www.samajalive.in
Saturday, December 6, 2025
26.1 C
Bhubaneswar

ସଚେତନ ହେଲେ ଗଠନ ହୋଇପାରିବ ହେପାଟାଇଟ୍ସ ମୁକ୍ତ ଭାରତ

ଭୁବନେଶ୍ୱର : ଯକୃତ ବା ଲିଭର ହେଉଛି ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆମେ ତାହାର ଯତ୍ନ ନେବା ଆବଶ୍ୟକ। ନ ହେଲେ ସେହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେପାଟାଇଟସ୍ ‘ବି’ର ଶିକାର ହୋଇ ମାରାତ୍ମକ କ୍ୟାନ୍ସରରେ ପରିଣତ ହେବ। ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ଯକୃତ ରୋଗ ନିରାକରଣ ଦିବସ ପାଳନ କରାଯାଏ। ଏହାର ସଂଗଠକ ଭାବରେ ୧୧ଟି ମୋଡ଼ିକାଲ କଲେଜ ସହିତ ନୂଆଦିଲ୍ଲୀର ଆଇଏଲବିଏସ୍ର ବିଶେଷଜ୍ଞ ଡା. ଅଶୋକ ଚୌଧୁରୀ, ଯୁଗ୍ମ ସଂଯୋଜକ ଡା.ମନୋରଞ୍ଜନ ବେହେରା ଭାବରେ ଅବସ୍ଥାପିତ ଅଛନ୍ତି।
ବିଶ୍ୱରେ ବାସ କରୁଥିବା ଯକୃତ ଆକ୍ରାନ୍ତ ରୋଗୀମାନଙ୍କ ମଧ୍ୟରୁ ୪୦ ମିଲିୟନ ଭାରତୀୟ ଏହି ରୋଗ ଦ୍ୱାରା ଆକ୍ରାନ୍ତ। ଏହି ରୋଗ ଦିନକୁ ଦିନ ଆଲାରାମ ଘଣ୍ଟା ବାଜିଲା ପରି ବଢିଚାଲିଛ। ପୁରୁଷମାନଙ୍କ କ୍ଷେତ୍ରରେ ଏହା ‘ଚତୁର୍ଥ ସାଧାରଣ ରୋଗ’ ସୂଚିତ ହୋଇଛି। ଏହା ଭୂତାଣୁ ଦ୍ୱାରା ସଂକ୍ରମିତ ହୁଏ ଓ ଯକୃତକୁ ଆକ୍ରମଣ କରି ସ୍ଥାୟୀ ରୋଗ ଭାବରେ ଶରୀରରେ ରୁହେ। ଆହୁରି ମଧ୍ୟ ଅନେକ କ୍ଷେତ୍ରରେ ମାଆ ଠାରୁ ଶିଶୁକୁ ଏହି ରୋଗ ସଂକ୍ରମିତ ହୁଏ। ଏହା ଯେହେତୁ ଭୂତାଣୁ ଜନିତ ରୋଗ ଅନେକାଂଶରେ ଦେଖାଯାଏ ଗୋଟିଏ ଗୋଟିଏ ପରିବାରରେ ପ୍ରାୟତଃ ସମସ୍ତେ ସଂକ୍ରମିତ ହୋଇଥାଆନ୍ତି। ପ୍ରାଥମିକ ଅବସ୍ଥାରୁ ଆମେ ଯଦି ରକ୍ତ ପରୀକ୍ଷା କରିବା ସହିତ ଡାକ୍ତରୀ ଚିକିତ୍ସା କରିବା, ତାହେଲେ ସମ୍ପୂର୍ଣ୍ଣ ରୂପେ ଏହି ରୋଗରୁ ଆରୋଗ୍ୟ ଲାଭ କରିପାରିବା। ଯଦି ଆମେ ଲୋକମାନଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇପାରିବା ଏବଂ ଆମେ ନିଜେ ପରିଷ୍କାର ପରିଚ୍ଛନ୍ନ ପୂର୍ବକ ନିୟମିତ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା, ତାହେଲେ ଏହା ବହୁ ପରିମାଣରେ ରୋକାଯାଇ ପାରିବ। ତେବେ ସଚେତନ ହେଲେ ହେପାଟାଇଟ୍‍ସ ମୁକ୍ତ ଭାରତ ଗଠନ ସମ୍ଭବ ହେବ। ଏଥିପାଇଁ ସାମୁହିକ ସ୍ତରରେ ଉଦ୍ୟ କରାଯବା ଉଚିତ ବୋଲି ଗବେଷକମାନେ ମତପ୍ରକାଶ କରିଥିଲେ ବୋଲି ବିଶ୍ୱ ହେପାଟାଇସ୍‍ ଦିବସ ଉପଲକ୍ଷେ ଆୟୋଜିତ େଓ୍‍ବ୍‍ନେୟାର୍‍ରେ ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଗବେଷକମାନେ ପ୍ରକାଶ କରିଛନ୍ତି।
ବଡ଼ ସୁଖର କଥା ୧୯୮୨ ମସିହାରୁ ହେପାଟାଇଟସ୍ ‘ବି’ର ପ୍ରତିରୋଧ ନିମନ୍ତେ ଟୀକା ଉପଲବ୍ଧ ହେଲାଣି କିନ୍ତୁ ଏହାର ମୂଳୋତ୍ପାଟନ ପାଇଁ ୨୦୩୦ ମସିହା ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି। ପ୍ରଥମଥର ପାଇଁ ଆନ୍ତର୍ଜାତିକ ସହଯୋଗରେ ଆୟୋଜିତ ୱେବ୍‍ନେୟାର୍‍ରେ ସବୁ ମେଡ଼ିକାଲ କଲେଜର ବିଶିଷ୍ଟ ଗବେଷକମାନେ ଯୋଗ ଦେଇଥିଲେ। ଏଥିରେ ୟୁ.ଇ.ଏ, କାନାଡ଼ା, ସିଙ୍ଗାପୁର, ଅଷ୍ଟ୍ରେଲିଆ, ପାକିସ୍ତାନ, ବାଲାଂଦେଶ, ନେପାଳ, ଇଣ୍ଡୋନେସିଆ, ସାଉଦିଆରବ ଇତ୍ୟାଦି ଦେଶମାନଙ୍କର ୧୨୦୦ ଅଧିକାରୀଙ୍କ ସମେତ ଭାରତରୁ ଡାକ୍ତରମାନେ ଯୋଗ ଦେଇଥିଲେ। ସେମାନଙ୍କ ମ୍ମରୁ ମେଡ଼ିସିନ୍ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡା. ସିଦ୍ଧାର୍ଥ ଦାସ, ବୁର୍ଲା ଭିମସାର ପ୍ରଫେସର ଡା. ଲିଟନ କୁମାର ମେହେର ପ୍ରମୁଖ ଯୋଗ ଦେଇଥିଲେ। ଲିଭର ପେସେ ଫାଉଣ୍ଡେସନ କର୍ମଶାଳାରେ ଅତିଥି ଭାବରେ ହୋଚିମିନ୍ ସହରର ଡା. ମଦନ ମୋହନ ସେଠୀ ଯୋଗ ଦେଇଥିଲେ। ଇଞ୍ଜିନିୟର ଉମାକାନ୍ତ ପାଣି ଏବଂ ପ୍ରଶାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।

(ଇଂ ଉମାକାନ୍ତ ପାଣି)
ମୋ : ୯୯୩୭୩୯୬୭୯୬

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories