www.samajalive.in
Monday, December 8, 2025
13.1 C
Bhubaneswar

ରିଲାଏନ୍ସ ଜିଓ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ନିଟ୍ ଲାଭ ୧୮୩% ବୃଦ୍ଧି

ମୁମ୍ବଇ: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ୨୦୨୦ ପର୍ୟ୍ୟନ୍ତ ପ୍ରଥମ ତ୍ରୟମାସରେ ରିଲାଏନ୍ସ ଜିଓର ନିଟ୍ ଲାଭରେ ୧୮୩ ପ୍ରତିଶତ ବୃଦ୍ଧି ଘଟି ଏହା ୨୫୨୦ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷର ଏହି ସମାନ ତ୍ରୟମାସରେ ଜିଓର ନିଟ୍ ଲାଭ ୮୯୧ କୋଟି ଟଙ୍କା ରହିଥିଲା ।

କମ୍ପାନୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ପାଇଁ ଘୋଷଣା କରାଯାଇଥିବା ଆର୍ଥିକ ଫଳାଫଳ ଅନୁଯାୟୀ ଏପ୍ରିଲରୁ ଜୁନ୍ ତ୍ରୟମାସରେ ଜିଓର ପରିଚାଳନାଗତ ରାଜସ୍ୱ ଗତ ବର୍ଷ ତୁଳନାରେ ୩୩.୭ ପ୍ରତିଶତ ବୃଦ୍ଧି ପାଇ ୧୬୫୫୭ କୋଟି ଟଙ୍କା ହୋଇଛି । ୨୦୨୦ ଜୁନ୍ ୩୦ ସୁଦ୍ଧା କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ୩୯.୮୩ କୋଟିରେ ପହଞ୍ଚିଥିବାବେଳେ ଗ୍ରାହକ ପ୍ରତି ରାଜସ୍ୱ (ଆର୍ପୁ) ବୃୃଦ୍ଧି ପାଇ ମାସକୁ ୧୪୦.୩ ଟଙ୍କାରେ ପହଞ୍ଚିଛି । ଏହି ତ୍ରୟମାସରେ କମ୍ପାନୀ ୯୯ ଲକ୍ଷ ଗ୍ରାହକ ଯୋଡିଛି । ଶ୍ରେଷ୍ଠ ୪ଜି ନେଟ୍‌ୱର୍କ ବଳରେ ଗତ ବର୍ଷ ତୁଳନାରେ ଏହି ତ୍ରୟମାସରେ ଜିଓ ନେଟ୍‌ୱର୍କରେ ଡାଟା ବ୍ୟବହାର ୩୦ ପ୍ରତିଶତ ବୃଦ୍ଧି ପାଇ ୧୪.୨ ଏକ୍ସାବାଇଟରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

- Advertisement -

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଅମ୍ବାନୀ କହିଛନ୍ତି ଯେ “ଏକ ଦୃଢ ଏବଂ ସୁରକ୍ଷିତ ୱେୟାରଲେସ୍ ଏବଂ ଡିଜିଟାଲ ନେଟୱାର୍କ ନିର୍ମାଣ କରି ସବୁ କିଛିକୁ ସଂଯୁକ୍ତ କରିବା ସହିତ ପ୍ରତିଟି ଭାରତୀୟଙ୍କୁ ଡିଜିଟାଲ ସଂଯୋଗର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ରଖି ଜିଓ ଆରମ୍ଭ ହୋଇଥିଲା । ଆମର ଏହି ସମାନ ଲକ୍ଷ୍ୟରେ ଏବେ ସାମିଲ ହୋଇଛନ୍ତି ବିଶ୍ୱର ୧୩ଟି ବୃହତ୍ତମ ପ୍ରଯୁକ୍ତି କମ୍ପାନୀ ଓ ନିବେଶକ ।’’

ସୂଚନାଯୋଗ୍ୟ ଯେ, ବିଗତ ତିନି ମାସ ମଧ୍ୟରେ ଜିଓ ପ୍ଲାଟଫର୍ମସ୍ ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତି କମ୍ପାନୀ ଓ ନିବେଶକଙ୍କଠାରୁ ୧,୫୨,୦୫୬ କୋଟି ଟଙ୍କାର ପୁଂଜି ନିବେଶ ହାସଲ କରିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଫେସ୍‌ବୁକ୍‌, ଗୁଗୁଲ୍‌, ସିଲଭର ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଟଲାଣ୍ଟିକ୍‌, ମୁବାଦଲା, ଏଡିଆଇଏ, ଟିପିଜି, ଏଲ କାଟରଟନ୍‌, ପିଆଇଏଫ୍‌, ଇନଟେଲ କ୍ୟାପିଟାଲ୍ ଏବଂ କ୍ୱାଲକମ୍ ଭେଂଚର୍ସ ।

ଗୁରୁବାର ଘୋଷଣା ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପ୍ରଥମ ତ୍ରୟମାସ ଆର୍ଥିକ ଫଳାଫଳ ଅନୁଯାୟୀ, ଏପ୍ରିଲରୁ ଜୁନ୍ ତିନି ମାସରେ କମ୍ପାନୀର ନିଟ୍ ଲାଭ ଗତ ବର୍ଷ ତୁଳନାରେ ୩୦.୬ ପ୍ରତିଶତ ବୃଦ୍ଧି ପାଇ ୧୩, ୨୪୮ କୋଟି ଟଙ୍କାରେ ପହଞ୍ଚିଛି ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories