www.samajalive.in
Monday, December 8, 2025
13.1 C
Bhubaneswar

‘ରାଉରକେଲା ୱାନ’ ପ୍ରକଳ୍ପ ଉପରେ ସହାରବାସୀଙ୍କ ନଜର

ରାଉରକେଲା:  ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ ୧୨୦.୩୬ କୋଟିଟଙ୍କା ବ୍ୟୟରେ ଆରମ୍ଭ ହେଉଥିବା ‘ରାଉରକେଲା ୱାନ’ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ସହରବାସୀଙ୍କର ଆଖି ରହିଛି। କାରଣ ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ଉପରେ ରାଉରକେଲା ସହରର ସାମଗ୍ରିକ ବିକାଶ ନିର୍ଭର କରୁଛି। ସମ୍ପୂର୍ଣ୍ଣ ରାଉରକେଲା ସହରକୁ ଏକ ସର୍ଭେଲେନ୍ସରେ ରଖିବା ଏବଂ ଏହିଠାରୁ ରାଉରକେଲା ସହରର ବିଭିନ୍ନ ବ୍ୟବସ୍ଥାକୁ ସଫଳତାର ସହ ନିୟନ୍ତ୍ରଣ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବିଭାଗର ସମନ୍ୱୟ ଏହି ପ୍ରକଳ୍ପ ମାଧ୍ୟମରେ ହେବାକୁ ଯାଉଛି। ରାଉରକେଲା ୱାନ ମାଧ୍ୟମରେ କମାଣ୍ଡକଂଟ୍ରୋଲ ସେଣ୍ଟର କନଫରେନ୍ସ ହଲ, ଅଡିଟୋରିୟମ ଓ ଟ୍ରାଇବାଲ ମ୍ୟୁଜିମୟର ପ୍ରକଳ୍ପ ରହିଛି। ଏଥିପାଇଁ ଭାରତ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଠିକା ସଂସ୍ଥା ଇଂଜିନିୟରିଂ ପ୍ରୋଜେକ୍ଟ ଇଣ୍ଡିଆ ପ୍ରାଇଭେଟ ଲମିଟେଡ଼ କାର୍ଯ୍ୟାଦେଶ ପାଇଛି। ୫ତାଲା ବିଶିଷ୍ଟ କମାଣ୍ଡ କଂଟ୍ରୋଲ କୋଠାରେ ଆରଏମସି, ପୁଲିସ ପ୍ରଶାସନ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟାଳୟ ରହିବ। ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ରହି ରାଉରକେଲାର ବିଭିନ୍ନ ବ୍ୟବସ୍ଥାକୁ ଏହିଠାରୁ ନିୟନ୍ତ୍ରଣ କରାଯିବ। ବିଶେଷକରି ସହର ପାଇଁ ଆରମ୍ଭ ହେବାକୁ ଥିବା ମାଷ୍ଟର ଇଂଟିଗ୍ରେଟେଡ଼ ପ୍ରକଳ୍ପକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାରେ ଏହି କଂଟ୍ରୋଲ ସେଂଟର ପ୍ରମୁଖ ଭୂମିକା ଗ୍ରହଣ କରିବ। ମାଷ୍ଟର ଇଂଟିଗ୍ରେଟେଡ଼ ପ୍ରୋଜେକ୍ଟ ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିବ। ଏଠାରେ ରହିଥିବା ବ୍ୟବସ୍ଥା ମାଧ୍ୟମରେ ଏହାକୁ ଏକ ସଭେଲେନ୍ସରେ ରଖାଯିବ। ସେହିପରି ୧୫୦୦ଦର୍ଶକ ବସିବାର କ୍ଷମତା ବିଶିଷ୍ଟ ଅଡିଟୋରିୟମ ନିର୍ମାଣ ହେବ। ରାଉରକେଲା ମହାନଗରନିଗମ ଅଞ୍ଚଳରେ ବଡ଼ ଧରଣର ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ପାଇଁ ଏକ ବୃହତ ଅଡିଟୋରିୟମ ପାଇଁ ବହୁଦିନରୁ ଦାବି ହୋଇ ଆସୁଥିଲା। ଏହି ଅଡିଟୋରିୟମ ବାସ୍ତବ ରୂପ ନେଲେ ସହରବାସୀଙ୍କର ବହୁ ଦିନରୁ ଆଶା ପୂରଣ ହୋଇ ପାରିବ। କେବଳ ଅଡିଟୋରିୟମ ନୁହେଁ ବରଂ ବିବାହ ଆଦି ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ଆଉ ଏକ ହଲ ପାଇଁ ବ୍ୟୟ ଅଟକଳ ହୋଇଛି। ଏହି ହଲରେ ୧୫୦୦ ଲୋକ ବସିବା ଭଳି କ୍ଷମତା ରହିବ। ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲାରେ ଜନଜାତିଙ୍କର ଚାଲିଚଳଣି, ସଂସ୍କୃତି ଆଦିକୁ ନେଇ ଏକ ଟ୍ରାଇବାଲ ମ୍ୟୁଜିୟମ ପାଇଁ ବହୁ ଦିନରୁ ଦାବି ହେଉଥିଲା। ଏହି ରାଉରକେଲା ୱାନ ପ୍ରକଳ୍ପରେ ଟ୍ରାଇବାଲ ମ୍ୟୁଜିୟମ ଏକ ପ୍ରମୁଖ ଅଂଶ ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପାଖରେ ଅନୁଦାନ ଥାଇବି ଉପଯୁକ୍ତ ସମୟରେ ବିନିଯୋଗ ହୋଇନପାରିବା ନେଇ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ପ୍ରସଙ୍ଗ ବିଗତ ଦିନରେ ଚର୍ଚ୍ଚାରେ ରହିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିକାଶର ମନ୍ଥର ଗତିକୁ ନେଇ ପ୍ରଶ୍ନ ଉଠାଇବା ସହିତ ଉଦବେଗ ପ୍ରକାଶ କରିଥିଲେ। ବିଭିନ୍ନ ରାଜନୈତିକ ଦଳର ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଛନ୍ତି। ତେବେ ୨୦୨୦ ବର୍ଷରେ ଅନେକ ପ୍ରକଳ୍ପ କାର୍ଯ୍ୟ ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ହାତକୁ ନେବା ପରେ ଏହି ଆଲୋଚନା ଥମି ଥିଲା। ସ୍ମାର୍ଟରୋଡ ଫେଜ-୧, ସ୍ମାର୍ଟ ରୋଡ ଫେଜ-୨, ବିର୍ସା ମୁଣ୍ଡା ଷ୍ଟାଡିୟମର ନବକଳେବର କାର୍ଯ୍ୟ ଆଦି ହାତକୁ ନିଆଯାଇଛି। କରେନା ମହାମାରୀ ପାଇଁ କାର୍ଯ୍ୟରେ ମନ୍ଥରତା ଦେଖା ଦେଇଥିଲେ ମଧ୍ୟ ବିର୍ସା ମୁଣ୍ଡା ଷ୍ଟାଡିୟମର କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେଉଥିବା ଦେଖାଯାଉଛି। କିନ୍ତୁ ରାଉରକେଲାବାସୀଙ୍କ ପାଇଁ ସବୁଠାରୁ ବଡ଼ ପ୍ରକଳ୍ପ କୁହାଯାଉଥିବା ‘ରାଉରକେଲା ୱାନ’ର ସଫଳ କାର୍ଯ୍ୟକାରିତା ଉପରେ ସହରବାସୀଙ୍କ ଆଖି ରହିଛି। କାରଣ ଏହା କାର୍ଯ୍ୟକାରୀ ହେଲେ ସହରର ସଫଳ ଶାସନ ବ୍ୟବସ୍ଥାର ସୁଫଳ ଲୋକଙ୍କୁ ମିଳି ପାରିବ। ଲୋକଙ୍କ ସାମାଜିକ ଓ ସାଂସ୍କୃତିକ ବିକାଶରେ ମଧ୍ୟ ଏହା ଯଥେଷ୍ଟ ସହାୟକ ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି। ଏହାକୁ କାର୍ଯ୍ୟକାରୀ କରିବା ଉପରେ ବିଭାଗୀୟ କର୍ତୃପକ୍ଷଙ୍କ ତତ୍ପରତା ଉପରେ ସବୁ କିଛି ନିର୍ଭର କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories