www.samajalive.in
Thursday, December 11, 2025
13.1 C
Bhubaneswar

ଆର୍ଥିକ ଅପରାଧ ସଚେତନତା ଅଭିଯାନ

ଝାରସୁଗୁଡ଼ା : ଆର୍ଥିକ ଅପରାଧୀମାନେ ଫୋନ ବା ଅନଲାଇନ ଜରିଆରେ  ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହୋଇଆସୁଥିବାରୁ ଝାରସୁଗୁଡ଼ା ପୁଲିସ ସଚେତନତା ଅଭିଯାନ ଆରମ୍ଭ କରିଛି। ଏଣିକି ଜିଲାର ବ୍ୟାଙ୍କ ସମୂହର ସହୟତାରେ ଜିଲାବାସୀଙ୍କୁ ସ୍ଥାନୀୟ ଭାଷାରେ ସଚେତନ କରାଯିବ ବୋଲି ପୁଲିସ ସୂତ୍ରରୁ କୁହାଯାଇଛି। ଆଜି ଏନେଇ ଏସପିଙ୍କ ନେତୃତ୍ୱରେ ପୁଲିସ କର୍ତ୍ତୃପକ୍ଷ ଏସବିଆଇ ମୁଖ୍ୟ ଶାଖାରେ ଲିଡ ବ୍ୟାଙ୍କ ମ୍ୟାନଜର ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏହି କ୍ରମରେ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ପ୍ରତିଦିନ ନିଜ ନିଜ ଗ୍ରାହକଙ୍କୁ ଫୋନ କରି ଆର୍ଥିକ ଠକାମୀ ସଂକ୍ରାନ୍ତରେ ସଚେତନ କରିବାକୁ ଏସପି ପରାମର୍ଶ ଦେଇଥିଲେ। ଏହା ଛଡ଼ା ପ୍ରତିଦିନ ଭିନ୍ନ ଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ଥାନୀୟ ଭାଷାରେ ମାଇକିଂ କରି ଲୋକଙ୍କୁ ସଚେତନ କରିବା ଉପରେ ଏସପି ଗୁରୁତ୍ୱାରୋପ କରିଥିଲେ। ଗ୍ରାହକଙ୍କୁ କୌଣସି ଦ୍ୱିଧା ହେଲେ ବ୍ୟାଙ୍କ କିମ୍ବା ପୁଲିସକୁ ଫୋନ କରିବାକୁ ସଚେତନ କରିବାକୁ କହିଥିଲେ। ଏସପି ରାହୁଲ ପିଆର ଓ ଲିଡ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories