www.samajalive.in
Thursday, December 11, 2025
16.1 C
Bhubaneswar

ଦରଦୀ ସୋନୁ ସୁଦ୍: ଦେଖିପାରିଲେ ନାହିଁ ଦୁଇ ଝିଅଙ୍କ ଲଙ୍ଗଳ ଟାଣୁଥିବା ଦୃଶ୍ୟ, ଯୋଗାଇ ଦେଲେ ଟ୍ରାକ୍ଟର

କରୋନା କାଳରେ ଚର୍ଚିତ ବଲିଉଡ଼ ଅଭିନେତାଙ୍କ ହୃଦୟଖୋଲା ସହାୟତା ଅନେକଙ୍କ ପାଇଁ ଉଦାହରଣ ପାଲଟିଛି । ଲକ୍ଷଲକ୍ଷ ଲୋକ ତାଙ୍କୁ ହୃଦୟରୁ ସାଧୁବାଦ ଜଣାଉଛନ୍ତି । ନିକଟରେ କେନ୍ଦ୍ରାପଡ଼ାରେ ତାଙ୍କ ନାଁରେ ଜଣେ ଯୁବକ ମୋଟର ସାଇକେଲ ମରାମତି ଦୋକାନ ଖୋଲିଛନ୍ତି । ଆନ୍ଧ୍ରପ୍ରଦେଶରେ ତାଙ୍କ ନାଁରେ ପୋଖରୀ ଖୋଳା ଯାଇଛି । ଅନୁରୂପ ଆଉ ଏକ ଘଟଣା ସୋନୁଙ୍କ ଉଦାର ହୃଦୟ ଓ ମହତ ପଣିଆକୁ ଆହୁରି ଦୀପ୍ତିମନ୍ତ କରିଛି ।ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶ ଚିତ୍ତୋର ଅଞ୍ଚଳରେ । ଅର୍ଥାଭାବରେ ବଳଦ କିଣି ନ ପାରି ହଳ କରିବା ବେଳେ ବାପାଙ୍କୁ ସହାୟତା କରୁଥିବା ଦୁଇଝିଅଙ୍କ ଖବର ପଢ଼ିବା ପରେ ସମ୍ପୃକ୍ତ ପରିବାରକୁ ଟ୍ରାକ୍ଟରଟିଏ ଯୋଗାଇ ଦେଇଛନ୍ତି ସୋନୁ ସୁଦ।

- Advertisement -

ସାମାଜିକ ଗଣମାଧ୍ୟମରେ ଏହି ଗରିବ ପରିବାରର ଦୁଇ ଝିଅ ହଳ ଟାଣୁଥିବାର ଦୃଶ୍ୟ ଭାଇରାଲ ହୋଇଥିଲା । ଦୁଇ ଝିଅ ବଳଦ ସାଜି ହଳ ଟାଣୁଥିବା ବେଳେ ବାପା ଲଙ୍ଗଳ କଣ୍ଟି ଧରି ଚାଷ କରୁଥିଲେ ଓ ପଛେପଛେ ମା’ ବିହନ ବୁଣୁଥିବା ଦୃଶ୍ୟ ସୋନୁଙ୍କୁ ବିଗଳିତ କରିଥିଲା । ସେ ସମ୍ପୃକ୍ତ ପରିବାର ସମ୍ପର୍କରେ ଅନୁସନ୍ଧାନ କରିଥିଲେ । ଲକଡ଼ାଉନ ଯୋଗୁଁ ଚା ଦୋକାନ ବନ୍ଦ ହୋଇ ଯାଇଥିବା ଗୃହ କର୍ତ୍ତାଙ୍କ ନିକଟରେ କିଛି କାମ ନ ଥିଲା । ପରିବାର ପୋଷିବା ପାଇଁ ଚାଷକରିବାକୁ ବାହାରିଲେ, ହେଲେ ବଳଦ କିଣିବାକୁ ମଧ୍ୟ ପାଖରେ ଟଙ୍କା ନ ଥିଲା । ଦୁଇ ଝିଅ ବାପାଙ୍କୁ ସହାୟତା କରିବାକୁ ଆଗେଇ ଆସିଲେ । ଦୁଇ ଝିଅ, ମା ଓ ବାପା ମିଳିମିଶି ଚାଷ ଆରମ୍ଭ କଲେ । ସୋନୁ ଏହି ଭିଡ଼ିଓ ଦେଖିବା ପରେ ତାଙ୍କ ପରିବାରକୁ ଯୋ​ଡ଼େ ବଳଦ ଦେବାକୁ ମନସ୍ଥ କରିଥିଲେ ।

ପରେ ସେ ନିଜ ଟ୍ବିଟରେ ଏହି ପରିବାରକୁ ବଳଦ ନୁହେଁ ଟ୍ରାକ୍ଟରଟିଏ ଲୋଡ଼ା ବୋଲି ଉଲ୍ଲେଖ କରି ଏଥିରେ ଚାଷ ସହଜ ହେବ ଓ ଦୁଇ ଝିଅ ପାଠ ପଢ଼ି ପାରିବେ ବୋଲି ଟ୍ବିଟ୍ କରିଥିଲେ । ଏହାପରେ ସେ ସମ୍ପୃକ୍ତ ପରିବାରକୁ ଗୋଟିଏ ଟ୍ରାକ୍ଟର ମଧ୍ୟ ଯୋଗାଇ ଦେଇଥିଲେ।

ସୋନୁଙ୍କ ଏହି ସହାୟତା ଓ ଉଦାର ହୃଦୟକୁ ପ୍ରଶଂସା କରିଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ । ସେ ନିଜ ଟ୍ବିଟରରେ ଗରିବ ପରିବାରକୁ ଦିଆଯାଇଥିବା ଟ୍ରାକ୍ଟର ଫଟୋ ସେୟାର କରି ସୋନୁଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories