www.samajalive.in
Monday, December 8, 2025
24.1 C
Bhubaneswar

ଉଚ୍ଚଶିକ୍ଷାରେ ଚଳିତବର୍ଷ ଅନ୍‌ଲାଇନ୍‌ରେ ନାମଲେଖା

ଭୁବନେଶ୍ବର : ଉଚ୍ଚଶିକ୍ଷାରେ ନାମଲେଖା ପାଇଁ ଷ୍ଟୁଡ଼େଣ୍ଟ ଏକା‌େ‌ଡ଼ମିକ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍ସ) ପ୍ରକଳ୍ପ ଅଧୀନରେ ୨୦୨୦-୨୧ ପାଇଁ ଇ ନାମଲେଖା ପ୍ରଣାଳୀ ଓ ପ୍ରସ୍ତୁତି ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଡିଗ୍ରୀ, ସ୍ବୟଂଶାସିତ, ସଂସ୍କୃତ ଓ ସେଲ୍ଫ ଫାଇନାନ୍ସ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି।
୨୦୨୦-୨୧ ବର୍ଷ ପାଇଁ କେବଳ ଅନଲାଇନ ଜରିଆରେ ନାମଲେଖା ସିଙ୍ଗଲ ଫେଜରେ ସୀମିତ ରହିବ। ଏହି ପର୍ଯ୍ୟାୟରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ତିନି ରାଉଣ୍ଡର ମନୋନୟନ ସହିତ ସ୍ପଟ ବ୍ୟବସ୍ଥା ରହିବ। ସାମ୍ସ ୱେସାଇଟରେ ସବୁ ପ୍ରକାର ସିଲେକ୍ସନ ତାଲିକା ପ୍ରକାଶ ପାଇବ। ଡିଗ୍ରୀ ଆବେଦନପତ୍ର ଅନଲାଇନରେ ଆବେଦନ ପାଇଁ ପ୍ରତି ଛାତ୍ରଛାତ୍ରୀଙ୍କୁ ସାମ୍ସ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ।
୨୦୨୦-୨୧ ବର୍ଷ ପାଇଁ ଇ-ନାମଲେଖା ଷ୍ଟୁଡ଼େଣ୍ଟ ଲଗ ଇନ ଦ୍ବାରା କରାଯିବ। ଯୁକ୍ତ ତିନି ପ୍ରଥମ ବର୍ଷ ଆବେଦନ ପୂର୍ବରୁ ୟୁନିକ ମୋବାଇଲ ନମ୍ବର ଓ ଇ ମେଲ ଆଇଡ଼ି ସହିତ ଛାତ୍ରଛାତ୍ରୀଙ୍କ ନିଜର ଲଗଇନ ଆଇଡ଼ି ତିଆରି କରିବାକୁ ହେବ। ଭବିଷ୍ୟତରେ କୌଣସି ପରିବର୍ତ୍ତନ ଦରକାର ପଡ଼ିଲେ ସେମାନେ ନିଜ ପୋର୍ଟାଲରୁ ସମସ୍ତ ସୂଚନା ପାଇପାରିବେ। ୨୦୨୦-୨୧ ବର୍ଷ ପାଇଁ ଡ଼ିଗ୍ରୀ କମନ ଆପ୍ଲିକେଶନ ଫର୍ମ(ସିଏଏଫ) ଫି ଏବଂ ନାମଲେଖା ଫି ଅନଲାଇନରେ ସଂଗ୍ରହ କରାଯିବ। ଏଥିପାଇଁ ଅଫଲାଇନର କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ସମସ୍ତ ସଂଗୃହୀତ ଅର୍ଥ ପୃଥକ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ, ବି‌େ‌ଶଷ କରି ସାମ୍ସ ସୋସାଇଟି ନାମରେ ଜାତୀୟକରଣ ବ୍ୟାଙ୍କରେ ଜମା ହେବ। ସମସ୍ତ ସ୍ବୟଂଶାସିତ, ଡ଼ିଗ୍ରୀ ଓ ସେଲ୍ଫ ଫାଇନାନ୍ସିଂ କଲେଜ ସେମାନଙ୍କର ଷ୍ଟ୍ରିମ-ସବ୍ଜେକ୍ଟ ୱାରୀ ନାମଲେଖା ଫି ସୂଚନା ସେମାନଙ୍କ ଇ-ସ୍ପେସରେ ଦେବାକୁ ନିର୍ଦେଶ ଜାରି କରାଯାଇଛି। ଏହାଛଡ଼ା ସମସ୍ତ କଲେଜକୁ ନିର୍ଭୁଲ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ କୁହାଯାଇଛି।
କୌଣସି କଲେଜ ଯଦି ଷ୍ଟ୍ରିମ-ସବଜେକ୍ଟ ୱାରୀ ନାମଲେଖା ଫି ତଥ୍ୟ ଅପଡ଼େଟ ନ କରନ୍ତି ତେବେ ସେ କଲେଜର ନାମ ଅନଲାଇନ କମନଆପ୍ଲିକେଶନ ଫର୍ମରେ ସ୍ଥାନ ପାଇବ ନାହିଁ। ସମସ୍ତ ଡ଼ିଗ୍ରୀ କଲେଜ ଏ ନେଇ ପ୍ରସ୍ତୁତ ରହିବା ଦରକାର। ଯୁକ୍ତ ତିନି ନାମଲେଖା ସଂକ୍ରାନ୍ତ ସମସ୍ତ ପ୍ରକାର ଫି ପ୍ରାର୍ଥୀଙ୍କଠାରୁ ସିଧାସଳଖ ଅନଲାଇନରେ ସଂଗ୍ରହ କରାଯିବ।
ସିଏଏଫ ଫି ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୨୭୫, ଏସଟି/ଏସସିଙ୍କ ପାଇଁ ୨୦୦, ଭିନ୍ନକ୍ଷମ, ଟିଜି ଓ ତୃତୀୟ ଲିଙ୍ଗ ପ୍ରାର୍ଥୀଙ୍କ ପାଇଁ ସମ୍ପୂର୍ଣ୍ଣ ମୁକ୍ତ ରଖାଯାଇଛି। ଯଦି ଅନ୍ୟ କଲେଜରେ ନାମଲେଖା ପାଇଁ ଜଣେ ଛାତ୍ରଙ୍କୁ ଅନଲାଇନରେ ଟ୍ରାନ୍ସଫର ପ୍ରମାଣପତ୍ର ଦିଆଯାଇଥିବ ତେବେ କେବଳ ୧୦୦ଟଙ୍କା କଟାଯାଇ ମୋଟ ନାମଲେଖା ଫି ଛାତ୍ରଙ୍କ ଆକାଉଣ୍ଟକୁ ଅନଲାଇନରେ ଫେରାଇ ଦିଆଯିବ। ଛାତ୍ରଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ଇ-ନାମଲେଖା ପ୍ରକ୍ରିୟା ସମ୍ପର୍କରେ ସବିଶେଷ ଅବଗତ କରାଇବା ନିମନ୍ତେ ଫ୍ଲେକ୍ସ ବ୍ୟାନର ଜରିଆରେ ପ୍ରଦର୍ଶନ କରିବାକୁ କୁହାଯାଇଛି। ଏଥିପାଇଁ ଯଥେଷ୍ଟ ପୂର୍ବରୁ କଲେଜ ସ୍ତରରେ ସାମ୍ସ ଲାବ, ହେଲ୍ପ ଡ଼େସ୍କ କରିବା ସହିତ ଇଣ୍ଟରନେଟ ଫାସିଲିଟି ସେଣ୍ଟର, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାକୁ କୁହାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories