ଅନୁଗୁଳ: ଅନୁଗୁଳ ଜିଲା ଝାଡ଼ବନ୍ଧସ୍ଥିତ ରୁଙ୍ଗଟାଷ୍ଟିଲର ମୁଖ୍ୟ ଫାଟକ ନିକଟରେ ଥିବା ଏକ ଠିକାସଂସ୍ଥାର ରାତ୍ରିଜଗୁଆଳିଙ୍କର ହାତୀଆକ୍ରମଣରେ ମୃତ୍ୟୁ ହୋଇଥିବା ଶନିବାର ଅଭିଯୋଗ ହୋଇଛି। ରାତ୍ରିଜଗୁଆଳି ଜଣଙ୍କ ହେଲେ ରସାନନ୍ଦ ନାଏକ। ହାତୀ ଆକ୍ରମଣରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ପ୍ଲାଣ୍ଟର ମୁଖ୍ୟଫାଟକ ଦେଇ ହାତୀ ବାହାରକୁ ଆସି ରାସ୍ତାମୁହାଁ ହେବା ସମୟରେ ରସାନନ୍ଦ ହାତୀ ହାବୁଡ଼ରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମୁଖ୍ୟ ଡ଼ାକ୍ତରଖାନାକୁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
Popular Categories



