www.samajalive.in
Saturday, December 13, 2025
17.1 C
Bhubaneswar

ଛବିରେ ଛାତ୍ରଙ୍କ ସଚେତନତା ବାର୍ତ୍ତା, ବିଶ୍ୱ ରେକର୍ଡ ସୃଷ୍ଟି କଲେ କଟକର ହର୍ଷିଲ

କଟକ : ତୂଳୀର ସ୍ପର୍ଶରେ ଚମକ ଦେଖାଇଲେ ମହତାବ ରୋଡ ଅଞ୍ଚଳର ହର୍ଷିଲ ଅଗ୍ରୱାଲ। ଛବି ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ବାଣ୍ଟି ସୃଷ୍ଟିକଲେ ବିଶ୍ୱରେକର୍ଡ। ପ୍ରଶଂସନୀୟ ଚିତ୍ରକଳା ପାଇଁ ସେ ଏକ୍ସକ୍ଲସିଭ୍‍ ୱାର୍ଲ୍ଡ ରେକର୍ଡ, ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡ ଓ ୱାର୍ଲ୍ଡ ବୁକ୍‍ସଅଫ୍‍ ରେକର୍ଡସରେ ସ୍ଥାନ ପାଇଛନ୍ତି। ଛୋଟ ପିଲାଟି ହେଲେ ମଧ୍ୟ ହର୍ଷିଲଙ୍କ ଏପରି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

କରୋନା କବଳରୁ ମୁକୁଳିବା ଲାଗି ବିଶ୍ୱ ଏବେ ଚିନ୍ତିତ। ଏପର୍ଯ୍ୟନ୍ତ ପ୍ରତିଷେଧକ ବାହାରି ନଥିବା ବେଳେ ସଚେତନତା ହିଁ ଏକମାତ୍ର ସୁରକ୍ଷା କବଜ। ଏହାକୁ ଭଲ କରି ବୁଝି ପାରିଛନ୍ତି ହର୍ଷିଲ। ହର୍ଷିଲ ହେଉଛନ୍ତି ସଞ୍ଜୟ ଓ ରିଙ୍କି ଅଗ୍ରୱାଲଙ୍କ ଏକମାତ୍ର ପୁଅ। ସେ ଷ୍ଟିୱାର୍ଟ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଥିଲା। ତାଲାବନ୍ଦ ସମୟକୁ ପୂର୍ଣ୍ଣ ସଦୁପଯୋଗ କରିଥିଲେ ହର୍ଷିଲ। ସମାଜର ସୁରକ୍ଷା ପାଇଁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ କୁନି ହାତରେ ଆଙ୍କି ଚାଲିଥିଲେ ଛବି। ଛବିଗୁଡିକ ଯେତିକି ସୁନ୍ଦର ଥିଲା ତା’ଠାରୁ ଅଧିକ ମହତ୍ୱ ରଖିଥିଲା ସେଥିରୁ ମିଳୁଥିବା ବର୍ତ୍ତା, ଯାହା ସମାଜର ସୁରକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା। ଏହି ଚିତ୍ରକଳା ଗୁଡିକ ସୋସିଆଲ ମିଡିଆରେ ହର୍ଷିଲଙ୍କୁ ବେସ୍‍ ଚର୍ଚ୍ଚିତ କରିବା ସହ ଅଧିକ ଆଙ୍କିବା ଲାଗି ଉତ୍ସାହିତ କରିଥିଲା।

- Advertisement -

ଫଳରେ ସେ ପ୍ରତିଦିନ ଗୋଟିଏ ଗୋଟିଏ ଛବି ଆଙ୍କିବାରେ ସଫଳ ହୋଇପାରିଥିଲେ। ଏହା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିଶେଷ କରି ମହାମାରୀ ସମୟର ଗାଇଡ୍‍ ଲାଇନ୍‍ ଚିତ୍ର ଆଙ୍କି ସେ ବେଶ ପ୍ରଶଂସିତ ହୋଇଥିଲେ। ଏହି ଚିତ୍ରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଶଂସା କରାଯାଇଥିଲା। ଏପରି ବିପଦ ସମୟରେ ମାନବ ସମାଜର ସୁରକ୍ଷା ଲାଗି ବାର୍ତ୍ତା ପ୍ରଦାନ କରିଥିବାରୁ ତାଙ୍କୁ ‘ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡ’, ‘ଏକ୍ସକ୍ଲୁସିଭ୍‍ ବିଶ୍ୱ ରେକର୍ଡ’ ଓ ‘ୱାର୍ଡ ବୁକ୍‍ ଅଫ୍‍ ରେକର୍ଡର୍’ରେ ସ୍ଥାନ ମିଳିପାରିଛି। ସେ ଚିତ୍ରାଙ୍କନ ସହ ଗୀତାର ବଜାଇବା ଓ ଚେଶ ଖେଳିବାକୁ ପସନ୍ଦ କରିଥାନ୍ତି। ଏପରି ସଫଳତା ମିଳିବା ପରେ ହର୍ଷିଲ ଓ ତାଙ୍କ ପରିବାର ବେଶ ଉତ୍ସାହିତ ରହିଛନ୍ତି। ସମାଜର ସୁରକ୍ଷା ପାଇଁ ଚିତ୍ରକଳା ମାଧ୍ୟମରେ ସଚେତନତା ବାର୍ତ୍ତା ଜାରି ରଖିବେ ବୋଲି ହର୍ଷିଲ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories