www.samajalive.in
Thursday, December 11, 2025
23.1 C
Bhubaneswar

ଧାନ କିଣାରେ ରେ ଦୂର୍ନୀତି ଗନ୍ଧ, ଚାଷୀଙ୍କ ନାମରେ ବେପାରୀଙ୍କ ଧାନ କିଣା ଅଭିଯୋଗ

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକରେ ରବି ଋତୁ ର ଧାନ କ୍ରୟରେ ଦୁର୍ନୀତି ହେବା ସହ ଚାଷୀ ଙ୍କ ନାମରେ ବେପାରୀଙ୍କ ଧାନ କିଣାଯାଇଥିବା ଅଭିଯୋଗ ହେଉଛି। ଚାଷୀଙ୍କ ନାମରେ ଧାନ କିଣାଯାଉଥିବା ବେଳେ ୨୦୧୯ ମସିହା ରବି ଋତୁ ର ଧାନ କ୍ରୟରେ ବେପାରୀ ପ୍ରୀତି ରହିଥିବା ଜଣାପଡିଛି। ବଙ୍ଗୋମୁଣ୍ଡା ବ୍ଲକର ଭାଲୁମୁଣ୍ଡା ଗ୍ରାମର ଲକ୍ଷ୍ମୀ ନାରାୟଣ ମହିଳା ଗ୍ରୃପ ୧୯/୨୦ ବର୍ଷ ପାଇଁ ରବି ଋତୁରେ ଧାନ କ୍ରୟ କରିବା ପାଇଁ ଅନୁମତି ପାଇଥିଲେ। ଧାନ କ୍ରୟ ସମୟରେ ଚାଷୀ ଙ୍କ ନାମରେ ବେପାରୀ ର ଧାନ କ୍ରୟ କରାଯାଇଥିବା ଅଭିଯୋଗ ହେଉଛି। ଭାଲୁମୁଣ୍ଡା ପଞ୍ଚାୟତର ଗଞ୍ଜାବାହାଲ ଗ୍ରାମର ଚାଷୀ ଡିଙ୍ଗର ବଚ୍ଛା ଠାରୁ ଉକ୍ତ ଏସଏଚଜି ଗୃପ ୨ ଥର ଧାନ କ୍ରୟ କରିଥିଲା। ପ୍ରଥମ ଟୋକନ ରେ ମେ ୧୪ ତାରିଖ ରେ ୮୩ କୁଇଣ୍ଟାଲ ୧୦ କେଜି କ୍ରୟ କରିଥିବା ବେଳେ ଦ୍ୱିତୀୟ ଟୋକନ ରେ ୩୧ ମେ ରେ ୯୮ କ୍ୱିଣ୍ଟାଲ ୫୮ କେଜି ଧାନ କ୍ରୟ କରାଯାଇଥିଲା। ଡିଙ୍ଗର ବଚ୍ଛା ଙ୍କ ଖାତା ନଂ ୧୨ ଦର୍ଶାଇ ଧାନ କ୍ରୟ କରାଯାଇଥିଲା।ଖାତା ନଂ ୧୨ ର ୧୩ ଟି ପ୍ଲଟ ରେ ମୋଟ ୬ ଏକର ୭୫ ଡିସମିଲ ରହିଥିବା ଜଣାପଡିଛି।ସେଥି ମଧ୍ୟରୁ ବାହାଲ ଏବଂ ବେର୍ଣ୍ଣା ମାମୁଲି ମିଶି ୨ ଏକର ୨୯ ଡିସମିଲ ରହିଛି।

ବିଶେଷ ଭାବେ ଏହି ଅଞ୍ଚଳରେ ବେଣ୍ଣ୍‍ାର୍ ଏବଂ ବାହାଲ ରେ ଧାନ ଚାଷ ଭଲ ଅମଳ ହୋଇଥାଏ।ଧାନ ଚାଷ ଭଲ ହେଲେ ୨୫ ରୁ ୩୦ କ୍ୱିଣ୍ଟାଲ ଧାନ ଅମଲ ହୋଇଥାଏ।ଏଭଲି ପରିପ୍ରେକ୍ଷୀ ରେ ଡିଙ୍ଗର ବଚ୍ଛା ଙ୍କ ନାମରେ ୧୮୧ କୁଇଣ୍ଟାଲ ୬୮ କେଜି ଧାନ କିଣାଯାଇଛି।୨ ଏକର ୨୯ ଡିସମିଲ ବାହାଲ ଏବଂ ବେର୍ଣ୍ଣା ଜମିରେ କ୍ଟ୍ରରେ ଏତେ ପରିମାଣ ରେ ଧାନ ଅମଳ ହେବା କଷ୍ଟକର।୧ ହେକ୍ଟର ରୁ କମ ଜମିରେ ଏତେ ପରିମାଣ ର ଧାନ ବିକ୍ରୟ ପାଇଁ ଅନୁମତି ଦେବା ଏବଂ ଡିଙ୍ଗର ବଚ୍ଛା ଙ୍କ ନାମରେ କାହାର ଧାନ କିଣା ହେଲା ତାହା ନେଇ ପ୍ରଶ୍ନ ଉଠୁଛି।ଏବଂ କଳାବଜାରୀ କୁ ପ୍ରୋତ୍ସାହନ ଦିଆଯାଉଥିବା ନେଇ ଚର୍ଚ୍ଚା ହେଉଛି।ଡିଙ୍ଗର ବଚ୍ଛା ଦ୍ୱିତୀୟ ଟୋକନ ରେ ଧାନ ମେ ୩୧,୨୦୨୦ ରେ ଧାନ କିଣାଯାଇଥିବା ବେଳେ ତାର ୨/୩ ଦିନ ପୂର୍ବରୁ ୨୭ ତାରିଖ ରେ ମୃତ୍ୟୁବରଣ କରିଥିଲେ।ତାଙ୍କ ନାମରେ ଧାନ କିଣାଯିବା ଏବଂ ଚେକ ପ୍ରଦାନ କରି ବ୍ୟାଙ୍କ ଆକାଉଣ୍ଟ ରେ ଜମା କରାଗଲ।।।ଏତେ ବଡ ଘଟଣା ସତ୍ତେ୍ୱ କିପରି ଭାବେ ପ୍ରଶାସନ ର ନଜର କୁ ଆସିପାରିଲା ନାହିଁ , ନା ଜାଣି ଶୁଣି ଏହି ଘଟଣା କୁ ଚପାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ଧାନ କିଣାରେ ଦୂର୍ନୀତି ର ତଦନ୍ତ କରାଯାଇ ଦୋଷୀ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଂସଦ ଙ୍କ ବିଏଲଏସି ବଙ୍ଗୋମୁଣ୍ଡା ପ୍ରତିନିଧି ଥବିର ବାଗ ଦାବି କରିଛନ୍ତି।ଏ ସଂପର୍କରେ ବିଭାଗୀୟ ଅଧିକାରୀ ଙ୍କ କୌଣସି ପ୍ରତିକ୍ରିୟା ମିଲିପାରିନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories