www.samajalive.in
Monday, December 8, 2025
27.1 C
Bhubaneswar

ମାଟ୍ରିକ ପରୀକ୍ଷାରେ ନମ୍ବର କମିଯିବାରୁ ଜୀବନ ହାରିଲେ ଛାତ୍ରୀ

ବେତନଟୀ : ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ବୁଧବାର ବାହାରିବାପରେ ପାସ ତଥା ଭଲ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀ ଆନନ୍ଦରେ ଦିନ କାଟିଥିବାବେଳେ ପରୀକ୍ଷାରେ ପାସ କରିବା ସହିତ ୭୫ପ୍ରତିଶତ ନମ୍ବର ରଖି ପାସ କରିଥିବା ଜଣେ ଛାତ୍ରୀ ତାଙ୍କର ଅଧିକ ନମ୍ବର ରହିଥାନ୍ତା ଭାବି ମନସ୍ତାପ କରି ମାନସିକ ଭାରସାମ୍ୟ ହରାଇ ପ୍ରାଣ ହରାଇଥିବା ଦୁଃଖଦ ଖବର ବେତନଟୀ ଅଞ୍ଚଳରେ ଶୋକର ଛାୟା ଖେଳାଇଛି।

ଘଟଣାରୁ ପ୍ରକାଶ ବେତନଟୀ ଥାନା ସଠିଲୋ ପଞ୍ଚାୟତ ବାହାନଡାଗ୍ରାମର ଶିଶିର ମଢୁଆଳଙ୍କ ଏକମାତ୍ର ଝିଅ ବେତନଟୀ ଏମପିସି ଉଚ୍ଚବିଦ୍ୟାଳୟରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ବୁଧବାର ଫଳ ବାହାରିବାପରେ ସେ ଆଶା କରିଥିବା ୮୦ପ୍ରତିଶତ ନମ୍ବର ନରହିବାରୁ ବୁଧବାର ଠାରୁ ମନସ୍ତାପ ମଧ୍ୟରେ ରହିଥିଲା। ପରିବାର ପକ୍ଷରୁ ତାକୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯିବା ସହିତ ପରୀକ୍ଷା ଖାତାର ପୁନଃମୁଲ୍ୟାୟନ କରାଯିବ ବୋଲି କୁହାଯାଇଥିଲା। ତାର ସହପାଠୀ ମାନଙ୍କର ଅଧିକ ନମ୍ବର ରହିବାରୁ ସେ ନିଜ ମନକୁ ବୁଝାଇ ପାରିନଥିଲେ। ଗୁରୁବାର ମାଆ ପାଣି ଆଣିବାକୁ ଯାଇଥିବାବେଳେ ବାପା ମଧ୍ୟ ଘରେ ନଥିଲେ। ଏହାର ସୁଯୋଗ ନେଇ ସେ କିଛି ବିଷାକ୍ତ ଜିନିଷ ଖାଇ ଦେଇଥିଲେ। ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ବେତନଟୀ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥିଲା। ଦୁଃଖଦ ଖବର ପାଇ ଡାକ୍ତରଖାନାରେ ଭିଡ ଜମିଥିଲା। ଗ୍ରାମବାସୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ଖବରପାଇ ବେତନଟୀ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଛେଦ ନିମନ୍ତେ ବାରିପଦା ପଠାଇଥିଲେ। ବ୍ୟବଛେଦ ପରେ ମୃତଛାତ୍ରୀର ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ପୁଲିସ ଏଥିନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ନାବାଳିକାଟି ଏମିତିଭାବେ ନିଜକୁ ଶେଷ କରିଦେବ ତାହା କେହି ଭାବି ପାରୁନାହାଁନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories