www.samajalive.in
Friday, December 12, 2025
19.1 C
Bhubaneswar

କରୋନା ସୁଯୋଗରେ କଳାବଜାରୀ : ବଢୁଛି ସ୍ବାସ୍ଥ୍ୟ ସେବା ସୁରକ୍ଷା ଉପକରଣ ଗୁଡିକର ଦର

ଭୁବନେଶ୍ବର (କୈଳାସ ମଙ୍ଗରାଜ): କରୋନା ସଂକ୍ରମିତଙ୍କ ସଂଖ୍ୟା ଯେତିକି ବଢ଼ୁଛି, ଲୋକଙ୍କ ଭିତରେ ଭୟ ସହ ସତର୍କତା ସେତିକି ବଢ଼ୁଛି। ସଂକ୍ରମଣରୁ ଦୂରରେ ରହି ସୁରକ୍ଷିତ ଭାବେ କାମ କରିବା ଉପରେ ଜୋର୍‌ ଦେଉଛନ୍ତି ସମସ୍ତେ। ଏଭଳି ସମୟରେ ବଢ଼ିବାରେ ଲାଗିଛି ସ୍ବାସ୍ଥ୍ୟ ସେବା ସୁରକ୍ଷା ଉପକରଣଗୁଡ଼ିକର ବ୍ୟବହାର। ଦିନେ କେବଳ ଡାକ୍ତରଖାନା ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ଥ୍ରୀ ପ୍ଲାଏ ମାସ୍କ, ଏକ୍‌ଜାମିନେସନ ଗ୍ଲୋଭ୍ସ, ଫେସ୍‌ ଶିଲ୍ଡ, ପିପିଇ, ଇନ୍‌ଫ୍ରା​‌ରେଡ୍‌ ଥର୍ମୋମିଟର, ଅକ୍ସିମିଟର, ସର୍ଜିକାଲ ସ୍ପିରିଟ୍‌ ଏବଂ ସାନିଟାଇଜର ଭାପୋର ମେସିନ୍‌ ଭଳି ସୁରକ୍ଷା ଉପକରଣ ଏବେ ସର୍ବସାଧାରଙ୍କ ଦ୍ବାରା ବହୁଳ ଭାବେ ବ୍ୟବହୃତ । ଫଳରେ ସାଧାରଣ ଲୋକଙ୍କ ପାଖରେ ଦିନେ ଅଲୋଡା ଥିବା ଏହି ସବୁ ସ୍ବାସ୍ଥ୍ୟ ସେବା ସୁରକ୍ଷା ଉପକରଣଗୁଡିକର ଦର ବଜାରରେ ଏବେ ଅମୂଲ ମୂଲ ହୋଇଛି । ଏମିତିକି ପ୍ରକୃତ ମୂଲ୍ୟଠାରୁ ତିନିଗୁଣା ଦରରେ କମ୍ପାନୀମାନେ ଏସବୁ ଉତ୍ପାଦ ବିକ୍ରି କରୁଛନ୍ତି। କେତେକ ସାମଗ୍ରୀର ଯୋଗାଣ କମ୍‌ ହେଉଥିବାରୁ ମୁନାଫାଖୋରମାନେ ତାହାର କଳାବଜାରି କରିବା ଆରମ୍ଭ କରିଦେଇଛନ୍ତି। ଚଢ଼ା ଦର ସ​‌ତ୍ତ୍ବେ ଉତ୍ପାଦର ଗୁଣବତ୍ତାକୁ ସଠିକ୍‌ ଭାବେ ବଜାୟ ରଖାଯାଉ ନ ଥିବା ଅଭିଯୋଗ ହେଉଛି।

ବ୍ୟକ୍ତିଗତ ଭାବେ ଘରୋଇଠାରୁ ଆରମ୍ଭ କରି କର୍ପୋରେଟ୍‌ କାର୍ଯ୍ୟାଳୟ ସବୁଠାରେ ଏବେ କୋଭିଡ୍‌-୧୯କୁ ଦେଖି ସ୍ବାସ୍ଥ୍ୟ ସେବା ସୁରକ୍ଷା ଉପକରଣମାନ ବ୍ୟବହାର କରାଯାଉଛି । ସାଧାରଣତଃ ପୂର୍ବରୁ ଥ୍ରୀ ପ୍ଲାଏ ମାସ୍କକୁ କେବଳ ଡାକ୍ତର ଏବଂ ନର୍ସ ବ୍ୟବହାର କରିଥାନ୍ତି । ଏହାର ମୂଲ୍ୟ ଏପ୍ରିଲ ପୂର୍ବରୁ ପ୍ରତି ପିସ୍‌ ୧୦ ଟଙ୍କା ରହିଥିଲା । ତେବେ ଚଳିତବର୍ଷ ଏପ୍ରିଲଠାରୁ ଏହାକୁ ୨୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି । ଏକ୍‌ଜାମିନେସନ ଗ୍ଲୋଭ୍ସ ଯାହାକୁ ବିଭିନ୍ନ ପରୀକ୍ଷାନୀରିକ୍ଷା କ୍ଷେତ୍ରରେ ବ୍ୟବହାର କରାଯାଉଥିଲା ଏବେ ତାହା ପ୍ରତି ପିସ୍‌ ୪ଟଙ୍କା ୫୦ ପଇସାରୁ ୫ଟଙ୍କା ୫୦ ପଇସାରେ ବିକ୍ରି କରାଯାଉଛି । ପୂର୍ବରୁ ଏହା ପ୍ରତି ପିସ୍‌ ୨ ଟଙ୍କା ପଡୁଥିଲା । ସର୍ଜିକାଲ ଗ୍ଲୋଭ୍‌ସ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ​ଦେଖିବାକୁ ମିଳୁଛି । ପୂର୍ବରୁ ୧୦ ଟଙ୍କା ୫୦ ପଇସାରୁ ୧୨ ଟଙ୍କା ୫୦ ପଇସା ମଧ୍ୟରେ ବିକ୍ରି ହେଉଥିବା ସର୍ଜି ୱେର ଗ୍ଲୋଭ୍‌ସର ବର୍ତ୍ତମାନ ଅଧିକ ଚାହିଦା ଯୋଗୁ ଏହାକୁ ୧୯ରୁ ୨୦ ଟଙ୍କାରେ ବଜାରରେ ବିକ୍ରି କରାଯାଉଛି ।​‌

- Advertisement -

ସେହିଭଳି ସମ୍ପ୍ରତି ସମସ୍ତ କାର୍ଯ୍ୟାଳୟଗୁଡିକର ପ୍ରବେଶ ପଥରେ ଥର୍ମାଲ୍‌ ସ୍କ୍ରିନିଂ କରାଯାଉଥିବା ଇନ୍‌ଫ୍ରା ରେଡ୍‌ ଥର୍ମୋମିିଟର ମୂଲ୍ୟ ପୂର୍ବରୁ ୮୦୦-୯୦୦ ଟଙ୍କା ପଡୁଥିବାବେଳେ ଏପ୍ରିଲ,ମେ ଏବଂ ଜୁନ୍‌ରେ ଏହାକୁ ୪୫୦୦-୬୦୦୦ ଟଙ୍କା ଯାଏ ମୂଲ୍ୟରେ ବିକ୍ରି କରାଯାଇଥିବାବେଳେ ଏବେ ଏହା ୨୫୦୦-୩୦୦୦ ଟଙ୍କାରେ ଉପଲବ୍ଧ ହେଉଛି । ମାସ୍କ ଲଗାଇବା ସତ୍ତ୍ବେ ସଂକ୍ରମଣଠାରୁ ଚକ୍ଷୁକୁ ସୁରକ୍ଷା ଦେବାକୁ ବ୍ୟବହୃତ ଫେସଶିଲ୍ଡ ପୂର୍ବରୁ ୩୦ରୁ ୩୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଥିବା​‌​‌ବେଳେ ଏପ୍ରିଲଠାରୁ ଏହାକୁ ପାଖାପାଖି ଦେଢ଼ଶହ ଟଙ୍କା ଅର୍ଥାତ୍‌ ପାଞ୍ଚଗୁଣ ମୂଲ୍ୟରେ ବିକ୍ରି କରାଯାଉଛି । ପୂର୍ବରୁ ଏହା ୩୫୦ ମାଇ​‌କ୍ରୋନ୍‌ରେ ଆସୁଥିବାବେଳେ ଏବେ ଏହା ୨୦୦-୨୫୦ ମାଇ​‌କ୍ରୋନ୍‌ରେ ଆସୁଛି, ତେଣୁ ଏହା ​‌କେତେ ଦୂର ସୁରକ୍ଷିତ ​‌ସେ ନେଇ ପ୍ରଶ୍ନବାଚୀ ଉଠୁଛି।

ଏ ସମ୍ପର୍କରେ ଗୃହିଣୀ ଶାରଦା ଦାସ କୁହନ୍ତି, ଚଳିତବର୍ଷ ଫେବୃଆରୀରେ ମୁଁ ସର୍ଜିକାଲ ସ୍ପିରିଟ୍‌ ୪୦ ମି.ଲି.କୁ ୩୦ ଟଙ୍କାରେ କିଣୁଥିଲି ଏବେ ଏହାକୁ ୪୬ ଟଙ୍କାରେ କିଣୁଛି । ଯାହାର ଯାହା ଇଚ୍ଛା ସେ ଦର କଷୁଛନ୍ତି । ଏସବୁ ଉପରେ ଯେମିତି କାହାର କିଛି କଟକଣା ନାହିଁ । ବର୍ତ୍ତମାନ ପରିସ୍ଥିତି ଯାହା ସରକାର ଯେତେ ଜଲ୍‌ଦି ଏସବୁ ଉପରେ କଟକଣା ଲଗାଇବେ ସେତେ ଭଲ ହେବ ।

ସଂକ୍ରମଣ ସଂଖ୍ୟା ବଢ଼ୁଥିବାବେଳେ ଅକ୍ସିମିଟର ଏବଂ ହାଇପୋ କ୍ଲୋରାଇଡ୍‌ ଭଳି ଦ୍ରବ୍ୟର ଯୋଗାଣ କମ୍‌ ହେବାରେ ଲାଗିଛି । ଅସୁସ୍ଥ ଥିବା ସମୟରେ ଜଣଙ୍କ ଶରୀରକୁ କେତେକ ପରିମାଣରେ ଅମ୍ଳଜାନ ଯାଉଛି ତାହା ଜାଣିବା ପାଇଁ ଅକ୍ସିମିଟର ବ୍ୟବହାର କରାଯାଇଥାଏ । କରୋନା ପୂର୍ବରୁ ଅକ୍ସିମିଟର ମୂଲ୍ୟ ୫୦୦-୬୦୦ ଟଙ୍କା ମଧ୍ୟରେ ରହିଥିବାବେଳେ ଚଳିତବର୍ଷ ଏପ୍ରିଲ ଏବଂ ମେ’ରେ ଏହା ୨୨୦୦-୨୫୦୦ ଟଙ୍କାରେ ବିକ୍ରି କରାଯାଉଥିଲା । ଏବେ ଏହାର ମୂଲ୍ୟ ଖସି ୧୦୦୦ ଟଙ୍କା ଉପରେ ରହିଛି । ସେହିଭଳି ଜାନୁଆରୀରେ ୨୫୦-୩୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ପିପିଇ କିଟ୍‌ ଏବେ ୫୦୦ ଟଙ୍କାରୁ କମ୍‌ରେ ମିଳୁନାହିଁ । ଏ କ୍ଷେତ୍ରରେ କ୍ବାଲିଟି ବା ଗୁଣବତ୍ତା ଠିକ୍‌ ଭାବେ ବଜାୟ ରଖାଯାଉ ନ ଥିବା ଜଣାଯାଇଛି । ସରକାରୀ ମାନ ଅନୁଯାୟୀ ୮୦-୯୦ ଜିଏସ୍‌ଏମ୍‌ ସ୍ଥାନରେ ଏହାକୁ କେତେକ କମ୍ପାନୀ ୫୦-୬୦ ଜିଏସ୍‌ଏମ୍‌ରେ କମ୍‌ ମୂଲ୍ୟ କରି ବିକ୍ରି କରୁଛନ୍ତି । ତେବେ ଏହା ବ୍ୟବହାରକାରୀଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ ।

ଏ ସମ୍ପର୍କରେ ଉତ୍କଳ କେମିଷ୍ଟ ଆଣ୍ଡ୍‌ ଡ୍ରଗିଷ୍ଟ ଆସୋସିଏସନ୍‌ର ସଦସ୍ୟ ଡ. ଅବନ୍ତୀ ଦାସମହାପାତ୍ର କୁହନ୍ତି, ବର୍ତ୍ତମାନ ଅନେକ ସାମଗ୍ରୀ ଦର ଯଥେଷ୍ଟ ବଢ଼ିଯାଇଛି । କେତେକର ଯୋଗାଣ ବି କମ୍‌ ହେଉଛି। ଚାରିଆଡେ ସାନିଟାଇଜ୍‌ କରିବାରେ ବ୍ୟବହାର କରାଯାଉଥିବା ହାଇପୋ କ୍ଲୋରାଇଡ୍‌ର ଯୋଗାଣ କମ୍‌ ହେବାରେ ଲାଗିଛି । ଏହାକୁ ବହୁଳଭାବେ ଅଫିସ୍‌ ବାହାରେ, ସୁ ଷ୍ଟାଣ୍ଡ୍‌, ଡୋର ହ୍ୟାଣ୍ଡେଲ ଏବଂ ଟଏଲେଟ୍‌ ଆଦିରେ ବ୍ୟବହାର କରାଯାଇଥାଏ । ବର୍ତ୍ତମାନ ଏକ୍‌ଜାମିନେସନ ଗ୍ଲୋଭ୍ସ ମଧ୍ୟ ଖୁବ୍‌ କମ୍‌ ଆସୁଛି । ପିପିଇ କିଟ୍‌ ହେଉ କି ଫେସଶିଲ୍ଡ ସବୁଥିରେ ଗୁଣବତ୍ତା ବଜାୟ ରଖିବା ନିତାନ୍ତ ଜରୁରୀ ​ବୋଲି ସେ କହିଛନ୍ତି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories