www.samajalive.in
Monday, December 8, 2025
14.1 C
Bhubaneswar

କାଶ୍ମୀରକୁ ଅଶାନ୍ତ ଲାଗି ନୂଆ ଆତଙ୍କୀ ସଙ୍ଗଠନ ’ପାଫ୍’; ପାକିସ୍ଥାନ ଦେଉଛି ପ୍ରୋତ୍ସାହନ- ଅସ୍ତ୍ରଶସ୍ତ୍ର

ଶ୍ରୀନଗର:  ପାକିସ୍ଥାନ ଓ ଏହାର ଗୁଇନ୍ଦା ଏଜେନ୍ସି ଆଇଏସଆଇ ପୁଣିଥରେ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପିପୁଲ୍ସ ଏଣ୍ଟି ଫାସିଷ୍ଟ ଫଣ୍ଟ (ପିଏଏଫଏଫ୍) ନାମକ ଏକ ସଙ୍ଗଠନକୁ ସୃଷ୍ଟି କରିବାରେ ଆଇଏସଆଇ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ଅବ୍ୟାହତ ରଖିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ  ବୋଲି ଜଣାପଡ଼ିଛି ।

ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରେ ଆତଙ୍କବାଦ ବିଲୋପ ଅଭିଯାନ ଆରମ୍ଭ ହୋଇଥିଲା । ମାତ୍ର ପାକିସ୍ତାନ ଓ ଆଇଏସଆଇ ଏହାକୁ ଏକ ଆହ୍ବାନ ରୂପେ ଗ୍ରହଣ କରିଥିଲେ । ପୁଣିଥରେ କାଶ୍ମୀରରେ ଆତଙ୍କବାଦ ଚଳାଇ ରଖିବା ଉଦ୍ଦେଶ୍ୟରେ ଏହି ସଙ୍ଗଠନକୁ ଗଢ଼ି ତାହାକୁ ବିଭିନ୍ନ ସହାୟତା ପ୍ରଦାନ କରୁଛି । ଗତ ସପ୍ତାହରେ କୁଲଗାଓରେ ଜଣେ ପୁଲିସ କର୍ମଚାରୀଙ୍କ ହତ୍ୟାକୁ ନିଜ ମୁଣ୍ଡରେ ନେଇଛି ’ପାଫ୍’ ।

- Advertisement -

ଆତଙ୍କବାଦୀ ସଙ୍ଗଠନ ପିପୁଲ୍ସ ଏଣ୍ଟି ଫାଶିଷ୍ଟ ଫ୍ରଣ୍ଟ (ପାଫ୍)କୁ କାଶ୍ମୀର ସ୍ଥିତି ବିଗାଡ଼ିବା ଓ ଆତଙ୍କବାଦ କାର୍ଯ୍ୟକଳାପ ଚଳାଇବା ନିମନ୍ତେ ସମସ୍ତ ସହାୟତା ପାକିସ୍ଥାନ ଯୋଗାଇ ଦେଉଛି । ଏହି ସଙ୍ଗଠନକୁ ପାକିସ୍ଥାନ ଷ୍ଟେୟର ଏୟୁଜି ପରି ଘାତକ ଓ ଅତ୍ୟାଧୁନିକ ଏସଲ୍ଟ ରାଇଫଲ, ଏମ୍-୪ କାର୍ବାଇନ ପରି ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିବା ଖବର ଭାରତୀୟ ଗୁଇନ୍ଦା ବିଭାଗ ନିକଟରେ ପହଞ୍ଚିଛି ।

ଭାରତରେ ଆତଙ୍କ ସୃଷ୍ଟି କରିବା ନିମନ୍ତେ ‘ପାଫ୍’ ଏକ ଭିଡ଼ିଓ ଜାରି କରିଛି । ଏହି ଭିଡ଼ିଓ ଟିଆରଏଫ୍ ଦ୍ବାରା ବ୍ୟବହାର କରାଯାଉଥିବା ସୋସିଆଲ ମିଡ଼ିଆର ବିଭିନ୍ନ ଚ୍ୟାନେଲ ମଧ୍ୟରୁ ଗୋଟିଏ । ଏହି ଭିଡ଼ିଓରେ ୩ ଆତଙ୍କବାତୀଙ୍କୁ ଦେଖିବାକୁ ମିଳୁଛି ଏବଂ ସେମାନେ ମୁହଁକୁ ଘୋଡ଼େି ରଖିଛନ୍ତି । ସେମାନଙ୍କ ନିକଟରେ କିପରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି ତାହା ଦେଖାଯାଉଛି । ଏହି ଭିଡ଼ିଓରେ ସେମାନେ ୨୨ ଜୁଲାଇରେ କୁଲଗାଓଁରେ ପୁଲିସ କର୍ମଚାରୀ ଅବଦୁଲ ରସିଦ ଦରଙ୍କୁ ହତ୍ୟା ଘଟଣା ଘଟାଇଥିବା ଦାବି କରିଛନ୍ତି । ଯଦିଓ ସୁରକ୍ଷା ସଂସ୍ଥାର ଅଧିକାରୀ ଏହି ସଙ୍ଗଠନ ଓ ଭିଡ଼ିଓ ସମ୍ପର୍କରେ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ଦେଇ ନାହାନ୍ତି, ତଥାପି ସୁରକ୍ଷା ସଂସ୍ଥା ସହ ସମ୍ପୃକ୍ତ ଜଣେ ଅଧିକାରୀ ଏହି ଭିଡ଼ିଓଟିକୁ ନଜର ଅନ୍ଦାଜ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories