www.samajalive.in
Monday, December 8, 2025
24.1 C
Bhubaneswar

ଚିନ୍ତାରେ ଚାଷୀ ; ଏକର ଏକର ଚାଷଜମି ଫାଟି ଆଁ

ବଣାଇଁ : ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଭାଲଡୁଗୁଂରୀ ପଞ୍ଚାୟତ ଅଧିନସ୍ଥ ଥିବା ବଣ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଦହିଚୁର ଓ ପୋଡାଗୋଠ ଗ୍ରାମରେ ବର୍ଷା ନାହିଁ ଏକର ଏକର ଜମି ଫାଟି ଆଁ ଏବେ ସେଠାକାର ଚାଷୀ ମୁଣ୍ଡରେ ଚଡକ ପଡିଛି। ଦୁଇଟି ଗ୍ରାମର ଚାଷୀ ଭାଇମାନଙ୍କ କହିବା ଅନୁସାରେ ବର୍ଷା ଭଲ ଭାବରେ ହୋଇନଥିବାରୁ ଚାଷ ଜମିରେ ଗୁଡିକ ଫାଳ ଫାଳ ହୋଇ ଫାଟିବାକୁ ବସିଲାଣି। ଯାହାଫଳରେ ଧାନ ଗଛ ସବୁ ଝାଉଁଳି ପଡିବାକୁ ବସିଲାଣି। ତେବେ ସେମାନଙ୍କ କହିବା ଅନୁସାରେ ବିହନ ସାର ଲୋନ୍ କରି ଜମିରେ ଧାନ ବିହନ ବୁଣିଛୁ ହେଲେ ବର୍ଷାର ଅଭାବରୁ ଜମି ଗୁଡିକ ଶୁଖିଲା ପଡିରହିଛି। ଆମ ଗାଁ ବଣ ଜଙ୍ଗଲ ଥାଇ ମଧ୍ୟ ବର୍ଷା ନାହିଁ କିନ୍ତୁ ବଣାଇଁ ସହରରେ ଅନେକ ବର୍ଷା ହେଉଥିବା ବେଳେ ଏଠାରେ ୨୦ ଦିନ ହେଲାଣି ବର୍ଷା ନାହିଁ ପାଣି ଅଭାବରୁ ହୋଇପଡିଛି। ଦହିଚୁର ଗ୍ରାମରୁ ଚାଷୀ ରମେଶ ଚନ୍ଦ୍ର ମହାକୁଳ, ତନୁ ମହାକୁଲ, କେଦାର ମାଟିଆରି, ପିତାମ୍ବର ମହାକୁଳ, ଲଲିତ କେରକେଟା, ସେହିପରି ପୋଡାଗୋଠ ଗ୍ରାମର ନିଖିଲାସ କୁଲୁ, ତିର୍ଥ କିସାନ, ବିଶ୍ବନାଥ କୁମାର, ଚୁକୁ ଓରାମ, ଚଇତୁ ଓରାମ, ଭଦ୍ର କିସାନ, ଭିକାରୀ ଓରାମ, କୃଷ୍ଣ ଓରାମ, ମାଦ୍ରା ଓରାମ ପ୍ରମୁଖଙ୍କ ଏକର ଏକର ଜମିରେ ବର୍ଷା ପାଣି ଅଭାବ ଯୋଗୁଁ ଚିନ୍ତାରେ ପଡିଯାଇ ଥିବା ଅଭିଯୋଗ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories