ଦିନରେ ଶ୍ରମିକ, ରାତ୍ରିରେ ରାପର୍
ଭବାନୀପାଟଣା : ପ୍ରତିଭା ଯେଉଁଠିବି ଥାଉ ଧନୀ ଘରର ହେଉ ବା ଗରୀବ ପରିବାରର ହେଉ ତାହାର ଗୁଣ ଆପେ ଆପେ ଜନମାନଷରେ ପ୍ରସ୍ଫୁଟିତ ହୋଇଥାଏ। ତାହାର ଗୁଣକୁ ଗରିବ, ଦାରିଦ୍ର ଅଟକାଇ ପାରେ ନାହିଁ। ପ୍ରତିଭା କେବେ ଲୁଚି ରହେନା। ଯେତେ ପ୍ରତିକୁଳ ପରିସ୍ଥିତି ଆସିଲେ ବି ଯଦି ସ୍ଥିର ଲକ୍ଷ୍ୟ ସାଙ୍ଗକୁ କଠିଣ ସାଧନା ଦିନେ ନା ଦିନେ ପ୍ରତିଭାକୁ ପ୍ରସ୍ଫୁଟିତ କରିଥାଏ। ଜନମାନସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଓ ସ୍ୱିକୃତୀ ହାସଲ କରେ ସେହି ପ୍ରତିଭା। ସେହିଭଳି ଏକ ନିଆରା, ଖିଆଲି ତଥା ପ୍ରତିଭା ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ବୋର୍ଡା ଗାଁର ପ୍ରମିଳା ତାଣ୍ଡି ଓ ସ୍ୱର୍ଗତ ନୀଳମଣି ତାଣ୍ଡିଙ୍କ ପୁଅ ଡୁଲେଶ୍ୱର ତାଣ୍ଡି, ଯିଏ ଆଜି ସୋସିଆଲ ମିଡିଆରେ ‘ରାପର୍ ଡୁଲେ ରୋକର୍’ ଭାବେ ବେଶ୍ ପରିଚିତ। ଅଭାବ, ଅନଟନ ଓ ବାରମ୍ବାର ହତାଦର ସତ୍ତେ୍ୱ ପରିସ୍ଥିତି ଆଗରେ ହାର ମାନି ନାହାନ୍ତି ଡୁଲେଶ୍ୱର। ଡୁଲେଶ୍ୱର ଭବାନୀପାଟଣା ବ୍ଲକ ବୋର୍ଡା ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ପରେ ୨୦୦୮ ମସିହାରେ ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାମ ଲେଖାଇ ଥିଲେ। ଯୁକ୍ତ ତିନି ସାରିବା ପରେ ମାଆ ଙ୍କ ଦେହ ଖରାପ ହେବା ଯୋଗୁଁ ଅର୍ଥ ଯୋଗାଡ କରିବା ପାଇଁ ପାଖ ପଡୋଶି ରାଜ୍ୟ ଛତିଶଗଡର ରାୟପୁରକୁ ଚାଲି ଯାଇଥିଲେ। ରାୟପୁରରେ କିଛି ଦିନ କାମ କଲାପରେ ହଠାତ୍ ବାପା ନୀକାଞ୍ଚଳ ତାଣ୍ଡି ପାରାଲେସିସ୍ ରୋଗରେ ଆକ୍ରାନ୍ତ ହୋଇ ୨୦୧୬ ରେ ଦେହାନ୍ତ ହୋଇଥିଲା। ସେ ନିଜ ମାଆ ସହ ଅଭାବ ଅସୁବିଧାରେ ରହୁଥିଲେ। ହେଲେ ସେ ବର୍ତ୍ତମାନ ନିଜ ପ୍ରତିଭାର ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ସେ ରାପର ଡୁଲେ ରୋକର୍ ଭାବେ ସବୁଆଡେ ପରିଚିତ। ସବୁବେଳେ ନିଜ ପାଖରେ ଦେଖୁଥିବା ଓ ଘଟୁଥିବା ଅନ୍ୟାୟ, ଅତ୍ୟାଚାର, ସରକାରଙ୍କ ଅବହହେଳା, ନିଜର ଦାରିଦ୍ର ଓ ଅଭାବୀ ସମସ୍ୟାକୁ ନେଇ ନନ୍ ଷ୍ଟପ୍ ରାପ୍ ସଙ୍ଗ ଉପସ୍ଥାପନା କରୁଛନ୍ତି। ତାଙ୍କର ପ୍ରତ୍ୟେକ ସଂଗୀତରେ ସମାଜର ସାମ୍ପ୍ରତିକ ପରିସ୍ଥିତିର ବାସ୍ତବଚିତ୍ର ଉପସ୍ଥାପନା କରିବାରେ ସଫଳ ହୋଇପାରିଛନ୍ତି। ବାପା ଛେଉଣ୍ଡ ବେରୋଜଗାର ଡୁଲେ ମଧ୍ୟ ଖପର ଘରର ରାପର୍ ଭାବେ ପରିଚିତ। ସେ ଦେଶର ବ୍ୟବସ୍ଥା, ଗରିବୀ ଓ ସାମାଜିକ ଅବ୍ୟବସ୍ଥା ଆଦିକୁ ନେଇ ନିଜ ରାପ୍ ସଙ୍ଗ ମାଧ୍ୟମରେ ବିପ୍ଲବ ଆରମ୍ଭ କରିଛନ୍ତି। ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇ ସେ ଲୋକଲୋଚନକୁ ଆସିବା ପରେ ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଗାୟକ ହୁମାନ୍ ସାଗର ତାଙ୍କୁ ସହଯୋଗର ହାତ ବଢାଇଛନ୍ତି। ସରକାରଙ୍କ ତରଫରୁ ତାଙ୍କର ମାଆ ବିଧବା ଭତ୍ତା ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଣ୍ଡେ ମିଳିଛି ଓ ଉଜ୍ୱଳା ଯୋଜନାରେ ଗ୍ୟାସ ପାଉଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ କୌଣସି ସହାୟତା ପାଇନଥିଲେ ମଧ୍ୟ ସେ ନିଜର ଆତ୍ମ ବିଶ୍ୱାସକୁ ନେଇ ଆଗେଇ ଚାଲିଛନ୍ତି। ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ମନର ଅବଦମିତ ଇଚ୍ଛା ପୂରଣ କରିବାକୁ ହୋଟେଲ ବୟ, ଖବରକାଗଜ ହକର ଭାବେ ଛତିଶଗଡର ରାୟପୁରରେ ବେଶ ସଂଘର୍ଷ କରିଛନ୍ତି ଡୁଲେଶ୍ୱର। ଅନେକ ପ୍ରତକ୍ଟନ ହାଉସ, ପ୍ରଡ୍ୟୁସରଙ୍କୁ ହାରିଗୁହାରି କରିଛନ୍ତି ତାଙ୍କୁ କୌଣସି ଆଲ୍ବମ୍ରେ ଗୀତ ଗାଇବା ପାଇଁ ସୁଯୋଗ ଦେବାକୁ। ହେଲେ ସବୁଠାରୁ ନିରାଶ ହୋଇଛନ୍ତି। ଶେଷରେ ପାରିବାରିକ ଅଭାବ ତାଙ୍କୁ ଘରବାହୁଡା ହେବାକୁ ବାଧ୍ୟ କରିଥିଲା। ବିରହ ମନ ନେଇ ଗାଁକୁ ଫେରିବା ପରେ ଏବେ ଗାଁରେ କୁଲି ମଜୁରୀ କରି ଜଣେ ସୁନା ପୁଅ ଭଳି ମାଆଙ୍କ ଦେଖାରେଖା କରୁଛନ୍ତି ଡୁଲେଶ୍ୱର।
ଏଠାରେ ମୁଢି ବିକ୍ରେତାଙ୍କୁ ମାଡ ହେଉଛି, ମଦ ବିକ୍ରେତାଙ୍କୁ ସମ୍ମାନ ମିଳୁଛି। ଗରିବଙ୍କୁ ଖାଇବାକୁ ମିଳୁନାହିଁ ଧନୀ ଲୋକଙ୍କୁ ବିମାନରେ ବିଦେଶରୁ ଅଣାଯାଉଛି। ଯଦି ଗରିବଙ୍କୁ ଖାଇବାକୁ ଦେବାକୁ ଅର୍ଥ ନାହିଁ ତେବେ ନିର୍ବାଚନ ସମୟରେ ଏତେ ଖର୍ଚ୍ଚ କିପରି ହେଉଛି ବୋଲି ଦୁଲେଶ୍ୱର ରାପ କରି ସରକାରଙ୍କୁ ଜବାବ ମାଗିଛନ୍ତି।
‘ଦେଶୀ ଗଲି ବୟ’ ଙ୍କ ରାପ୍ ସାରା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭାଷା ବୁଝିନପାରିଲେ ବି ଇମୋସନରୁ ସବୁକିଛୀ ବୁଝି ହେଉଛି ବୋଲି ଅନେକ ୟୁଜର୍ସ ଟ୍ୱିଟ୍ କରି କହିଛନ୍ତି। ନା ଅଭିଯୋଗ, ନା ଧାରଣା ନା ବିକ୍ଷୋଭ। ନୂଆ ତିରକାରେ ସାମ୍ନାକୁ ଆଣିଲେ ସରକାରୀ ଅବହେଳାର ନଗ୍ନ ଚିତ୍ର। ଦାଦନ ଦୁଃଖ ବଖାଣି ସରକାରଙ୍କୁ ଜବାବ ମାଗିଛନ୍ତି ।
ଆଉ ରାପ୍ ବି ନିଜ କୋଶଳୀ ଭାଷାରେ। କେବଳ ରାଜ୍ୟ ନୁହେଁ ସାରା ଦେଶରେ ଆର୍କର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏହି ଓଡିଆ ଯୁବକ। କଳାହାଣ୍ଡିରେ ରହୁଥିବା ଏହି ରାପର ଜଣକ ହେଲେ ୨୭ ବର୍ଷିୟ ଦୁଲେଶ୍ୱର ତାଣ୍ଡି ଓରଫ ରାପର ଦୁଲେ ରକର୍। ଦୁଲେଶ୍ୱରଙ୍କ ପ୍ରତିଭା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଓଡିଶା ସମେତ ବଲିଉଡ କଳାକାର ମଧ୍ୟ ଦୁଲେଶ୍ୱରଙ୍କ ପ୍ରତିଭା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଓଡିଶା ସମେତ ବଲିଉଡ କଳାକାର ମଧ୍ୟ ଦୁଲେଶ୍ୱରଙ୍କୁ ତାରିଫ କରିଛନ୍ତି। ତାଙ୍କ ରାପ୍ ବଡ ବଡ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଗାୟିକା, ଅଭୀନେତ୍ରୀ ସମସ୍ତଙ୍କୁ ଆଟ୍ରାକ୍ଟ କରିଛି। ଟ୍ୱିଟରରେ ଦୁଲେଶ୍ୱରଙ୍କୁ ଛୁଟୁଛି ପ୍ରଶଂସାର ସୁଅ। ସ୍ୱରା ଭାସ୍କର, ରିଚା ଚଢା, ବିଶାଲ ଦଦଲାନୀଙ୍କ ଭଳି କଳାକାର ଦୁଲେଶ୍ୱରଙ୍କ ରାପ୍ ରିଟ୍ୱିଟ କରିବା ସହ ଖୁବ୍ ତାରିଫ କରିଛନ୍ତି। ଏପରିକି ବଲିଉଡର ବିଖ୍ୟାର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ବିଶାଲ ତାଙ୍କ ଭବିଷ୍ୟତରେ ରାପ୍ କରିବାବେଳେ ସାହାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଯଦି କୌଣସି ପ୍ରକାର ସହଯୋଗ ଦରକାର ତେବେ ସେ ନିଶ୍ଚୟ ଯୋଗାଇବେ ବୋଲି ଦୁଲେଶ୍ୱରଙ୍କୁ କହିଛନ୍ତି। ତେବେ ଦୁଲେଶ୍ୱରଙ୍କ ରାପ୍ କେବଳ କୋଶଳୀ ଭାଷାରେ ନାହିଁ। ସେ ଇଂରାଜୀ, ହିନ୍ଦୀ ଭାଷାରେ ମଧ୍ୟ ରାପ୍ କରିଛନ୍ତି। ହେଲେ ସବୁଠାରୁ ଅଧିକ ପ୍ରଶଂସା ସାଉଁଟିଛି ନିକଟରେ ଗାଇଥିବା କୋଶଳୀ ଭାଷାରେ ରାପ୍। ଏଥିରେ ସେ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ କହିଛନ୍ତି। ବିଭିନ୍ନ ଯୋଜନା ସତ୍ତେ୍ୱ ଗର୍ଭବତୀ ମହିଳା ଓ ପ୍ରବାସୀ ଶ୍ରମିକମାନେ କାହିଁକି ଦୁଃଖ, କଷ୍ଟ ଓ ଯନ୍ତ୍ରଣାରେ ଦିନ କାଟୁଛନ୍ତି ଏହାର ଜବାନ ସେ ମାଗିଛନ୍ତି। ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ ପ୍ରବାସୀ ଗର୍ଭବତୀ ମହିଳାମାନେ ଛୁଆ କାଖେଇ ଶହ ଶହ କିଲୋମିଟର ଚାଲୁଛନ୍ତି। ରାଜନେତା, ସରକାରୀ ବାବୁ କେବଳ ନିର୍ବାଚନ ସମୟରେ ମୁହଁ ଦେଖାନ୍ତି। ବାକି ସମୟରେ ସୁଟ୍, ବୁଟ୍ ପିନ୍ଧି ନିଜ ବାଲକୋନୀରେ ବସି ସମୟ କାଟନ୍ତି। ଜନତାଙ୍କ ନାମରେ ଆସୁଥିବା ଟଙ୍କା ଲୁଟୁଛନ୍ତି ସରକାରୀ ବାବୁ। ପ୍ରତାରଣା କରିବା ସେମାନେ ଭଲ ଭାବେ ଶିଖି ଯାଇଛନ୍ତି। ସରକାରଙ୍କୁ ଅବିନୟ କରିବା ଭଲ ଭାବେ ଜଣା। ଏଠାରେ ମୁଢି ବିକ୍ରେତାଙ୍କ ମାଡ ହେଉଛି, ମଦ ବିକ୍ରେତାଙ୍କୁ ସମ୍ମାନ ଦିଆଯାଉଛି। ଗରିବଙ୍କୁ ଖାଇବାକୁ ମିଳୁନାହିଁ ଧନୀ ଲୋକଙ୍କୁ ବିମାନରେ ବିଦେଶରୁ ଅଣାଯାଉଛି। ଯଦି ଗରିବଙ୍କୁ ଖାଇବାକୁ ଦେବାରୁ ଅର୍ଥ ନାହିଁ ତେବେ ନିର୍ବାଚନ ସମୟରେ ଏତେ ଖର୍ଚ୍ଚ କିପରି ହେଉଛି ବୋଲି ଦୁଲେଶ୍ୱର ଗୀତ ମାଧ୍ୟମରେ ସରକାରଙ୍କୁ ପ୍ରଶ୍ନ କରିବା ସହ ଏହାର ଜବାବ ମାଗିଛନ୍ତି।
ଦୁଲେଶ୍ୱରଙ୍କ ରାପ୍ ସାରା ଦେଶବାସୀଙ୍କ ଦୃଷଷ୍ଟି ଆକର୍ଷଣ କରିଛି। ଭାଷା ବୁଝିନପାରିଲେ ବି ଇମୋସନରୁ ସବୁକିଛି ବୁଝି ହହେଉଛି ବୋଲି ଅନେକ ୟୁଜର୍ସ ଟ୍ୱିଟ୍ କରି କହିଛନ୍ତି। ଦୁଲେଶ୍ୱର ଏକାଧାରରେ ଜଣେ ଟ୍ୟୁସନ ଶିକ୍ଷକ, ପ୍ରବାସୀ ଶ୍ରମିକ, ନିର୍ମାଣ ଶ୍ରମିକ, ଦିନ ମଜୁରିଆ ଏବଂ ପାର୍ଟଟାଇମ ରାପର୍। ସବୁଠାରୁ ବଡ କଥା ଆଜି ଦିନ ମଜୁରିଆ ପାଲଟିଥିବା ଦୁଲେଶ୍ୱର ଜଣେ ସାଇନ୍ସ ଗ୍ରାଜୁଏଟ୍। ଲକଡାଉନବେଳେ ସେ ରାୟପୁରରୁ ନିଜ ଗାଁ କଳାହାଣ୍ଡିର ବୋରଦାକୁ ଫେରିଆସିଛନ୍ତି। ସେ କହିଛନ୍ତି ଯେ ବିଦେଶରେ କୋଭିଡ୍-୧୯ ବଢୁଥିବାର ଦେଖି ସେ ଭାରତରେ ଏହାର ସଂକ୍ରମଣ ବ୍ୟାପିବାର ଆଶଙ୍କା କରିଥିଲେ। ସେଥିପାଇଁ ଗାଁକୁ ମାର୍ଚ୍ଚ ମାସରେ ଫେରିଆସିଥିଲେ। ତେବେ ତାଙ୍କର ଅନେକ ସାଙ୍ଗ ଲକ୍ଡାଉନ୍ରେ ବାହାର ରାଜ୍ୟରେ ଫସି ରହିଛନ୍ତି ଏବଂ ଘରକୁ ଫେରିନାହାନ୍ତି। କିଏ ଚାଲି ଚାଲି ତ କିଏ ସାଇକେଲରେ ଫେରୁଛି। କୋରୋନା ମହାମାରୀ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଓ ଦୁର୍ଦ୍ଦଶା ଦେଖି ତାଙ୍କ ଭିତରେ ଏହି ରାପ୍ ପାଇଁ ଇଚ୍ଛା ସୃଷ୍ଟି ହୋଇଥିଲା। ଏଥିପାଇଁ ସେ କାହାଠାରୁ ପ୍ରେରଣା ପାଇନଥିଲେ। ରାପର୍ ଦୁଲେ ରକର ନାମରେ ଲୋକପ୍ରିୟ ତାଣ୍ଡି ପ୍ରଥମେ ଏକ ଭିଡିଓ ବାହାର କରିଥିଲେ ଯାହାର ନାମ ଥିଲା ସତ କଥା। ୨ ମିନିଟ୍ ୪୫ ସେକେଣ୍ଡର ଏହି ଭିଡିଓରେ ସେ ରାଜନେତାଙ୍କୁ ଟାର୍ଗେଟ କରିଥିଲେ। ଏହାପରେ ସେ ୩ ମିନିଟ୍ ୫ ସେକେଣ୍ଡର ସୁନ୍ ସରକାର, ସୁନ୍ କଥା ରାପ୍ କରିଥିଲେ। ଯେଉଁଥିରେ ସେ ଶ୍ରମିକଙ୍କ କୋରୋନା ଯୋଗୁଁ ସୃଷ୍ଟି ସମସ୍ୟା କଥା ବଖାଣିଥିଲେ। ନିକଟରେ ସେ ସରକାର ଜବାବ ଦେ ରାପ୍ ବାହାର କରି ବିଭିନ୍ନ ସମସ୍ୟା ନେଇ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।
ଗୀତର ସଫଳତା ଦେଖି ଜୁନ ମାସରେ ନିଜ ଟ୍ୱିଟର ଆକାଉଣ୍ଟ ଖୋଲିଛନ୍ତି ତାଣ୍ଡି। ଏବେ ତାଙ୍କର ୪୧୮ ଫଲୋୟର୍ସ ଅଛନ୍ତି। ତାଙ୍କୁ ଏବେ ବଲିଏଡର ଗଲି ବୟ ଫିଲ୍ମରେ ରଣଭୀରଙ୍କ କ୍ୟାରେକ୍ଟର ସହ ତୁଳନା କରାଯାଉଛି। ତେବେ ଦୁଲେଶ୍ୱରଙ୍କ ଆର୍ଥିକ ଅବସ୍ଥା ୨୦୧୪ ରୁ ଖରାପ ହୋଇଥିଲା। ନିଜ ମାଆଙ୍କ ସର୍ଜରୀ ପାଇଁ ସେ ଦୁଇ ଏକର ଜମି ବନ୍ଧା ପକାଇ ୫୦ ହଜାର ଟଙ୍କା ସଂଗ୍ରହ କରିଥିଲେ। ଏହାପରେ ପରିସ୍ଥିତି ଖରାପ ଥିବାରୁ ସେ ମଜୁରିଆ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ସେ ବୋରଡା ଗାଁରେ ଟ୍ୟୁସନ୍ କରୁଥିଲେ। ପରେ ଅର୍ଥାଭାବ ଦେଖାଦେବାରୁ ସେ ରାଜ୍ୟ ବାହାରକୁ ଖଟିବାକୁ ଯାଇଥିଲେ। କଲେଜବେଳୁ ସେ ରାପ୍ କରିବା ଆରମ୍ଭ କରିଥିଲେ। ପ୍ରଥମେ ସମସ୍ତେ ତାଙ୍କୁ ତାତ୍ସଲ୍ୟ କରୁଥିଲେ। ହେଲେ ସେ ରାପ୍ କରିବା ଜାରି ରଖିବା ସହ ଏଥିରେ କ୍ୟାରିୟର କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ୨୦୧୪ ରେ ପଞ୍ଜାବରେ ତାଙ୍କ ଫେସବୁକ୍ ଭିଡିଓ ଦେଖି ତାଙ୍କୁ ଚଣ୍ଡିଗଡରେ ପ୍ରଦର୍ଶନ କରିବାକୁ ଡାକିଥିଲେ। ସେଠାରେ ତାଙ୍କର ଅନୁଭୂତି ନିଆରା ଥିଲା। ତେବେ ପରେ ସେ ୨୦୧୫ ରେ ଭୁବନେଶ୍ୱରର ବିଭିନ୍ନ ଷ୍ଟୁଡିଓ ଓ ଅନ୍ୟାନ୍ୟ ଜାଗାରେ ଚେଷ୍ଟା କରିଥିଲେ। କିନ୍ତୁ ଟଙ୍କା ନଥିବାରୁ କେହି ତାଙ୍କୁ ସାହାଯ୍ୟ କରିନଥିଲେ। ସବୁଆଡୁ ନିରାଶ ହେବା ପରେ ସେ ନିଜ ମୋବାଇଲରେ କେବଳ ଏହି ଭିଡିଓ କରିବାକୁ ସ୍ଥିର କରିଥିଲେ। ତେବେ ଏଥର ଲକଡାଉନରେ ତାଙ୍କର ରାପ୍ ଅଧିକ ପ୍ରଶଂସା ପାଇଥିଲା। ଏହା ଶୁଣିବା ପରେ ଓଡିଶା ଗାୟକ ହ୍ୟୁମାନ ସାଗର ତାଙ୍କୁ ସହାୟତା ପ୍ରଦାନ କରିଥିଲେ। ଦୁଲେଶ୍ୱର କହିଛନ୍ତି ଯେ ରାପ୍ ଦ୍ୱାରା ମୁଁ କୌଣସି ପ୍ରକାର ମଦ କିମ୍ବା ଦୁର୍ନୀତିକୁ ପ୍ରମୋଟ କରିବାକୁ ଚାହୁଁ ନାହିଁ। ମୁଁ ସାଧାରଣ ଲୋକଙ୍କ ସ୍ୱରକୁ ସମସ୍ତଙ୍କ ସାମନାରେ ଦେଖାଇବାକୁ ଚାହୁିଁ। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ରାପ୍ ଦ୍ୱାରା ଲୋକଙ୍କୁ ଜଣାଇବାକୁ ଚାହେଁ ବୋଲି ସେ କହିଛନ୍ତି। ଜଣେ ସାଇନ୍ସ ଗ୍ରାଜୁଏଟ୍ ହେବା ସହ ତାଙ୍କର ଏପରି ଚିନ୍ତାଧାରା ନିଶ୍ଚିତ ଆଜିର ଯୁବପିଢିଙ୍କ ପାଇଁ ଏକ ଶିକ୍ଷା କହିଲେ ଭୁଲ ହେବ ନାହିଁ।
ପୁଅ ଭଲ ପାଠ ପଢୁଥିଲା। ଡାକ୍ତରୀ ପାଠ ପଢିବାକୁ ଇଚ୍ଛା କରିଥିଲା। ହେଲେ ତା ବାପା ରୋଗାକ୍ରାନ୍ତ ହୋଇ ଶଯ୍ୟାଶୟୀ ହେଲେ ଓ ଶେଷରେ ଆମକୁ ଛାଡି ଆରପାରିକୁ ଚାଲିଗଲେ। ଅଭାବ ଅନଟନ ଯୋଗୁଁ ପୁଅକୁ ଡାକ୍ତରୀ ପଢେଇ ପାରିଲି ନାହିଁ। ବିଏସ୍ସି ପଢିଲା ପରେ କୌଣସି ଚାକିରି କଲା ନାହିଁ। ଗୀତ ନାଚ କରି ବସିଲା। ସେଥିରେ ବି ଆଜି ପର୍ଯ୍ୟନ୍ତ କିଛି ସଫଳତା ମିଳିଲା ନାହିଁ। ଏବେ ଗାଁରେ ମାଆ ପୁଅ କୁଲି କରି ଚଳୁଛୁ। ଶୁନୁଛେଁ ଯେ ତାର ଗୀତ କେ ଲୁକେ ବନେ ପସନ୍ଦ କରୁଛନ୍। ଖୁସି ଲାଗୁଛି। ଭଗବାନ ତାକୁ ସହାୟ ହୁଅନ୍ତୁ ବୋଲି ଡୁଲେଶ୍ୱରର ମାଆ ପ୍ରମିଳା ତାଣ୍ଡି ପ୍ରକାଶ କରିଥିଲେ।
Comments are closed.