୍ତିକରାଯାଇଛି। ଟୁକୁନା ବାରକିଙ୍କ ସମେତ ବଡ଼ପୁଅ ସତ୍ୟବ୍ରତ, ବେହୂ ଶୁଭଶ୍ମିତା, ୧୨ଦିନର ଶିଶୁପୁତ୍ରଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି। ପୂର୍ବଶତ୍ରୃତାରୁ ସବୁଦିନପାଇଁ ରାସ୍ତାରୁ ହଟାଇଦେବାକୁ କେହି ଯୋଜନାବଦ୍ଧ ଭାବେ ଅଗ୍ନିକାଣ୍ଡ ଘଟାଇôତବା ନେଇ ଅଭିଯୋଗ ହେଉଛି। ରାତି ୩ଟାରେ ଅଗ୍ନିକାଣ୍ଡଘଟିବାରୁ ଘରଭିତର ଚାରିଆଡ଼େ ପ୍ରବଳ ନିଆଁ ସହ ଧୂଆଁ ବ୍ୟାପିଯିବାରୁ ଘରଭିତରୁ କେହି ବାହାରିବା ସମ୍ଭବପର ହୋଇନଥବଲା। ରାତିରେ ଘରେ ଅଗ୍ନିକାଣ୍ଡ ଘଟାଇବାରୁ ଜୀବନବଞ୍ଚାଇବାକୁ ପରିବାର ସଦସ୍ୟ ଚିତ୍କାର କରିବାରୁ ଗାଁ ଲୋକେ ଉଦ୍ଧାରକରିବାକୁ ଉଦ୍ୟମ କରିବାରୁ ଘରର ଉଭୟ ପାର୍ଶ୍ବରେ ତାଲା ପଡ଼ିଥିବାନେଇ ଗ୍ରାମବାସୀ ମାନେ ଅଭିଯୋଗକରିଛନ୍ତି। ଟୁକୁନାଙ୍କ ସାନପୁଅ ଶିବପ୍ରସାଦ ସ୍କାଏଲାଇଟ ଭାଙ୍ଗି ବାହାରକୁ ଆସି ପଡ଼ିସାଙ୍କ ସହଯୋଗରେ ସମସ୍ତଙ୍କୁ ଘରୁ ଉଦ୍ଧାରକରିଥିଲା। ଘରର ଦାଣ୍ଡ ଓ ବାଡ଼ିପଟେ ଏକ୍‍ ପକାଯାଇଥିବାନେଇ ପ୍ରତ୍ୟକ୍ଷଦର୍ଶିମାନେ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ ସହାୟତରେ ସ୍କାଏ ଲାଇଟ ଭାଙ୍ଗି ଝରକାତାଡ଼ି ଗୁରୁତର ମାନଙ୍କୁ କେନ୍ଦ୍ରାପଡ଼ା ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ଖବରପାଇ ମାର୍ଶାଘାଇ ଦମକଳ ବିଭାଗର ତରଫରୁ ଅଗ୍ନିଶମ ଅଧିକାରୀ ଅଭୟ ମୁଦୁଲିଙ୍କ ନେତୃତ୍ୱରେ ଦମକଳ ଭ୍ୟାନ ଘଟଣାସ୍ଥଳରେ ନିଆଁ ଲିଭାଇଥିଲା। ଏଥିରେ ଟୁକୁନା ବାରିକଙ୍କ ପତ୍ନୀ ଗୀତାଞ୍ଜଳି ବାରକ(୫୦)ଙ୍କ କଟକ ବଡ଼ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁଘଟିଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories